Posted inଜାତୀୟ

ଏଏପି ସମ୍ମୁଖରେ ଭାଜପାର ମାଷ୍ଟର ଷ୍ଟ୍ରୋକ, ଆଦିବାସୀ ଭୋଟରଙ୍କୁ ହାତେଇବା ପାଇଁ ‘ଗୌରବ ଯାତ୍ରା’…

ଅହମଦାବାଦ,୧୨।୧୦ : ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜରାଟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟି (ଏଏପି) ର କଡ଼ା ପ୍ରତିଦ୍ୱନ୍ଦ୍ୱିତା ସମ୍ମୁଖୀନ ହୋଇଛି। ଏଏପି ନେତାଙ୍କ ସାଧାରଣ ସଭାରେ ଲୋକଙ୍କ ଭିଡ଼ ଦେଖି ଭାଜପାର ଚିନ୍ତା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ରାଜ୍ୟର ଆଦିବାସୀ ଭୋଟରଙ୍କୁ ହାତେଇବା ପାଇଁ ଭାଜପା ନିଜର ମାଷ୍ଟର ଷ୍ଟ୍ରୋକ ଚଳାଇଛି।

ଭାରତୀୟ ଜନତା ପାର୍ଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଗୁଜରାଟରେ ଗୌରବ ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହି ଯାତ୍ରା ପାଞ୍ଚଟି ଭିନ୍ନ ଭିନ୍ନ ସ୍ଥାନରୁ ଆରମ୍ଭ ହେବ।

ଭାଜପାର ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ ହେଉଛି ଆଦିବାସୀ ଭୋଟରଙ୍କୁ ହାତେଇବା। ଆଦିବାସୀ ଭୋଟରମାନେ ପାରମ୍ପରିକ ଭାବରେ କଂଗ୍ରେସକୁ ଭୋଟ ଦେଉଛନ୍ତି। ବର୍ତ୍ତମାନ ଆମ ଆଦମୀ ପାର୍ଟି ଏହି ଭୋଟରଙ୍କୁ ଆକର୍ଷିତ କରିବାରେ ବ୍ୟସ୍ତ ଅଛି।

ତୃତୀୟ ଥର ପାଇଁ ଗୁଜରାଟରେ ଭାଜପା ଗୌରବ ଯାତ୍ରା ଆରମ୍ଭ କରୁଛି। ଏହାପୂର୍ବରୁ ୨୦୦୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସାମ୍ପ୍ରଦାୟିକ ଦଙ୍ଗା ପରେ ଏହି ଯାତ୍ରା କରିଥିଲେ। ଏହା ପରେ ୨୦୧୭ ନିର୍ବାଚନରେ ମଧ୍ୟ ସମାନ ଯାତ୍ରା ଆରମ୍ଭ କରାଯାଇଥିଲା। ଉଭୟ ଥର ଭାଜପା ଯାତ୍ରାରୁ ଉପକୃତ ହୋଇଛି। ୨୦୦୨ ରେ ଭାଜପା ମୋଟ ୧୮୨ ଟି ଆସନ ମଧ୍ୟରୁ ୧୨୭ଟି ଜିତିଥିଲା। ଏଥି ସହିତ, ୨୦୧୭ ରେ ଦଳ ୯୯ ଟି ସିଟ ଏବଂ କଂଗ୍ରେସ ୭୭ ଟି ସିଟ ପାଇଥିଲା।

ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଦ୍ୱାରକା ଠାରୁ ଏହି ଯାତ୍ରା ଆରମ୍ଭ କରିବେ। ଏହି ଯାତ୍ରାର ଦ୍ୱିତୀୟ ମାର୍ଗ ମେହସାନା ଜିଲାର ବାହୁଚରାଜୀରୁ ହେବ। ଏହି ସମୟରେ ପୂର୍ବତନ ଉପମୁଖ୍ୟନ୍ତ୍ରୀ ନିତିନ ପଟେଲ ଉପସ୍ଥିତ ରହିବେ। ଏହା ବ୍ୟତୀତ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଅନ୍ୟ ତିନୋଟି ଅଞ୍ଚଳରେ ଯାତ୍ରା ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri