ଗୋଟିଏ ଦିନରେ ବିଜେଡି କାର୍ଯ୍ୟକ୍ରମ କରିବାକୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ବର,୩୦ା୯(ବ୍ୟୁରୋ): ଭାଜପା କାର୍ଯ୍ୟକ୍ରମକୁ ବିଜେଡି ଡରୁଛି କି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସଭା ଯେଉଁଦିନ ସେଦିନ କାହିଁକି ବିଜେଡି ସମ୍ମିଳନୀ କଲା। ଭାଜପାକୁ ସେମାନଙ୍କ ଏତେ ଭୟ କାହିଁକି ବୋଲି ପ୍ରଶ୍ନକରି ବର୍ଷିଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ଜନତା ମଇଦାନଠାରେ ଗୁରୁବାର ଅନୁଷ୍ଠିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଉଦ୍‌ବୋଧନ ଦେବା ଅବସରରେ ଅପରାଜିତା କହିଛନ୍ତି, ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ଦଳର ଡର ଅଛି କି। ଭାଜପା ସଭାପତି ଆସିବା ଶୁଣି ତରବରରେ ବରମୁଣ୍ଡା ପଡ଼ିଆରେ ସଭା କଲେ। ଆଉ କେବେ ସେମାନଙ୍କୁ ସମୟ ହେଲା ନାହିଁ। ଏହି କାର୍ଯ୍ୟକ୍ରମକୁ ରାଜ୍ୟର ୧୦୦୮ ମଣ୍ଡଳରୁ କର୍ମୀ ଆସିଛନ୍ତି। ସେମାନଙ୍କୁ ରୋକିବାକୁ ପ୍ରଶାସନ ଲାଗିଛି। ହେଲେ ଏଥିରେ ସଫଳ ହୋଇପାରୁନାହାନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏଠିକା ମୁଖ୍ୟମନ୍ତ୍ରୀ ସାଧକ ନୁହନ୍ତି ବାଧକ। ଶକ୍ତିକେନ୍ଦ୍ରଗୁଡିକ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରକୁ ବଙ୍ଗୋପସାଗରେ ଫିଙ୍ଗିବା ପାଇଁ ସେ ଆହ୍ବାନ କରିଛନ୍ତି।
ଭାଜପାର ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ବିଜେଡିର ଏହି କାର୍ଯ୍ୟକ୍ରମ ନୂଆ ନୁହେଁ। ପ୍ରତିବର୍ଷ ବିଜେଡି ଜନସମ୍ପର୍କ ପଦଯାତ୍ରା କରୁଛି। ଆମେ ସବୁ ବର୍ଷ ଲୋକଙ୍କ ପାଖକୁ ଯାଉ, ସେମାନଙ୍କ ସୁବିଧା ଅସୁବିଧା ବୁଝିଥାଉ। ଦିଲ୍ଲୀ, ଗୁଜରାଟ କି ଗୋଆରୁ ନେତା ଆମେ ଧାର ଉଧାର ଆଣୁନାହୁଁ। ଆମେ ଓଡ଼ିଆ ଜାତିର ଏବଂ ମାଟିର ନେତା ନବୀନ ପଟ୍ଟନାୟକଙ୍କ ସାଙ୍ଗରେ ଅଛୁ। ଦିଲ୍ଲୀ, ଗୋଆ ଓ ଗୁଜରାଟରୁ ମନ୍ତ୍ର ଆଣିଲେ ତାହା ଓଡ଼ିଶାରେ କାମ ଦେବ ନାହିଁ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ର କାମ ଦେବ ବୋଲି ସେ କହିଛନ୍ତି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ୬ ଲକ୍ଷ ଘର ଲୋକଙ୍କୁ ମିଳିବ ଯାହା ଆବାସ ପୋର୍ଟାଲ ଖୋଲିଲେ ସମ୍ଭବ ସେହି ପ୍ରସଙ୍ଗ ସମସ୍ତଙ୍କୁ ଆନ୍ଦୋଳିତ କରୁଛି। କେନ୍ଦ୍ରକୁ ବିଭିନ୍ନ ଯୋଜନାରେ ଯେଉଁ ପାଣ୍ଠି ଆସିବା କଥା ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଏପରି ଅନେକ ପ୍ରସଙ୍ଗ ଅଛି ଯେଉଁଥିରେ ଓଡ଼ିଶାକୁ ହକ୍‌ ମିଳିବାର ଅଛି ସେକଥା ସେମାନେ କୁହନ୍ତୁ ବୋଲି ସସ୍ମିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri