Posted inଜାତୀୟ

ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ

କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମତୁଆ ସମ୍ପ୍ରଦାୟ ଭୋଟରଙ୍କ ସଂଖ୍ୟା ୩ କୋଟିରୁ ଅଧିକ। ରାଜ୍ୟର ୭୦ଟି ବିଧାନସଭା ଆସନର ଫଳାଫଳ ଏହି ସମ୍ପ୍ରଦାୟର ଭୋଟରଙ୍କ ଉପରେ ନିର୍ଭର କରିଥାଏ। ଦେଶ ବିଭାଜନଠାରୁ ଏହି ସମ୍ପ୍ରଦାୟ ନାଗରିକତା ସମସ୍ୟା ଯୋଗୁ ଅସୁବିଧାରେ ପଡ଼ିଥିଲେ। ପରେ ସେମାନଙ୍କୁ ଭୋଟଦାନ ଅଧିକାର ମିଳିଥିଲା। ତେବେ ନାଗରିକତା ସମସ୍ୟା ପିଛା ଛାଡ଼ି ନ ଥିଲା। ୨୦୧୯ ଳୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ଆରମ୍ଭ ମତୁଆ ସମ୍ପ୍ରଦାୟର ପ୍ରମୁଖ ତଥା ଠାକୁର ପରିବାରର ମୁଖ୍ୟ ବୀଣାପାଣି ଦେବୀ ବୋରୋ ମା’ଙ୍କର ଆଶୀର୍ବାଦ ନେଇ କରିଥିଲେ। ଏହାର ଫଳ ସ୍ବରୂପ ଭାଜପା ରାଜ୍ୟରେ ।୮ ଲୋକ ସଭା ଆସନରେ ବିିଜୟୀ ହୋଇଥିଲା। ଇତିମଧ୍ୟରେ ଭାଜପା ପକ୍ଷରୁ ନାଗରିକତ୍ୱ ସଂଶୋଧନ ଆଇନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଯୋଗୁ ମତୁଆ ସମ୍ପ୍ରଦାୟଙ୍କ ନାଗରିକତ୍ୱ ସମସ୍ୟାର ସମାଧାନ ସହଜରେ ହୋଇ ପାରିବ। ଫଳରେ ମତୁଆ ସମ୍ପ୍ରଦାୟ ସହିତ ଭାଜପାର ସମ୍ପର୍କ ଧୀରେଧୀରେ ବଢ଼ିବାରେ ଲାଗିଛି। ଭାଜପାର ବରିଷ୍ଠ ସଦସ୍ୟ ମତୁଆ ସମ୍ପ୍ରଦାୟଙ୍କ ଘରେ ଭୋଜନ କରି ରାଜନୈତିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବାର ଉଦ୍ୟମ ମଧ୍ୟ କରୁଛନ୍ତି। ପୂର୍ବରୁ ମତୁଆ ସମ୍ପ୍ରଦାୟଙ୍କ ସମର୍ଥନ ବାମଦଳଙ୍କୁ ମିଳିଥିଲା। ଏହାପରେ ତୃଣମୂଳ କଂଗ୍ରେସ ଏହି ସମ୍ପ୍ରଦାୟର ଭୋଟରଙ୍କୁ ହାତେଇବାରେ ସଫଳ ହୋଇଥିଲା। ଏବେ ଭାଜପା ମତୁଆ ଭୋଟ ବ୍ୟାଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛି। କିନ୍ତୁ ମତୁଆ ସମ୍ପ୍ରଦାୟଙ୍କ ଭୋଟ ବ୍ୟାଙ୍କ ଭାଗ ଭାଗ ହେବାର ଅନୁମାନ କରାଯାଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭୋଟ ବ୍ୟାଙ୍କ ମୁଖ୍ୟତଃ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ବାଣ୍ଟିହେବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri