ଭାଜପାର ୭୨ଘଣ୍ଟିଆ ଚେତାବନୀ

ସମ୍ବଲପୁର,୨୩।୧(ବ୍ୟୁରୋ): ସମ୍ବଲପୁରରେ ଅନୁଷ୍ଠିତ ଚାଷୀ ଅଧିକାର ରାଲିରେ ଗିରଫ ଭାଜପା ନେତାମାନେ ଗୁରୁବାରଠାରୁ ଥାନା ପରିସରରେ ଦେଇଥିବା ଧାରଣା ସ୍ଥଗିତ ରଖିଛନ୍ତିି। ଆର୍‌ଡିସି ନିରଞ୍ଜନ ସାହୁଙ୍କଠାରୁ ପ୍ରତିଶ୍ରୁତି ପାଇ ଦଳ ୭୨ ଘଣ୍ଟା ସମୟ ଦେଇ ଆନ୍ଦୋଳନରୁ ଓହରି ଯାଇଛି। ଯଦି ଚାଷୀଙ୍କ ସମସ୍ୟା ସମାଧାନ ନ ହେବ ତେବେ ପୁଣି ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିନ୍ଦା କରିଛନ୍ତି। ସେହିପରି ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଥିଲେ, ଚାଷୀଙ୍କ ସ୍ବାର୍ଥ ଓ ହକ୍‌ ପାଇଁ ଆନ୍ଦୋଳନକୁ ଦଲାଲ କହିଲେ ମଧ୍ୟ ଦଳ ପ୍ରସ୍ତୁତ ରହିଛି। କିନ୍ତୁ ମିଲର ଓ ବେପାରୀଙ୍କ ପାଇଁ କାମ କରିବୁ ନାହିଁ।
ଗୁରୁବାର ଅପରାହ୍ନ ୨ଟାରୁ ସାରା ରାତି ଭାଜପା ନେତାମାନେ ଟାଉନ ଥାନାରେ ଧାରଣାରେ ବସିଥିଲେ। ଶୁକ୍ରବାର ସକାଳେ ଟାଉନ ଥାନା ସମ୍ମୁଖରେ ଶତାଧିକ କର୍ମକର୍ତ୍ତା ନିଜ ନେତାମାନଙ୍କ ପାଖକୁ ଯିବାକୁ ଚାହିଁଥିଲେ। ହେଲେ ଗେଟ୍‌ରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ସେମାନେ ଧସେଇ ପଶିବାରୁ ଗୋଟିଏ ଗେଟ୍‌ ଭାଙ୍ଗିଯାଇଥିଲା। ପୋଲିସ ବଳପୂର୍ବକ କର୍ମକର୍ତ୍ତାଙ୍କୁ ଥାନା ସମ୍ମୁଖରୁ ଘଉଡାଇଥିଲା। ପରେ ସେମାନେ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଭାଜପା ନେତାମାନେ ମନା କରିଦେଇଥିଲେ। ପରେ ଏଡିଏମ୍‌ ଉମାକାନ୍ତ ରାଜ ଆସି ଆର୍‌ଡିସି ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। ଭାଜପା ନେତାଙ୍କ ଏକ ପ୍ରତିନିଧି ଦଳ ଏଥିରେ ଯୋଗଦେଇଥିଲେ। ବୈଠକରେ ଆର୍‌ଡିସି ନିରଞ୍ଜନ ସାହୁ, ଜିଲାପାଳ ଶୁଭମ୍‌ ସକ୍‌ସେନା, ଆଇଜି ନରସିଂହ ଭୋଳ, ଏସ୍‌ପି ବି. ଗଙ୍ଗାଧର, ଏଡିଏମ୍‌ ଉମାକାନ୍ତ ରାଜ, ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଭାଜପା ପକ୍ଷରୁ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରି ନାୟକ, ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ଭାଜପା ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ବୈଠକ ଶେଷରେ ଭାଜପା ନେତାମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଜିଲାସ୍ତରରେ ଯାହା ସମସ୍ୟା ରହିଛି ଆର୍‌ଡିସି ନିଜ ତତ୍ତ୍ବାବଧାନରେ ସମାଧାନ କରିବେ, ସରକାରୀ ସ୍ତରରେ ଚାଷୀଙ୍କ ଯାହା ବି ସମସ୍ୟା ରହିଛି ତାକୁ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆମେ ଆନ୍ଦୋଳନରୁ ଓହରି ଯାଇଛୁ। ହେଲେ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟା ସମୟ ଦିଆଯାଇଛି। ଏହି ସମୟ ଭିତରେ ଚାଷୀଙ୍କ ଟୋକନ୍‌ ସମସ୍ୟା, ଅଭାବୀ ବିକ୍ରି ସମାଧାନ ନ ହେଲେ ଆସନ୍ତା ୨୫ ତାରିଖରେ ପୁଣି ଏକ ଜରୁରୀ ବୈଠକ କରାଯିବ। ପରେ ଆନ୍ଦୋଳନ ଜୋର୍‌ଦାର କରାଯିବ। ସୂଚନାଯୋଗ୍ୟ, ଗୁରୁବାର ସମ୍ବଲପୁରରେ ଭାଜପାର ଚାଷୀ ଅଧିକାର ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍‌ଡିସି ଅଧୀନରେ ଥିବା ୩୫ ବିଧାନସଭା ଓ ବୌଦ୍ଧ, କଣ୍ଟାମାଳ ବିଧାନସଭା ମଣ୍ଡଳୀ ମିଶି ମୋଟ ୩୭ ମଣ୍ଡଳର ଚାଷୀ ଓ ଭାଜପା କର୍ମକର୍ତ୍ତା ଯୋଗଦେଇଥିଲେ। ଆର୍‌ଡିସି ଅଫିସ ଘେରାଉ ପାଇଁ ଯିବା ସମୟରେ ପୋଲିସ ୫୦ରୁ ଊର୍ଦ୍ଧ୍ୱ ନେତାଙ୍କୁ ଗିରଫ କରିଥିଲା। ଗିରଫ ନେତାମାନେ ଟାଉନ ଥାନା ପରିସରରେ ଗୁରୁବାରଠାରୁ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri