Posted inଜାତୀୟ

ନୀତୀଶଙ୍କ ନେତୃତ୍ୱକୁ ଭାଜପାର ସମର୍ଥନ

ପାଟନା,୭।୧୦: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଦେଖାଦେଇଥିବା ଫାଟ କ୍ରମଶଃ ମଳିନ ପଡ଼ିଯାଇଛି। ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଜେଡିୟୁକୁ ବିରୋଧ କରିବ ଓ ଏନ୍‌ଡିଏ ସହ ରହିବ ବୋଲି କହି ଦ୍ୱନ୍ଦ୍ୱ ସୃଷ୍ଟି କରିଥିବାବେଳେ ଭାଜପା ଅକଳରେ ପଡ଼ିଥିଲା। ଏବେ ଏହା ଦୂର ହୋଇଛି। ପ୍ରଦେଶ ଭାଜପା ମୁଖ୍ୟ ସଞ୍ଜୟ ଜୈଶଓ୍ବାଲ ପକ୍ଷରୁ ନିଜର ନୀତିଗତି ସ୍ପଷ୍ଟ କରାଯିବା ସହ ଏଲ୍‌ଜେପି ସହ କୌଣସି ଭିତିରି ବୁଝାମଣା କରାଯିବନି ବୋଲି ମଙ୍ଗଳବାର ସ୍ପଷ୍ଟ କରିଛି। ଏଥିସହ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାର ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରିଛି। ନୀତୀଶ୍‌ଙ୍କ ନେତୃତ୍ୱରେ ଏନ୍‌ଡିଏ ବିହାର ନିର୍ବାଚନ ଲଢ଼ିବ ବୋଲି ସ୍ପଷ୍ଟ କରାଯାଇଛି। ଏଲ୍‌ଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୌଣସି ଫଟୋ ପ୍ରଚାରବେଳେ ବ୍ୟବହାର କରିପାରିବ ନାହିଁ ବୋଲି ଜୈଶଓ୍ବାଲ କହିଛନ୍ତି।
ଅନ୍ୟପକ୍ଷରେ ଜେଡିୟୁ-ଭାଜପା ମଧ୍ୟରେ ମଙ୍ଗଳବାର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଜେଡିୟୁ ୧୨୨ ଓ ଭାଜପା ୧୨୧ ଆସନରେ ନିର୍ବାଚନ ଲଢ଼ିବେ। ଜିତନ୍‌ରାମ ମାନ୍‌ଝୀଙ୍କୁ କୋଟାରେ ଏନ୍‌ଡିଏରୁ ୭ ଆସନ ଛଡ଼ାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ପୋଲିସକୁ ସୋସିଆଲ ମିଡ଼ିଆରେ ଖୋଲା ଚ୍ୟାଲେଞ୍ଜ୍‌ କଲେ ଲଖା ସିଧାନା

ନୂଆଦିଲ୍ଲୀ,୨୦।୨: ଜାନୁୟାରୀ ୨୬ ଦିଲ୍ଲୀ ହିଂସାର ମାଷ୍ଟର ମାଇଣ୍ଡ ଥିବା ପୂର୍ବ ଗ୍ୟାଙ୍ଗଷ୍ଟର ଲଖା ସିଧାନା ସୋସିଆଲ ମିଡ଼ିଆରେ ଦିଲ୍ଲୀ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି।...

ସ୍ବାଧିନ ପ୍ରାର୍ଥୀଙ୍କ ଉପରେ ଭାଜପା ଚାପ ପକାଉଥିବା ଅଭିଯୋଗ

ରୋହତକ,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏଠାରେ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ଭାଜପା ଓ କଂଗ୍ରେସ ବିଜୟ...

କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାରକୁ ୧ କୋଟି ଟଙ୍କାର ଚେକ୍‌ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧।୮: କରୋନା ମହାମାରୀ ପ୍ରତିଦିନ କାହାକୁ ନା କାହାକୁ ତା’ କବଳକୁ ନେଉଛି। ସାରା ବିଶ୍ୱରେ ପ୍ରତିଦିନ କରୋନା ସଂକ୍ରମଣରେ ହଜାର ହଜାର ଲୋକଙ୍କ ଜୀବନ...

ଶାହଙ୍କ ଦୁଇ ଦିନିଆ ୟୁପି ଗସ୍ତ, ଦେବେ ବିଜୟର ମନ୍ତ୍ର

ନୂଆଦିଲ୍ଲୀ,୧୨ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶୁକ୍ରବାରଠାରୁ ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଯାଉଛନ୍ତି । ଏହି ସମୟରେ ସେ କିଛି କାର୍ଯ୍ୟକ୍ରମରେ...

ବେରୋଜଗାରୀ, ଋଣ ବୋଝରେ ୨୫,୦୦୦ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୦।୨: ବେରୋଜଗାରୀ କିମ୍ବା ଋଣ ବୋଝ ଯୋଗୁ ୨୦୧୮ରୁ ୨୦୨୦ ମଧ୍ୟରେ ଭାରତରେ ୨୫,୦୦୦ରୁ ଊର୍ଦ୍ଧ୍ୱ ଲୋକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସରକାର ବୁଧବାର ରାଜ୍ୟ...

ଜମ୍ମୁ-କଶ୍ମୀରରେ ଫେରୁଛି ଶାନ୍ତି: ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ କମିଛି ଅନୁପ୍ରବେଶ, କହିଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୯।୭: ଜମ୍ମୁ-କଶ୍ମୀରରେ ଧୀରେ ଧୀରେ ଶାନ୍ତି ଫେରିବା ଆରମ୍ଭ କରିଛି। ସେହିପରି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ଅନୁପ୍ରବେଶ...

ଟିକାର ଭିନ୍ନଭିନ୍ନ ଦାମ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ: କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ୍‌ …

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାର ଭିନ୍ନଭିନ୍ନ ଦାମ୍‌ ନେଇ ରାଜସ୍ଥାନ ଏବଂ...

ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା

କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା...

Advertisement
Archives

Model This Week