ଆଦିମ ଜନଜାତିଙ୍କ ଭୋଟ ଉପରେ ଭାଜପାର ଆଖି

ଭୁବନେଶ୍ୱର,୨୯ା୧୨(ସୁନିତ୍‌ ମିଶ୍ର): ଦେଶ ତଥା ରାଜ୍ୟଗୁଡିକର ଆଦିମ ଜନଜାତିମାନଙ୍କ ଭୋଟ ନେବା ସକାଶେ କେନ୍ଦ୍ରର ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌-ଜନମନ) ଯୋଜନା ଆଧାରରେ ଦେଶର ୭୫ ବର୍ଗ ଆଦିମ ଜନଜାତିଙ୍କ ଭୋଟ ନେବା ପାଇଁ ଏବେ ଭାଜପା ଯୋଜନା କରିଛି। ଏହି ଯୋଜନାରେ ଆଦିମ ଜନଜାତିଙ୍କୁ ପକ୍କାଘରଠାରୁ ଆରମ୍ଭକରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଟଙ୍କା, ଶୌଚାଳୟ ଏବଂ ସମସ୍ତଙ୍କ ଘରେ ପାନୀୟ ଜଳ, କମ୍ୟୁନିଟି ସେଣ୍ଟର, ମାଗଣା ଗ୍ୟାସ୍‌ ଆଦି ଯୋଗାଇଦେବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହିସବୁ ସୁବିଧା ଦେଇ ଦେଶରେ ବସବାସ କରୁଥିବା ଆଦିମ ଜନଜାତି ତଥା ଆଦିବାସୀମାନଙ୍କ ଭୋଟ ଭାଜପା ହାତେଇପାରିବ ବୋଲି ବିଶ୍ୱାସ ରଖୁଛି। ଛତିଶଗଡ଼ ନିର୍ବାଚନ ପରଠାରୁ ଭାଜପାର କେନ୍ଦ୍ରୀୟ ଶୀର୍ଷ ନେତାମାନଙ୍କ ମନରେ ଏହି ବିଶ୍ୱାସ ଜାତ ହୋଇଛି।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଛତିଶଗଡ଼ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ଗତ ନଭେମ୍ବର ୧୫ରେ ଏହି ଯୋଜନା ଲାଗୁ କରି ଆଦିବାସୀମାନଙ୍କୁ ଉପରୋକ୍ତ ସୁବିଧା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ, ଯାହାର ସଫଳତା ଛତିଶଗଡ଼ର ଗତ ବିଧାନସଭା ନିର୍ବାଚନରେ ଭାଜପାକୁ ମିଳିଥିବା ସେମାନେ ଏବେ କହୁଛନ୍ତି। ସେହି କ୍ରମରେ ଓଡ଼ିଶାରେ ବସବାସ କରୁଥିବା ୧୩ ଜିଲାର ଆଦିମ ଜନଜାତିଙ୍କ ଭୋଟ ଉପରେ ମଧ୍ୟ ଭାଜପା ନଜର ପକାଇଛି। ଆଦିମ ଜନଜାତିଙ୍କ ଭୋଟ୍‌ ନେବା ସକାଶେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଯେଉଁଭଳି ନିୟମ ରଖିଥିଲେ ତାକୁ ମଧ୍ୟ କେତେକାଂଶରେ ଏହି ଯୋଜନାରେ କୋହଳ କରିଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁୟାରୀ ୧୨ ରେ ଓଡ଼ିଶାର ମୟୂରଭଞ୍ଜ ଏବଂ ଦେବଗଡ଼ର ଦୁଇ ଜଣ ହିତାଧିକାରୀଙ୍କ ସହ କଥା ହୋଇ ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ଏହି ଯୋଜନାରେ ରାଜ୍ୟ ଯେତେଜଣ ହିତାଧିକାରୀ ଚିହ୍ନଟ କରିବ ସମସ୍ତଙ୍କୁ ଏତେ ତର୍ଜମା ନ କରି ଘର ମିଳିଯିବ ବୋଲି କେନ୍ଦ୍ରର କିଛି ଅଧିକାରୀ କହିଥିବା ମଧ୍ୟ ଜଣାପଡିଛି।
କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ୧୫ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପଠାରେ ଏକ ମନ୍ଥନ ଶିବିର କରାଯାଇ ପିଏମ୍‌-ଜନମନ ଯୋଜନା ଲାଗୁ କରିବା ନେଇ ଏକ କର୍ମଶାଳା ହୋଇଥିଲା। ଏହି ଯୋଜନା ଲାଗୁ ନେଇ ଅତିଶଘ୍ର ତଥ୍ୟ ଦେବା ପାଇଁ ମଧ୍ୟ ରାଜ୍ୟଗୁଡିକରୁ
ଯାଇଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜାନୁୟାରୀ ୧୨ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ବସବାସ କରୁଥିବା କେତେଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଘର ତିଆରି ଲାଗି ୨ ଲକ୍ଷ, ପାଇଖାନା ପାଇଁ ୧୨ ହଜାର ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୨୭ ହଜାର ଟଙ୍କା ଏହିପରି ଜଣେ ହିତାଧିକାରୀଙ୍କୁ ୨ ଲକ୍ଷ ୩୯ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ସେମାନେ ରହୁଥିବା ଅଞ୍ଚଳର ରାସ୍ତା ନିର୍ମାଣ ଲାଗି କି.ମି. ପିଛା କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହିପରି ଗତ ଡିସେମ୍ବର ୮ ପରଠାରୁ ଓଡ଼ିଶା ସରକାର ପାଖକୁ କେନ୍ଦ୍ରରୁ ଘନଘନ ଚିଠି ଆସିଲାଣି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଏହି ଯୋଜନା ଲାଗୁ କରିବା ପାଇଁ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।
ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୩୬ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରିଥିବା ଜଣାପଡିଛି। ହେଲେ ଗତ ଡିସେମ୍ବର ୧୫ ରେ ହୋଇଥିବା ବୈଠକ ଅନୁଯାୟୀ, ରାଜ୍ୟ ସରକାରଙ୍କ ୨୦୨୩-୨୪ର ବଜେଟ ଏବଂ ଅତିରିକ୍ତ ବଜେଟ ହୋଇସାରିଥିବା ବେଳେ ଏବେ କେଉଁ ପାଣ୍ଠିରୁ ଆଦିମ ଜନଜାତିଙ୍କୁ ଏହି ଯୋଜନାରେ ଘର ପାଇଁ ଅର୍ଥ ଯୋଗାଇବେ ବୋଲି ପ୍ରଶ୍ନ ଉଠାଇଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଣ୍ଠିରୁ ଅର୍ଥ ବ୍ୟବହାର କରିବା ଲାଗି ଅନୁରୋଧ କରିବା ସହ ଏହି ଯୋଜନାରେ ହିତାଧିକାରୀଙ୍କ ସର୍ଭେ ଲାଗି ଏକ ଏଜେନ୍ସି ଦେବାକୁ ମଧ୍ୟ ବୈଠକରେ କହିଥିଲେ। ଏହାଛଡା ରାଜ୍ୟ ସରକାର ଯେତିକି ଆଦିମ ଜନଜାତି ଓଡିଶାରେ ବସବାସ କରୁଛନ୍ତି ବୋଲି କେନ୍ଦ୍ରକୁ ତଥ୍ୟ ଦେଇଛନ୍ତି ତାହା କେନ୍ଦ୍ର ସର୍ଭେ ଅନୁଯାୟୀ ଠିକ୍‌ ନୁହେଁ ବୋଲି ବୈଠକରେ କୁହାଯାଇଥିବା ଗତ ୨୨ ତାରିଖରେ କେନ୍ଦ୍ର ସରକାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୧୧୮୭ ଗ୍ରାମରେ ୨୬,୭୭୫ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି। ପ୍ରଥମେ ଏହି ସମସ୍ତ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ କେନ୍ଦ୍ରକୁ ରାଜ୍ୟ ସରକାର କହିଥିବା ଜଣାପଡିଛି। ତେବେ ଏହି ଯୋଜନାରେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ୧ ଲକ୍ଷ ଘର ବାଣ୍ଟିବାକୁ ଯୋଜନା ରଖିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ୬୩୦ କୋଟି ଏବଂ ରାଜ୍ୟ ସରକାରଙ୍କ ୩୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି। ସେହିପରି ୨୦୨୪-୨୫ରେ ୨,୨୨,୮୫୯ ଜଣ ହିତାଧିକାରୀଙ୍କୁ ଘର ଦିଆଯିବ, ଯେଉଁଥିଲାଗି କେନ୍ଦ୍ର ସରକାରଙ୍କ ୩୪୩୬.୭୫ କୋଟି ଏବଂ ରାଜ୍ୟର ୨୦୩୩ କୋଟି ଖର୍ଚ୍ଚ ହେବ। ସମାନଭାବେ ୨୦୨୫-୨୬ରେ ୧,୬୭, ୧୪୧ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ୨୧୦୫.୯୮ କୋଟି, ରାଜ୍ୟରୁ ୧୨୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶର ମୋଟ ୪ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ଘର ଦେବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?