Posted inଜାତୀୟ

୨୦୨୪ ନିର୍ବାଚନରେ ଏମିତି ଟଙ୍କା ବ୍ୟୟ କରିଛି ଭାଜପା: ଜାଣନ୍ତୁ କଂଗ୍ରେସ କେତେ?

ନୂଆଦିଲ୍ଲୀ,୨୧ା୬:୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏକସଙ୍ଗେ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ଭାଜପା ପାଖାପାଖି ୧,୪୯୪ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ମୋଟ ନିର୍ବାଚନ ବ୍ୟୟର ୪୪.୫୬ ପ୍ରତିଶତ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ରିପୋଟରୁ ଏହା ଜଣାପଡ଼ିଛି। ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସର ବ୍ୟୟ ମୋଟ ନିର୍ବାଚନୀ ବ୍ୟୟର ୧୮.୫ ପ୍ରତିଶତ। ମୋଟ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳର ନିର୍ବାଚନୀ ବ୍ୟୟକୁ ବିଶ୍ଲେଷଣ କରାଯାଇଥିବା ଏଡିଆର୍‌ କହିଛି।
୨୦୨୪ରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ମାର୍ଚ୍ଚ ୧୬ରୁ ଜୁନ୍‌ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସବୁ ଦଳର ମୋଟ ବ୍ୟୟ ପରିମାଣ ୩,୩୫୨.୮୧ କୋଟି ଟଙ୍କା ଥିଲା। ସେଥିରୁ ଜାତୀୟ ଦଳଗୁଡ଼ିକର ବ୍ୟୟ ୨,୨୦୪ କୋଟି ଟଙ୍କା, ଯାହାକି ମୋଟ ବ୍ୟୟର ୬୫.୭୫ ପ୍ରତିଶତ। ଅନ୍ୟପକ୍ଷରେ ଜାତୀୟ ଦଳଗୁଡ଼ିକ ସଂଗ୍ରହ କରିଥିବା ମୋଟ ପାଣ୍ଠି ପରିମାଣ ୬,୯୩୦.୨୪୬ କୋଟି ଟଙ୍କା (୯୩.୦୮%) ହୋଇଥିବାବେଳେ ଆଞ୍ଚଳିକ ଦଳ ପାଇଥିବା ଚାନ୍ଦା ପରିମାଣ ୫୧୫.୩୨ କୋଟି(୬.୯୨%) ବୋଲି ରିପୋର୍ଟରେ କୁହାଯାଇଛି। ସାଧାରଣ ନିର୍ବାଚନର ୯୦ ଦିନ ଏବଂ ରାଜ୍ୟ ନିର୍ବାଚନର ୭୫ ଦିନ ମଧ୍ୟରେ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ନିକଟରେ ବ୍ୟୟ ବିବୃତି ଦାଖଲ କରିବା କଥା। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ରିପୋର୍ଟ ଦାଖଲ କରିବାରେ ୧୬୮ ଦିନ ବିଳମ୍ବ କରିଥିବାବେଳେ ଭାଜପା ୧୩୯ରୁ ୧୫୪ ଦିନ ବିଳମ୍ବ କରିଥିଲା।
ରିପୋର୍ଟ ଅନୁଯାୟୀ, ଦଳଗୁଡ଼ିକ ପ୍ରଚାର ଏବଂ ପ୍ରସାର କାର୍ଯ୍ୟରେ ମୋଟ ୨,୦୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହା ମୋଟ ବ୍ୟୟର ୫୩ ପ୍ରତିଶତ। ଏହା ବ୍ୟତୀତ ଯାତାୟାତ ବାବଦରେ ୭୯୫ କୋଟି, ପ୍ରାର୍ଥୀମାନଙ୍କୁ ସହାୟତା ଦେବାରେ ୪୦୨ କୋଟି, ଭର୍ଚୁଆଲ ପ୍ରଚାରରେ ୧୩୨ କୋଟି, ପ୍ରାର୍ଥୀମାନଙ୍କ ଆପରାଧିକ ପୃଷ୍ଠଭୂମି ପ୍ରକାଶ କରିବାରେ ୨୮ କୋଟି ବ୍ୟୟ ହୋଇଛି। ୩୨ ରାଜନୈତିକ ଦଳର ମୋଟ ପ୍ରଚାର ବ୍ୟୟ ମଧ୍ୟରୁ ଜାତୀୟ ଦଳ ୧,୫୧୧.୩୦ କୋଟି (୭୫.୨୫%) ବ୍ୟୟ କରିଥିବାବେଳେ ଆଞ୍ଚଳିକ ଦଳ ୪୯୬.୯୯ କୋଟି ଟଙ୍କା (୨୪.୭୫%) ବ୍ୟୟ କରିଛନ୍ତି। ଯାତାୟାତ ଖର୍ଚ୍ଚ ମଧ୍ୟରେ ହାଇପ୍ରୋଫାଇଲ୍‌ ଷ୍ଟାର ପ୍ରଚାରକମାନଙ୍କ ପାଇଁ ୭୬୫ କୋଟି ଏବଂ ଅନ୍ୟ ପ୍ରଚାରକଙ୍କ ପାଇଁ ୩୦ କୋଟି ବ୍ୟୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri