ଭଣ୍ଡାରିପୋଖରୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ; ପ୍ରାର୍ଥୀ ଘୋଷଣାରେ ବିଳମ୍ବ ପଛରେ ପକାଇଲା

ଭଦ୍ରକ,୧୦ା୬(ସନାତନ ରାଉତ): ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ସାରା ଓଡ଼ିଶାରେ ପରିବର୍ତ୍ତନ ହୋଇଥିବା ବେଳେ ଭଣ୍ଡାରିପୋଖରୀରେ ଭାଜପା ତୃତୀୟ ସ୍ଥାନକୁ ଖସିବା ସହ ୨୦୧୯ ନିର୍ବାଚନ ଅପେକ୍ଷା କମ୍‌ ଭୋଟ ପାଇଛି। ଏହି ନିର୍ବାଚନମଣ୍ଡଳୀ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣାରେ ଅହେତୁକ ବିଳମ୍ବ ଯୋଗୁ ଏପରି ସ୍ଥିତି ହୋଇଥିବା ଚର୍ଚ୍ଚା ହେଉଛି। ଜିଲାର ଭଦ୍ରକ ଓ ଧାମନଗରରେ ଭାଜପା ବିଜୟ ହାସଲ କରିଥିବା ବେଳେ ଚାନ୍ଦବାଲିରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହୋଇଛି। କିନ୍ତୁ ବାସୁଦେବପୁର ଓ ଭଣ୍ଡାରିପୋଖରୀ ଆସନରେ ଦଳ ତୃତୀୟ ସ୍ଥାନରେ ରହିଛି।

୨୦୧୯ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ଲଢ଼ି ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୭୦,୧୮୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କୁ ୬୧,୩୨୧ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ବଦ୍ରିନାରାୟଣ ଧଳ ୩୯,୧୪୧ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଥିଲେ। ଏଥର ବିଜେଡି ନେତା ସୁଧାଂଶୁ ନାୟକ ଭାଜପାରେ ସାମିଲ ହୋଇଥିବାରୁ ବଦ୍ରିନାରାୟଣଙ୍କ ସ୍ଥାନରେ ସୁଧାଂଶୁଙ୍କୁ ଦଳୀୟ ଟିକେଟ ମିଳିଥିଲା। ବନ୍ତରେ ସୁଧାଂଶୁଙ୍କ ସ୍ତ୍ରୀ ରେବତୀ ନାୟକ ଦୁଇଥର ବ୍ଲକ ଅଧ୍ୟକ୍ଷା ରହିଥିବା ବେଳେ ବ୍ଲକର ବିଜେଡି ସଙ୍ଗଠନ ତାଙ୍କ ଅକ୍ତିଆରରେ ରହିଥିଲା। ସେ ଭାଜପାରେ ସାମିଲ ହେବା ପରେ ବ୍ଲକର ପ୍ରତି ପଞ୍ଚାୟତରେ ତାଙ୍କର ନିଜସ୍ବ ସଙ୍ଗଠନ ରହିଛି ବୋଲି ଚର୍ଚ୍ଚା ହେଉଥିଲା।

ସୁଧାଂଶୁଙ୍କ ସହ ଅଧିକାଂଶ ପଞ୍ଚାୟତର ବିଜେଡିର ଆଗଧାଡ଼ିର କର୍ମୀଙ୍କ ସହ ପରୋକ୍ଷରେ ଯୋଗାଯୋଗ ରହିଥିବାରୁ ସେମାନେ ଭାଜପାରେ ସାମିଲ ହେବେ ବୋଲି ଆଶା କରାଯାଇଥିଲା। କିନ୍ତୁ ଦଳୀୟ ପ୍ରାର୍ଥୀ ଘୋଷଣାରେ ବିଳମ୍ବ କାରଣରୁ ଏହି ଆକଳନ ଭୁଲ୍‌ ପ୍ରମାଣିତ ହୋଇଥିଲା। ଏଥର ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳ କରି ପ୍ରଫୁଲ୍ଲଙ୍କ ସ୍ଥାନରେ ଭଦ୍ରକର ପୂର୍ବତନ ବିଧାୟକ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଅପରିବର୍ତ୍ତିତ ରହିଥିଲା। ସଞ୍ଜୀବଙ୍କୁ ୭୨,୪୪୭ ଖଣ୍ଡ ଭୋଟ ଓ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନଙ୍କୁ ୭୦,୮୯୬ ଭୋଟ ମିଳିଥିଲା। ଭାଜପା ପ୍ରାର୍ଥୀ ସୁଧାଂଶୁ ୩୮,୯୫୨ ଖଣ୍ଡ ଭୋଟ ପାଇଥିଲେ। ଗତ ନିର୍ବାଚନ ଅପେକ୍ଷା ବିଜେଡି ଓ କଂଗ୍ରେସର ଭୋଟ ବଢ଼ିଥିବା ବେଳେ ଭାଜପାର ଭୋଟ ହାର କମିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

ହର୍ମୁଜକୁ ନେଇ ବଡ଼ ଦାବି କଲେ ଟ୍ରମ୍ପ, କହିଲେ ‘କାଙ୍ଗାଳ ହୋଇଗଲାଣି ଇରାନ’

ଓ୍ବାଶିଂଟନ,୨୭।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡି.ସି. ଠାରେ ହର୍ମୁଜ ପ୍ରଣାଳୀ (Strait of Hormuz) ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଟ୍ରମ୍ପ ଦାବି…

ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଓଡ୍ରାଫ ଯବାନଙ୍କୁ କାମୁଡ଼ିଲା ସାପ

ବାରିପଦା, ୨୭।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଓଡ୍ରାଫ ଯବାନଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି। ବେତନଟୀ ବ୍ଲକ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଚେତାବନୀ: ବଙ୍ଗୋପସାଗରରେ ନୂଆ ଲଘୁଚାପ ବଳୟ! ଏସବୁ ଜିଲାରେ…

ଭୁବନେଶ୍ୱର, ୨୭ା୯: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ମିଆଁମାର ଉପକୂଳ ଉପରେ ଆଜି ଏକ ଲଘୁଚାପ…

PM Modi Mann Ki Baat: ୧୩୮ତମ ସଂସ୍କରଣରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଉଲ୍ଲେଖ କଲେ ମୋଦି

ନୂଆଦିଲ୍ଲୀ,୨୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (୨୭ ସେପ୍ଟେମ୍ବର) ନିଜର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମର ୧୩୮ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?