ଆଦିମ ଜନଜାତିଙ୍କ ଭୋଟ ଉପରେ ଭାଜପାର ଆଖି

ଭୁବନେଶ୍ୱର,୨୯ା୧୨(ସୁନିତ୍‌ ମିଶ୍ର): ଦେଶ ତଥା ରାଜ୍ୟଗୁଡିକର ଆଦିମ ଜନଜାତିମାନଙ୍କ ଭୋଟ ନେବା ସକାଶେ କେନ୍ଦ୍ରର ଏନ୍‌ଡିଏ ନେତୃତ୍ୱାଧୀନ ଭାଜପା ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ୍‌-ଜନମନ) ଯୋଜନା ଆଧାରରେ ଦେଶର ୭୫ ବର୍ଗ ଆଦିମ ଜନଜାତିଙ୍କ ଭୋଟ ନେବା ପାଇଁ ଏବେ ଭାଜପା ଯୋଜନା କରିଛି। ଏହି ଯୋଜନାରେ ଆଦିମ ଜନଜାତିଙ୍କୁ ପକ୍କାଘରଠାରୁ ଆରମ୍ଭକରି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଟଙ୍କା, ଶୌଚାଳୟ ଏବଂ ସମସ୍ତଙ୍କ ଘରେ ପାନୀୟ ଜଳ, କମ୍ୟୁନିଟି ସେଣ୍ଟର, ମାଗଣା ଗ୍ୟାସ୍‌ ଆଦି ଯୋଗାଇଦେବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି। ଏହିସବୁ ସୁବିଧା ଦେଇ ଦେଶରେ ବସବାସ କରୁଥିବା ଆଦିମ ଜନଜାତି ତଥା ଆଦିବାସୀମାନଙ୍କ ଭୋଟ ଭାଜପା ହାତେଇପାରିବ ବୋଲି ବିଶ୍ୱାସ ରଖୁଛି। ଛତିଶଗଡ଼ ନିର୍ବାଚନ ପରଠାରୁ ଭାଜପାର କେନ୍ଦ୍ରୀୟ ଶୀର୍ଷ ନେତାମାନଙ୍କ ମନରେ ଏହି ବିଶ୍ୱାସ ଜାତ ହୋଇଛି।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଛତିଶଗଡ଼ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ଗତ ନଭେମ୍ବର ୧୫ରେ ଏହି ଯୋଜନା ଲାଗୁ କରି ଆଦିବାସୀମାନଙ୍କୁ ଉପରୋକ୍ତ ସୁବିଧା ଯୋଗାଇଦେବେ ବୋଲି ଘୋଷଣା କରିଥିଲେ, ଯାହାର ସଫଳତା ଛତିଶଗଡ଼ର ଗତ ବିଧାନସଭା ନିର୍ବାଚନରେ ଭାଜପାକୁ ମିଳିଥିବା ସେମାନେ ଏବେ କହୁଛନ୍ତି। ସେହି କ୍ରମରେ ଓଡ଼ିଶାରେ ବସବାସ କରୁଥିବା ୧୩ ଜିଲାର ଆଦିମ ଜନଜାତିଙ୍କ ଭୋଟ ଉପରେ ମଧ୍ୟ ଭାଜପା ନଜର ପକାଇଛି। ଆଦିମ ଜନଜାତିଙ୍କ ଭୋଟ୍‌ ନେବା ସକାଶେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଯେଉଁଭଳି ନିୟମ ରଖିଥିଲେ ତାକୁ ମଧ୍ୟ କେତେକାଂଶରେ ଏହି ଯୋଜନାରେ କୋହଳ କରିଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁୟାରୀ ୧୨ ରେ ଓଡ଼ିଶାର ମୟୂରଭଞ୍ଜ ଏବଂ ଦେବଗଡ଼ର ଦୁଇ ଜଣ ହିତାଧିକାରୀଙ୍କ ସହ କଥା ହୋଇ ଟଙ୍କା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ଏହି ଯୋଜନାରେ ରାଜ୍ୟ ଯେତେଜଣ ହିତାଧିକାରୀ ଚିହ୍ନଟ କରିବ ସମସ୍ତଙ୍କୁ ଏତେ ତର୍ଜମା ନ କରି ଘର ମିଳିଯିବ ବୋଲି କେନ୍ଦ୍ରର କିଛି ଅଧିକାରୀ କହିଥିବା ମଧ୍ୟ ଜଣାପଡିଛି।
କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତ ୧୫ ତାରିଖରେ ଦିଲ୍ଲୀର ଭାରତ ମଣ୍ଡପଠାରେ ଏକ ମନ୍ଥନ ଶିବିର କରାଯାଇ ପିଏମ୍‌-ଜନମନ ଯୋଜନା ଲାଗୁ କରିବା ନେଇ ଏକ କର୍ମଶାଳା ହୋଇଥିଲା। ଏହି ଯୋଜନା ଲାଗୁ ନେଇ ଅତିଶଘ୍ର ତଥ୍ୟ ଦେବା ପାଇଁ ମଧ୍ୟ ରାଜ୍ୟଗୁଡିକରୁ
ଯାଇଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଜାନୁୟାରୀ ୧୨ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବରରେ ବସବାସ କରୁଥିବା କେତେଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ଘର ତିଆରି ଲାଗି ୨ ଲକ୍ଷ, ପାଇଖାନା ପାଇଁ ୧୨ ହଜାର ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ୨୭ ହଜାର ଟଙ୍କା ଏହିପରି ଜଣେ ହିତାଧିକାରୀଙ୍କୁ ୨ ଲକ୍ଷ ୩୯ ହଜାର ଟଙ୍କା ପ୍ରଦାନ କରାଯିବ। ସେହିପରି ସେମାନେ ରହୁଥିବା ଅଞ୍ଚଳର ରାସ୍ତା ନିର୍ମାଣ ଲାଗି କି.ମି. ପିଛା କୋଟିଏ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହିପରି ଗତ ଡିସେମ୍ବର ୮ ପରଠାରୁ ଓଡ଼ିଶା ସରକାର ପାଖକୁ କେନ୍ଦ୍ରରୁ ଘନଘନ ଚିଠି ଆସିଲାଣି। ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ଏହି ଯୋଜନା ଲାଗୁ କରିବା ପାଇଁ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି।
ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୩୬ ହଜାର ହିତାଧିକାରୀଙ୍କୁ ଚିହ୍ନଟ କରିଥିବା ଜଣାପଡିଛି। ହେଲେ ଗତ ଡିସେମ୍ବର ୧୫ ରେ ହୋଇଥିବା ବୈଠକ ଅନୁଯାୟୀ, ରାଜ୍ୟ ସରକାରଙ୍କ ୨୦୨୩-୨୪ର ବଜେଟ ଏବଂ ଅତିରିକ୍ତ ବଜେଟ ହୋଇସାରିଥିବା ବେଳେ ଏବେ କେଉଁ ପାଣ୍ଠିରୁ ଆଦିମ ଜନଜାତିଙ୍କୁ ଏହି ଯୋଜନାରେ ଘର ପାଇଁ ଅର୍ଥ ଯୋଗାଇବେ ବୋଲି ପ୍ରଶ୍ନ ଉଠାଇଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଣ୍ଠିରୁ ଅର୍ଥ ବ୍ୟବହାର କରିବା ଲାଗି ଅନୁରୋଧ କରିବା ସହ ଏହି ଯୋଜନାରେ ହିତାଧିକାରୀଙ୍କ ସର୍ଭେ ଲାଗି ଏକ ଏଜେନ୍ସି ଦେବାକୁ ମଧ୍ୟ ବୈଠକରେ କହିଥିଲେ। ଏହାଛଡା ରାଜ୍ୟ ସରକାର ଯେତିକି ଆଦିମ ଜନଜାତି ଓଡିଶାରେ ବସବାସ କରୁଛନ୍ତି ବୋଲି କେନ୍ଦ୍ରକୁ ତଥ୍ୟ ଦେଇଛନ୍ତି ତାହା କେନ୍ଦ୍ର ସର୍ଭେ ଅନୁଯାୟୀ ଠିକ୍‌ ନୁହେଁ ବୋଲି ବୈଠକରେ କୁହାଯାଇଥିବା ଗତ ୨୨ ତାରିଖରେ କେନ୍ଦ୍ର ସରକାର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଚିଠିରେ ଉଲ୍ଲେଖ କରାଯାଇଛି। କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୧୧୮୭ ଗ୍ରାମରେ ୨୬,୭୭୫ ଜଣ ଯୋଗ୍ୟ ହିତାଧିକାରୀ ଥିବାବେଳେ ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି। ପ୍ରଥମେ ଏହି ସମସ୍ତ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ କେନ୍ଦ୍ରକୁ ରାଜ୍ୟ ସରକାର କହିଥିବା ଜଣାପଡିଛି। ତେବେ ଏହି ଯୋଜନାରେ କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶରେ ୧ ଲକ୍ଷ ଘର ବାଣ୍ଟିବାକୁ ଯୋଜନା ରଖିଥିବା ବେଳେ ଏଥିରେ କେନ୍ଦ୍ର ସରକାରଙ୍କ ୬୩୦ କୋଟି ଏବଂ ରାଜ୍ୟ ସରକାରଙ୍କ ୩୭୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସ୍ଥିର ହୋଇଛି। ସେହିପରି ୨୦୨୪-୨୫ରେ ୨,୨୨,୮୫୯ ଜଣ ହିତାଧିକାରୀଙ୍କୁ ଘର ଦିଆଯିବ, ଯେଉଁଥିଲାଗି କେନ୍ଦ୍ର ସରକାରଙ୍କ ୩୪୩୬.୭୫ କୋଟି ଏବଂ ରାଜ୍ୟର ୨୦୩୩ କୋଟି ଖର୍ଚ୍ଚ ହେବ। ସମାନଭାବେ ୨୦୨୫-୨୬ରେ ୧,୬୭, ୧୪୧ ହିତାଧିକାରୀଙ୍କ ପାଇଁ କେନ୍ଦ୍ର ୨୧୦୫.୯୮ କୋଟି, ରାଜ୍ୟରୁ ୧୨୩୬ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶର ମୋଟ ୪ ଲକ୍ଷ ୯୦ ହଜାର ହିତାଧିକାରୀଙ୍କୁ ଘର ଦେବା ଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri