ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ ମଣ୍ଡଳ ସଭାପତି ଷଷ୍ଠୀ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଏମପି ମାଳବିକା ଦେଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲା ସଭାପତି ଯୁଗଲ କିଶୋର ପୋଢ଼, ବରିଷ୍ଠ ନେତା ମନୋଜ ମେହେର, ନେତା ଅଜୟ ପାଣିଗ୍ରାହୀ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ମେହେର, ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ,ନଗର ସଭାପତି ଵିକ୍ରାନ୍ତ ପଟ୍ଟନାୟକ,ଅଂଶୁମାନ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲା ସାଧାରଣ ସମ୍ପାଦକ ସତ୍ୟ ରଞ୍ଜନ ବେହେରା ଦେଇଥିବା ବେଳେ ଦୁଷ୍ମନ୍ତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ମିଶ୍ରଣ ପର୍ବରେ ଅଞ୍ଚଳର ୫ ଶହରୁ ଉର୍ଦ୍ଧ୍ବ ପୁରୁଷ, ମହିଳା, ଯୁବକ ଭାଜପାର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ । ହାବସପୁର ଶକ୍ତି କେନ୍ଦ୍ର ପ୍ରମୁଖ ଅକ୍ଷୟ ନାଏକଙ୍କ ନିଜ ଅନୁଦାନରେ ପଞ୍ଚାୟତର ଜନସାଧାରଣଙ୍କ ପାଇଁ ଏକ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଥିଲେ ।