ହକ୍‌ ପାଇଁ ଗର୍ଜିଲା ଭାଜପା

ଖଇରା, ୨୭ା୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବହୁ ଯୋଗ୍ୟ ଅସହାୟ ଗରିବ ବ୍ୟକ୍ତି ବାଦ୍‌ ପଡିବା ଘଟଣାକୁ ନେଇ ଭାଜପା ଆନ୍ଦୋଳନକୁ ଓହ୍ଲାଇଛି। ଶୁକ୍ରବାର ଖଇରା ବ୍ଲକ ସମ୍ମୁଖରେ ସୋର-କୁପାରୀ ରାଜ୍ୟ ରାଜପଥରେ ହକ୍‌ ପାଇଁ ବ୍ଲକଠାରୁ ଆରମ୍ଭ କରି ରାଜ୍ୟ ନେତାଏ ଗର୍ଜନ କରିଛନ୍ତି । ଏଥିପାଇଁ ୨୦୧୯ ମସିହାରେ ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ସର୍ଭେରେ ପାତରଅନ୍ତର କରି ଦଳୀୟ ଭିତ୍ତିରେ କଟାଯୋଡା କରାଯାଇଛି। ଭାଜପା ସମର୍ଥିତ ଗରିବ ଲୋକମାନଙ୍କୁ ବାଦ୍‌ ଦିଆଯାଇଥିବା ନେତୃବୃନ୍ଦ ଅଭିଯୋଗ ଆଣି ସିଧାସଳଖ ଶାସକଦଳକୁ ଟାର୍ଗେଟ କରିଥିବା ବେଳେ ବ୍ଲକ ପ୍ରଶାସନ ମୁଖ୍ୟଙ୍କୁ ଶାସକ ଦଳ ଏଜେଣ୍ଟ ବୋଲି କହିବାକୁ ପଛାଇନାହାନ୍ତି। ସେହିଭଳି ବର୍ତ୍ତମାନ ଖଇରା ବ୍ଲକରେ ଚାଲିଥିବା ୫-ଟି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଚାଲିଛି। ପ୍ରଥମେ ଭାଜପା କର୍ମୀଙ୍କର ବିଶାଳ ଶୋଭାଯାତ୍ରା ଦୁର୍ଗାମଣ୍ଡପରୁ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲା। ପରେ କର୍ମୀମାନେ ଗେଟ ଖୋଲି ବ୍ଲକ ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ଖଇରା ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ବ୍ଲକ ଗେଟ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଅଭିମନ୍ୟୁ ସେଠୀ, ଜିଲା ମହିଳା ମୋର୍ଚ୍ଚା ସଭାପତି ମନୀଷା ଚନ୍ନୟୀ ବେହେରା, ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ, ଯୁବ ନେତା ନୀଳମାଧବ ପଣ୍ଡା, ଅଣୁମାଧବ ପଣ୍ଡା, ଖଇରା ମଣ୍ଡଳ ସଭାପତି ରାଜେଶ କୁମାର ରାଉତ, ସାଧାରଣ ସମ୍ପାଦକ ନୀଳାମ୍ବର ପଣ୍ଡା, କୈଳାସ ମାଝି, ମୀନାକ୍ଷୀ ମହାପାତ୍ର, ସନ୍ତୋଷ ଶତପଥି, ପତିତପାବନ କର, ସୁଣ୍ଢିରା ସରପଞ୍ଚ ମମତାରାଣୀ ପରିଡା, ବୁଲୁ ଲେଙ୍କା, ପ୍ରଶାନ୍ତ ବେହେରା ଓ ଦୟାନଧି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବିଡିଓ ପର୍ଶୁରାମ ପଣ୍ଡାସଭା ମଞ୍ଚ ନିକଟକୁ ଆସି ସ୍ମାରକପତ୍ର ଗ୍ରହଣ କରି ପୁଣି ଥରେ ଯାଞ୍ଚ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡିବାକୁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri