Posted inଫୁରସତ

ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ

ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍‌ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ ଦିବସ ପାଳନ କରାଯାଇଥିଲା। ଏଥିରେ ୧୦୦୦ରୁ ଅଧିକ କଣ୍ଠଶିଳ୍ପୀ, ସଙ୍ଗୀତକାର ପ୍ୟାରିସ ନଗରୀର ରାସ୍ତାରେ ସଙ୍ଗୀତ ପରିବେଷଣ କରିଥିଲେ। ଏହାର ସଫଳତା ପରେ ବିଶ୍ବବ୍ୟାପୀ ଏହି ଦିବସକୁ ପାଳନ କରାଯାଉଅଛି।

ହୃଦୟକୁ ଛୁଇଁଲା ଭଳି ଗୀତ ବନାଯାଉ
ସଙ୍ଗୀତ ଏମିତି ଏକ ମାଧ୍ୟମ ଯାହାଦ୍ୱାରା ଭାରାକ୍ରାନ୍ତ ମନ କିଛି ମାତ୍ରାରେ ହାଲୁକା କରାଇଦିଏ। ପ୍ରେମିକାଟିଏ ତା’ପ୍ରେମିକକୁ ଗୀତ ମାଧ୍ୟମରେ ତା’ର ଭାବନାକୁ ମେସେଜ ମାଧ୍ୟମରେ ଦେଇପାରେ। ଗୋଟିଏ ମା’ ତା’ର ପୁଅକୁ ଗୀତ ଦ୍ୱାରା ବାତ୍ସଲ୍ୟ ମମତାକୁ ଫିଲ୍‌ କରାଇ ପାରିବ। ବନ୍ଧୁ ସହ ବନ୍ଧୁତାର ଅନୁଭବକୁ ଗୀତ ଦ୍ୱାରା ଅନୁଭବ କରେଇ ପାରିବ। ସେହିପରି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଗୀତ ମାଧ୍ୟମରେ ହିଁ ତାଙ୍କର ସବୁ ସ୍କିମ୍‌ ଲୋକମାନଙ୍କ ପାଖରେ ପହଞ୍ଚୁଛି। ତେଣୁ ବିନା ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ଅସମ୍ଭବ। ଆଗରୁ ସ୍ବର ବା ଶବ୍ଦ ହୃଦୟରୁ ବାହାରୁଥିଲା। ତାହା ହୃଦୟରେ ମଧ୍ୟ ପହଞ୍ଚୁଥିଲା। ବର୍ତ୍ତମାନ ଗୀତ ଆଉ ହୃଦୟରୁ ବାହାରୁନାହିଁ। ତାହା ଶବ୍ଦ ହେଉକି ସ୍ବର ଏବେ ଗୀତ ମୁଣ୍ଡରୁ ବାହାରୁଛି ଆଉ ମୁଣ୍ଡରେ ରହିଯାଉଛି। ଏବେ ଗୀତ ସବୁ ପ୍ରାୟ ଏଆଇ ଦ୍ୱାରା ପ୍ରସ୍ତୁତ ହେଉଛି। ସେଥିଲାଗି ବର୍ତ୍ତମାନ ସମୟରେ ବନାଯାଉଥିବା ଗୀତ ହୃଦୟକୁ ଛୁଇଁ ପାରୁନାହିଁ। ବିଶ୍ୱ ସଙ୍ଗୀତ ଦିବସରେ କହିବି ଆଗଭଳି ଯେମିତି ହୃଦୟକୁ ସ୍ବର ବା ଶବ୍ଦ ଛୁଇଁ ପାରୁଥିଲା ସେମିତି ଯଦି ଚେଷ୍ଟା କରାଯିବ ତେବେ ପ୍ରତ୍ୟେକ ଓଡ଼ିଆ ଗୀତ ନିଶ୍ଚିତ ହୃଦୟକୁ ଛୁଇଁବା ସହ ପରିଚୟ ଲାଭ କରିପାରିବ।
– ପ୍ରେମ୍‌ ଆନନ୍ଦ, ସଂଗୀତ ନିର୍ଦ୍ଦେଶକ

ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିବ
ସଙ୍ଗୀତ ଜୀବନର ଆଧାର। ପୁରୁଣା ଦିନରୁ ହିଁ ଆମ ସଂସ୍କୃତିରେ ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତର ମୂଲ୍ୟବୋଧ ଅଧିକ ରହିଛି। ସମୟ ସହ ବଦଳୁଛି ପିଢି ଓ ତା’ ସହ ବଦଳିଯାଉଛି ସଙ୍ଗୀତର ସ୍ବାଦ, ପାଶ୍ଚାତ୍ୟ ସଙ୍ଗୀତର ପ୍ରଭାବ ଏବେ ଯୁବ ପିଢି ହେଉ ଅଥବା ସଙ୍ଗୀତପ୍ରେମୀଙ୍କ ଉପରେ ଟିକିଏ ଅଧିକ ମାତ୍ରାରେ ପଡୁଛି। ସେଥିପାଇଁ ସଙ୍ଗୀତକୁ ନେଇ ବିଭିନ୍ନ ଧରଣର ପରୀକ୍ଷା ନିିରୀକ୍ଷା ମଧ୍ୟ ହେଉଛି। ସଙ୍ଗୀତର ଉତ୍ପତ୍ତି ଯେମିତି ବି ହେଉନା କାହିଁକି ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିଥିବ। ତେଣୁ ବିଶ୍ବ ସଙ୍ଗୀତ ଦିବସରେ ସଙ୍ଗୀତକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
– ସ୍ଥିତ ପଟ୍ଟନାୟକ, ଗୀତିକାର


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?