ଜୁନାଗଡ଼ରେ ଭାଜପା ରାଜ୍ୟ ସଭାପତି, କହିଲେ ଲୋକଙ୍କ ସରକାର, ସେହିମାନଙ୍କ ପାଇଁ…

ଭବାନୀପାଟଣା,୨୭ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ୨ ଦିନିଆ ଗସ୍ତରେ ଆସିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ପ୍ରଥମ ଦିନରେ ସେ କେସିଙ୍ଗା ଓ ଭବାନୀପାଟଣା ବ୍ଲକ ଗସ୍ତ କରିଥିବାବେଳେ ବୁଧବାର ଦିତୀୟ ଦିନରେ ସେ ଜୁନାଗଡ଼ ଓ ଗସ୍ତ କରିଛନ୍ତି। ଏହି ଅବସରରେ ଜୁନାଗଡ଼ ବ୍ଲକ ବନମାଳୀପୁର ଛକଠାରୁ ତାଙ୍କୁ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ବାଇକ୍‌ ଶୋଭାଯାତ୍ରା ମାଧ୍ୟମରେ ଜୁନାଗଡ଼ ଟାଉନ ହଲ୍‌ ପ୍ରର୍ଯ୍ୟନ୍ତ ପାଛୋଟି ଆଣିଥିଲେ। ସେଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଓ ମିଶ୍ରଣ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସଭାପତି ସାମଲ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ତଥା ତୃଣମୂଳ ସ୍ତରରେ କାମ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଲୋକଙ୍କ ପାଇଁ ସବୁବେଳେ କାମ କରିବ। ଦେଶରେ କଂଗ୍ରେସ ୪୦ ବର୍ଷ ଶାସନ କଲା, ପରିବାର ବାଦ ଶାସନ କରୁଥିଲା । କଂଗ୍ରେସ ଗରିବୀ ହଟାଓ ସ୍ଲୋଗାନ ଦେଇଥିଲା। ହେଲେ ଗରିବୀ ଆହୁରି ବଢ଼ିଗଲା। ସେହିପରି ଓଡ଼ିଶାରେ ବିଜେଡି ୨୪ ବର୍ଷ ଶାସନ କଲା, ହେଲେ ଲୋକଙ୍କୁ ପ୍ରତାରଣା କଲେ। ବିଜେଡି ସରକାର ସମୟରେ ଗର୍ବ ଅହଂକାର ଚରମସୀମାରେ ପହଞ୍ଚିଥିଲା। ଚାଷୀଙ୍କୁ ବିଜେଡି ଗରିବ କରିବାକୁ ଚାହୁଁଥିଲା। ୨୪ ବର୍ଷରେ ଚାଷୀଙ୍କୁ ଟଙ୍କାଟିଏ ବି ଇନପୁଟ୍‌ ସହାୟତା ରାଶି ପ୍ରଦାନ କରି ନ ଥିଲା। ଯାହାଫଳରେ ଚଳିତ ସାଧାରଣ ନିର୍ବାଚନରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କଲେ। ରାଜ୍ୟରେ ଭାଜପା ସରକାର ଆସିବା ପରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮ ଶହ ଟଙ୍କାର ଇନ୍‌ପୁଟ୍‌ ସବ ସିଡ଼ି ପ୍ରଦାନ କରି ତାଙ୍କ ମନୋବଳ ତଥା ଆଗକୁ ବଢ଼ିବାକୁ ଆହୁରି ସୁଦୃଢ଼ କରିଛୁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଅଛି। ଭାଜପା ଦଳ ସାଧାରଣ ଜନତାଙ୍କ ଭୋଟ ପାଇ ଶାସନକୁ ଆସିଛି। ସରକାର ଆସିବା ପରେ ଲୋକଙ୍କ ପାଖକୁ କିଭଳି ବିକାଶ ପହଞ୍ଚିବ ସେ ନେଇ ସବୁବେଳେ ତତ୍ପରତା ଦେଖାଉଛନ୍ତି ବୋଲି ରାଜ୍ୟ ସଭାପତି ସାମଲ କହିଥିଲେ। ଏହି ଅବସରରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଭାଜପାରେ ସାମିଲ ହୋଇଥିଲେ।
ଏଥିରେ ଗୋଲାମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁରଥ ସାହୁ ସମେତ ଅନେକ ସମିତି ସଭ୍ୟ,ସରପଞ୍ଚ ମଧ୍ୟ ରହିଥିଲେ।
ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ସାମଲଙ୍କ ସମେତ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକ, ହିମାଂଶୁ ଶେଖର ମେହେର, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ମହାନନ୍ଦ,ପୂର୍ବତନ ଜିଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଅଜୟ ପାଣିଗ୍ରାହୀ, ଜିଲା ମିଡିଆ ସେଲ ସଂଯୋଜକ ନରହରି ପଟ୍ଟନାୟକ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ, ଜିଲା ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ରାଜ୍ୟ ପରିଷଦ ସଦସ୍ୟ ମନୋଜ ମେହେର ପରିଚାଳନା କରିଥିବାବେଳେ ପୂର୍ବତନ ନଗରପାଳ ତଥା ଜିଲା ଉପସଭାପତି ମୁକେଶ ଅଗ୍ରଓ୍ବାଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?