Posted inଜାତୀୟ

ଅମାନତ ହରାଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ,୨୦।୩(ପି.ଟି.) : ଲୋକ ସଭା ନିର୍ବାଚନରେ ଅମାନତ ହରାଉଥିବା ପ୍ରାର୍ଥୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୫୧ ପ୍ରଥମ ଲୋକ ସଭା ନିର୍ବାଚନଠାରୁ ୭୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ଅମାନତ ଜମା ହରାଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ୨୦୧୯ ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀଙ୍କୁ ସେମାନଙ୍କ ଜମା ହରାଇବାକୁ ପଡ଼ିଥିଲା। ଜଣେ ପ୍ରାର୍ଥୀ ମୋଟ ବୈଧ ଭୋଟ୍‌ର ଅନୂ୍ୟନ ଏକ-ଷଷ୍ଠାଂଶ ପାଇବାକୁ ବିଫଳ ହେଲେ ସେ ତାଙ୍କ ଅମାନତ ଜମା ହରାଇଥାନ୍ତି। ପ୍ରଥମ ଲୋକ ସଭା ନିର୍ବାଚନଠାରୁ ଇତିମଧ୍ୟରେ ମୋଟ ୯୧,୧୬୦ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ସେଥିରୁ ୭୧,୨୪୬ ଜଣ ଅମାନତ ହରାଇଛନ୍ତି। ଏହା ମୋଟ ପ୍ରାର୍ଥୀ ସଂଖ୍ୟାର ୭୮ ପ୍ରତିଶତ।
୧୯୫୧ରେ ଅମାନତ ଜମା ପରିମାଣ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଥିଲା। ଏବେ ତାହା ବୃଦ୍ଧି ପାଇ ସାଧାରଣ ପ୍ରାର୍ଥୀଙ୍କ ନିମନ୍ତେ ୨୫,୦୦୦ ଏବଂ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୧୨,୫୦୦ ରଖାଯାଇଛି। ଅମାନତ ସଂରକ୍ଷିତ ରଖିବା ପ୍ରାର୍ଥୀଙ୍କ ପାଇଁ ସମ୍ମାନର ବିଷୟ ହୋଇଥିବାବେଳେ ଏହାକୁ ହରାଇବା ଅପମାନଜନକ। ୨୦୧୯ ନିର୍ବାଚନରେ ବିଏସ୍‌ପି ୩୮୩ ଜଣ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୪୫ ଜଣ ଅମାନତ ହରାଇଥିଲେ। ସେହିପରି କଂଗ୍ରେସର ୪୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୮ ଜଣଙ୍କୁ ଅମାନତ ହରାଇବାକୁ ପଡ଼ିଥିଲା। ଭାଜପାରୁ ୫୧ ଏବଂ ସିପିଆଇରୁ ୪୧ ପ୍ରାର୍ଥୀ ଅମାନତ ହରାଇଥିଲେ। ୧୯୫୧ରେ ମୋଟ ୧,୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ସେଥିରୁ ୭୪୫ ଜଣ ଅର୍ଥାତ୍‌ ୪୦ ପ୍ରତିଶତ ଅମାନତ ହରାଇଥିଲେ। ୧୯୯୬ରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କ ହାର ସର୍ବାଧିକ ୯୧ ପ୍ରତିଶତ ଥିଲା। ସେତେବେଳେ ୧୩,୯୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨,୬୮୮ ଜଣଙ୍କ ଅମାନତ ବାଜ୍ୟାପ୍ତ ହୋଇଥିଲା। ସେହିପରି ୧୯୯୧-୯୨ ନିର୍ବାଚନରେ ୮,୭୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭,୫୩୯ ଏବଂ ୨୦୦୯ରେ ୮,୦୭୦ ଜଣଙ୍କ ମଧ୍ୟରୁ ୬,୮୨୯ ପ୍ରାର୍ଥୀ ଅମାନତ ହରାଇଥିଲେ। ୨୦୧୪ରେ ୮୪ ପ୍ରତିଶତ ଅର୍ଥାତ୍‌ ୮,୨୫୧ ଜଣଙ୍କ ମଧ୍ୟରୁ ୭,୦୦୦ ପ୍ରାର୍ଥୀଙ୍କ ଅମାନତ ବାଜ୍ୟାପ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?