ଭାଜପାର ୭୨ଘଣ୍ଟିଆ ଚେତାବନୀ

ସମ୍ବଲପୁର,୨୩।୧(ବ୍ୟୁରୋ): ସମ୍ବଲପୁରରେ ଅନୁଷ୍ଠିତ ଚାଷୀ ଅଧିକାର ରାଲିରେ ଗିରଫ ଭାଜପା ନେତାମାନେ ଗୁରୁବାରଠାରୁ ଥାନା ପରିସରରେ ଦେଇଥିବା ଧାରଣା ସ୍ଥଗିତ ରଖିଛନ୍ତିି। ଆର୍‌ଡିସି ନିରଞ୍ଜନ ସାହୁଙ୍କଠାରୁ ପ୍ରତିଶ୍ରୁତି ପାଇ ଦଳ ୭୨ ଘଣ୍ଟା ସମୟ ଦେଇ ଆନ୍ଦୋଳନରୁ ଓହରି ଯାଇଛି। ଯଦି ଚାଷୀଙ୍କ ସମସ୍ୟା ସମାଧାନ ନ ହେବ ତେବେ ପୁଣି ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଜେଡି ପ୍ରବକ୍ତା ଶ୍ରୀମୟୀ ମିଶ୍ର ଦେଇଥିବା ମନ୍ତବ୍ୟକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ନିନ୍ଦା କରିଛନ୍ତି। ସେହିପରି ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଥିଲେ, ଚାଷୀଙ୍କ ସ୍ବାର୍ଥ ଓ ହକ୍‌ ପାଇଁ ଆନ୍ଦୋଳନକୁ ଦଲାଲ କହିଲେ ମଧ୍ୟ ଦଳ ପ୍ରସ୍ତୁତ ରହିଛି। କିନ୍ତୁ ମିଲର ଓ ବେପାରୀଙ୍କ ପାଇଁ କାମ କରିବୁ ନାହିଁ।
ଗୁରୁବାର ଅପରାହ୍ନ ୨ଟାରୁ ସାରା ରାତି ଭାଜପା ନେତାମାନେ ଟାଉନ ଥାନାରେ ଧାରଣାରେ ବସିଥିଲେ। ଶୁକ୍ରବାର ସକାଳେ ଟାଉନ ଥାନା ସମ୍ମୁଖରେ ଶତାଧିକ କର୍ମକର୍ତ୍ତା ନିଜ ନେତାମାନଙ୍କ ପାଖକୁ ଯିବାକୁ ଚାହିଁଥିଲେ। ହେଲେ ଗେଟ୍‌ରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପୋଲିସ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ସେମାନେ ଧସେଇ ପଶିବାରୁ ଗୋଟିଏ ଗେଟ୍‌ ଭାଙ୍ଗିଯାଇଥିଲା। ପୋଲିସ ବଳପୂର୍ବକ କର୍ମକର୍ତ୍ତାଙ୍କୁ ଥାନା ସମ୍ମୁଖରୁ ଘଉଡାଇଥିଲା। ପରେ ସେମାନେ ଥାନା ସମ୍ମୁଖରେ ଧାରଣାରେ ବସିରହିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ପୋଲିସ ଓ ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଭାଜପା ନେତାମାନେ ମନା କରିଦେଇଥିଲେ। ପରେ ଏଡିଏମ୍‌ ଉମାକାନ୍ତ ରାଜ ଆସି ଆର୍‌ଡିସି ଅଫିସରେ ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। ଭାଜପା ନେତାଙ୍କ ଏକ ପ୍ରତିନିଧି ଦଳ ଏଥିରେ ଯୋଗଦେଇଥିଲେ। ବୈଠକରେ ଆର୍‌ଡିସି ନିରଞ୍ଜନ ସାହୁ, ଜିଲାପାଳ ଶୁଭମ୍‌ ସକ୍‌ସେନା, ଆଇଜି ନରସିଂହ ଭୋଳ, ଏସ୍‌ପି ବି. ଗଙ୍ଗାଧର, ଏଡିଏମ୍‌ ଉମାକାନ୍ତ ରାଜ, ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଭାଜପା ପକ୍ଷରୁ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ତଥା ଭାଜପା ରାଜ୍ୟ ଉପସଭାପତି ନାଉରି ନାୟକ, ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାୟକ, ଭାଜପା ଜିଲା ସଭାପତି ଗିରିଶ ପଟେଲ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ବୈଠକ ଶେଷରେ ଭାଜପା ନେତାମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଜିଲାସ୍ତରରେ ଯାହା ସମସ୍ୟା ରହିଛି ଆର୍‌ଡିସି ନିଜ ତତ୍ତ୍ବାବଧାନରେ ସମାଧାନ କରିବେ, ସରକାରୀ ସ୍ତରରେ ଚାଷୀଙ୍କ ଯାହା ବି ସମସ୍ୟା ରହିଛି ତାକୁ ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଆମେ ଆନ୍ଦୋଳନରୁ ଓହରି ଯାଇଛୁ। ହେଲେ ରାଜ୍ୟ ସରକାରଙ୍କୁ ୭୨ ଘଣ୍ଟା ସମୟ ଦିଆଯାଇଛି। ଏହି ସମୟ ଭିତରେ ଚାଷୀଙ୍କ ଟୋକନ୍‌ ସମସ୍ୟା, ଅଭାବୀ ବିକ୍ରି ସମାଧାନ ନ ହେଲେ ଆସନ୍ତା ୨୫ ତାରିଖରେ ପୁଣି ଏକ ଜରୁରୀ ବୈଠକ କରାଯିବ। ପରେ ଆନ୍ଦୋଳନ ଜୋର୍‌ଦାର କରାଯିବ। ସୂଚନାଯୋଗ୍ୟ, ଗୁରୁବାର ସମ୍ବଲପୁରରେ ଭାଜପାର ଚାଷୀ ଅଧିକାର ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଆର୍‌ଡିସି ଅଧୀନରେ ଥିବା ୩୫ ବିଧାନସଭା ଓ ବୌଦ୍ଧ, କଣ୍ଟାମାଳ ବିଧାନସଭା ମଣ୍ଡଳୀ ମିଶି ମୋଟ ୩୭ ମଣ୍ଡଳର ଚାଷୀ ଓ ଭାଜପା କର୍ମକର୍ତ୍ତା ଯୋଗଦେଇଥିଲେ। ଆର୍‌ଡିସି ଅଫିସ ଘେରାଉ ପାଇଁ ଯିବା ସମୟରେ ପୋଲିସ ୫୦ରୁ ଊର୍ଦ୍ଧ୍ୱ ନେତାଙ୍କୁ ଗିରଫ କରିଥିଲା। ଗିରଫ ନେତାମାନେ ଟାଉନ ଥାନା ପରିସରରେ ଗୁରୁବାରଠାରୁ ଧାରଣାରେ ବସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri