ଦିଲ୍ଲୀରେ ଡେରା ପକାଇଛନ୍ତି ଭାଜପା ରାଜ୍ୟ ନେତା

ଭୁବନେଶ୍ୱର, ୨୦।୩(ସୁନିତ୍‌ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ଏଭଳି ସ୍ଥିତିରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ବିଭିନ୍ନ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂରହେଉନାହିଁ। ହେଲେ ଉଭୟ ବିଜେଡି ଏବଂ ଭାଜପା ନିଜ ନିଜର ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇ ଦଳର ଯେଉଁ ନେତାମାନେ ବି ମେଣ୍ଟ ବାବଦରେ ପ୍ରତିକ୍ରିୟା ରଖୁଛନ୍ତି ସେମାନେ ତାଙ୍କ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ମାନିବେ ବୋଲି କହି କଥା ସାରୁଛନ୍ତି। ଓଡ଼ିଶାରେ ହେବାକୁ ଥିବା ୨୦୨୪ ନିର୍ବାଚନ ପାଇଁ ଆହୁରି ପାଖାପାଖି ଦେଢ଼ ମାସ ରହିଛି। ତେଣୁ କୌଣସି ସମୟରେ ମେଣ୍ଟ ନେଇ କିଛି ସୂଚନା ଆସିଲେ ସେଥିରେ କୌଣସି ପ୍ରକାର ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ନେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତୃତୀୟ ଥର ଲାଗି ରବିବାରଠାରୁ ଦିଲ୍ଲୀ ଗସ୍ତ କରିଛନ୍ତି। ତେଣୁ ଭାଜପାର ୨ୟ ପର୍ଯ୍ୟାୟରେ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ। ତେଣୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କିଛି ଆସନ ଲାଗି ଭାଜପା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି।
ଭାଜପା ରାଜ୍ୟ ସଭାପତି, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର ପ୍ରମୁଖଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କରେ ବୈଠକ କରିଥିଲେ। ହେଲେ ବୈଠକରୁ ବାହାରିବା ପରେ ମନମୋହନ ମେଣ୍ଟ ପ୍ରସଙ୍ଗକୁ ଖଣ୍ଡନ କରିଥିବା ବେଳେ ସବୁ ଆସନ ଉପରେ ବିଚାରବିମର୍ଶ କରାଯାଇଥିବା କହିଥିଲେ। ଏ ପର୍ଯ୍ୟନ୍ତ ଭାଜପା ରାଜ୍ୟ ନେତାମାନେ ଓଡ଼ିଶା ଫେରି ନ ଥିବା ବେଳେ ମଙ୍ଗଳବାର ବିଳମ୍ବିତ ସାରେ ଆଉ ଥରେ ଓଡ଼ିଶା ବାବଦରେ ଏକ ବୈଠକ କରି ଆଲୋଚନା କରାଯାଇଥିବା ଜଣାପଡ଼ିଛି। ତେବେ ଆସନ୍ତା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ୩ ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେତେଜଣଙ୍କ ନାଁ ରହିପାରେ ବୋଲି ଆଲୋଚନା ଚାଲିଛି। ଅନ୍ୟପଟେ ହୋଲି ସରିବା ପରେ କଂଗ୍ରେସ ନିଜର ୩ୟ ସ୍କ୍ରିନିଂ କମିଟି ବୈଠକ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ମଙ୍ଗଳବାର ସୂଚନା ଦେଇଛନ୍ତି। ବିଜେଡି, ଭାଜପା ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିବା କାରଣରୁ କଂଗ୍ରେସ ନିଜର ସ୍କ୍ରିନିଂ କମିଟି ଘୁଞ୍ଚାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ବିଜେଡି ସୋମବାର ପୁରୀ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ନେଇ ଦଳର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛି। ପୁରୀରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଗ୍ରୀନ୍‌ ସିଗ୍‌ନାଲ ଦେଇଥିବା ବୈଠକ ପରେ ଚର୍ଚ୍ଚା ହେଉଥିଲା। ସେହି କ୍ରମରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ବିଧାୟକ ଉମା ସାମନ୍ତରାୟ ଏବଂ ସତ୍ୟବାଦୀରୁ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚୂଡ଼ାନ୍ତ କରିଥିବା ମଧ୍ୟ ଆଲୋଚନା ହୋଇଥିଲା। ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କେତେଜଣ ମୁଖ୍ୟ କର୍ମୀଙ୍କୁ ନେଇ ଏକ ବୈଠକ ମଙ୍ଗଳବାର ବସିଥିବା ବେଳେ ସେଥିରେ ସଞ୍ଜୟ, ଉମା ଏବଂ ଅରୂପଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ତେଣୁ ଅରୂପ ବିଜେଡି ଲୋକ ସଭା ପ୍ରାର୍ଥୀ ଭାବେ ପୁରୀରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିବା ଚର୍ଚ୍ଚାକୁ ବଢ଼ାଇ ଦେଇଛି। ତେଣୁ ଆଗକୁ ବିଜେଡି ନିର୍ବାଚନ ପ୍ରସ୍ତୁତି କିଭଳି କରୁଛି ତା’ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri