Posted inଜାତୀୟ

୨୦୨୪ ନିର୍ବାଚନରେ ଏମିତି ଟଙ୍କା ବ୍ୟୟ କରିଛି ଭାଜପା: ଜାଣନ୍ତୁ କଂଗ୍ରେସ କେତେ?

ନୂଆଦିଲ୍ଲୀ,୨୧ା୬:୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏକସଙ୍ଗେ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ଭାଜପା ପାଖାପାଖି ୧,୪୯୪ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ମୋଟ ନିର୍ବାଚନ ବ୍ୟୟର ୪୪.୫୬ ପ୍ରତିଶତ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ ରିପୋଟରୁ ଏହା ଜଣାପଡ଼ିଛି। ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସର ବ୍ୟୟ ମୋଟ ନିର୍ବାଚନୀ ବ୍ୟୟର ୧୮.୫ ପ୍ରତିଶତ। ମୋଟ ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳର ନିର୍ବାଚନୀ ବ୍ୟୟକୁ ବିଶ୍ଲେଷଣ କରାଯାଇଥିବା ଏଡିଆର୍‌ କହିଛି।
୨୦୨୪ରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଓ ସିକିମ୍‌ ବିଧାନସଭା ନିର୍ବାଚନ ମାର୍ଚ୍ଚ ୧୬ରୁ ଜୁନ୍‌ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ସବୁ ଦଳର ମୋଟ ବ୍ୟୟ ପରିମାଣ ୩,୩୫୨.୮୧ କୋଟି ଟଙ୍କା ଥିଲା। ସେଥିରୁ ଜାତୀୟ ଦଳଗୁଡ଼ିକର ବ୍ୟୟ ୨,୨୦୪ କୋଟି ଟଙ୍କା, ଯାହାକି ମୋଟ ବ୍ୟୟର ୬୫.୭୫ ପ୍ରତିଶତ। ଅନ୍ୟପକ୍ଷରେ ଜାତୀୟ ଦଳଗୁଡ଼ିକ ସଂଗ୍ରହ କରିଥିବା ମୋଟ ପାଣ୍ଠି ପରିମାଣ ୬,୯୩୦.୨୪୬ କୋଟି ଟଙ୍କା (୯୩.୦୮%) ହୋଇଥିବାବେଳେ ଆଞ୍ଚଳିକ ଦଳ ପାଇଥିବା ଚାନ୍ଦା ପରିମାଣ ୫୧୫.୩୨ କୋଟି(୬.୯୨%) ବୋଲି ରିପୋର୍ଟରେ କୁହାଯାଇଛି। ସାଧାରଣ ନିର୍ବାଚନର ୯୦ ଦିନ ଏବଂ ରାଜ୍ୟ ନିର୍ବାଚନର ୭୫ ଦିନ ମଧ୍ୟରେ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ନିକଟରେ ବ୍ୟୟ ବିବୃତି ଦାଖଲ କରିବା କଥା। କିନ୍ତୁ ଆମ୍‌ ଆଦ୍‌ମୀ ପାର୍ଟି ରିପୋର୍ଟ ଦାଖଲ କରିବାରେ ୧୬୮ ଦିନ ବିଳମ୍ବ କରିଥିବାବେଳେ ଭାଜପା ୧୩୯ରୁ ୧୫୪ ଦିନ ବିଳମ୍ବ କରିଥିଲା।
ରିପୋର୍ଟ ଅନୁଯାୟୀ, ଦଳଗୁଡ଼ିକ ପ୍ରଚାର ଏବଂ ପ୍ରସାର କାର୍ଯ୍ୟରେ ମୋଟ ୨,୦୦୮ କୋଟି ଟଙ୍କା ବ୍ୟୟ କରିଛନ୍ତି, ଯାହା ମୋଟ ବ୍ୟୟର ୫୩ ପ୍ରତିଶତ। ଏହା ବ୍ୟତୀତ ଯାତାୟାତ ବାବଦରେ ୭୯୫ କୋଟି, ପ୍ରାର୍ଥୀମାନଙ୍କୁ ସହାୟତା ଦେବାରେ ୪୦୨ କୋଟି, ଭର୍ଚୁଆଲ ପ୍ରଚାରରେ ୧୩୨ କୋଟି, ପ୍ରାର୍ଥୀମାନଙ୍କ ଆପରାଧିକ ପୃଷ୍ଠଭୂମି ପ୍ରକାଶ କରିବାରେ ୨୮ କୋଟି ବ୍ୟୟ ହୋଇଛି। ୩୨ ରାଜନୈତିକ ଦଳର ମୋଟ ପ୍ରଚାର ବ୍ୟୟ ମଧ୍ୟରୁ ଜାତୀୟ ଦଳ ୧,୫୧୧.୩୦ କୋଟି (୭୫.୨୫%) ବ୍ୟୟ କରିଥିବାବେଳେ ଆଞ୍ଚଳିକ ଦଳ ୪୯୬.୯୯ କୋଟି ଟଙ୍କା (୨୪.୭୫%) ବ୍ୟୟ କରିଛନ୍ତି। ଯାତାୟାତ ଖର୍ଚ୍ଚ ମଧ୍ୟରେ ହାଇପ୍ରୋଫାଇଲ୍‌ ଷ୍ଟାର ପ୍ରଚାରକମାନଙ୍କ ପାଇଁ ୭୬୫ କୋଟି ଏବଂ ଅନ୍ୟ ପ୍ରଚାରକଙ୍କ ପାଇଁ ୩୦ କୋଟି ବ୍ୟୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ଅଷ୍ଟମ ଥର ପାଇଁ ସ୍ବଚ୍ଛ ସହର ତାଲିକାରେ ଏକ ନମ୍ବରରେ ରହିଲା ଇନ୍ଦୋର, ଜାଣନ୍ତୁ ଏହାପରେ ରହିଛି କେଉଁ ସହର

ନୂଆଦିଲ୍ଲୀ,୧୭।୭: କେନ୍ଦ୍ର ସରକାରଙ୍କ ବାର୍ଷିକ ସ୍ବଚ୍ଛତା ସର୍ଭେରେ, ଇନ୍ଦୋର ଲଗାତାର ଅଷ୍ଟମ ଥର ପାଇଁ ଭାରତର ସବୁଠାରୁ ସ୍ବଚ୍ଛ ସହର ହେବାର ଟାଇଟଲ ପାଇଛି। ସେହିପରି...

ସୌମ୍ୟାଶ୍ରୀ ମୃତ୍ୟୁ: ଭକ୍ତ ଦାସ ଗିରଫ, ଆନ୍ଦୋଳନ ଭିତରେ ଆସିଲା ବଡ଼ ଖବର

ଭୁବନେଶ୍ୱର,୧୭।୭: କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଭିତରେ ଆସିଛି ବଡ଼ ଖବର। ପିସିସି ସଭାପତି ଭକ୍ତ ଦାସଙ୍କୁ ପୋଲିସ ଆରେଷ୍ଟ କରିଛି। ଆନ୍ଦୋଳନସ୍ଥଳରୁ ଭକ୍ତଙ୍କୁ ଉଠାଇ...

ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ବଡ଼ ଦାବି କଲା ଆମେରିକା ରିପୋର୍ଟ, କହିଲା ‘ପାଇଲଟ ହିଁ ବନ୍ଦ କରିଦେଇଥିଲେ ଇଞ୍ଜିନ ଫୁଏଲ’

ନୂଆଦିଲ୍ଲୀ,୧୭।୭: ଗୁଜୁରାଟର ଅହମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ଦୁଇ ପାଇଲଟଙ୍କ ମଧ୍ୟରେ ଶେଷ କଥାବାର୍ତ୍ତାର କକପିଟ ରେକର୍ଡିଂ ସୂଚାଇଛି ଯେ କ୍ୟାପ୍ଟେନ ବିମାନର ଇଞ୍ଜିନର...

ଡ୍ରାଇଭରଙ୍କ ଉପରେ ଓଲଟି ପଡ଼ିଲା ହାଇଓ୍ବା, ଚାପି ହୋଇଗଲେ

ପାଟଣା,୧୭ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ନୂଆଗାଁରେ ବୁଧବାର ରାତିରେ ଏକ ହାଇଓ୍ବା ଓଲଟି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ମୃତ ଡ୍ରାଇଭର...

ପାଟଣାଗଡ଼ରେ ଓଡ଼ିଶା ବନ୍ଦର ପ୍ରଭାବ

ପାଟଣାଗଡ଼,୧୭ା୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ଗୁରୁବାର ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ପତିତପାବନ ପ୍ରଧାନଙ୍କ ନେତୃତ୍ୱରେ...

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ

ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା...

ସଚିନଙ୍କୁ ମିଳୁଛି କେତେ ପେନସନ୍‌: ଧୋନୀଙ୍କଠୁ କମ୍‌ ନା ବେଶୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୭।୭: ଅବସରପ୍ରାପ୍ତ ଭାରତୀୟ ଖେଳାଳିମାନେ ପ୍ରତି ମାସରେ ବିସିସିଆଇରୁ ପେନସନ ପାଆନ୍ତି। ବିସିସିଆଇ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପ୍ରତି ମାସରେ ୭୦,୦୦୦ ଟଙ୍କା...

ମାଡ଼ିଗଲା ଟ୍ରେନ୍‌: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା,୧୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନରେ ଘଟିଛି ଦୁର୍ଘଟଣା। ବିଶାଖାପାଟଣାଠାରୁ ଦୁର୍ଗ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୫୮୫୨୮ ରେଳଷ୍ଟେଶନ ପୂର୍ବରୁ ୩ ନମ୍ବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri