Posted inଜାତୀୟ

‘ଲାଜ ଲାଗୁନି…’, କଙ୍ଗନାଙ୍କ ମୁଣ୍ଡକୁ ଉଠିଗଲା ରାଗ: ଅଧିକାରୀଙ୍କୁ ମନ ଇଚ୍ଛା ଶୁଣାଇଦେଲେ

ମଣ୍ଡି,୮।୯: ହିମାଚଳ ପ୍ରଦେଶର ମଣ୍ଡିରୁ ଭାଜପା ସାଂସଦ କଙ୍ଗନା ରାଣାୱତ ଜିଲା ବିକାଶ ସମନୱୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକରେ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। କେନ୍ଦ୍ର ପ୍ରାୟୋଜିତ ଯୋଜନା ଓ ସାଂସଦ ପାଣ୍ଠିରେ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା ବେଳେ ସେ ଅଧିକାରୀମାନଙ୍କୁ ଜବାବଦେହୀ ହୋଇ କାମ କରିବାକୁ ତାଗିଦ କରିଛନ୍ତି।

କଙ୍ଗନା କହିଛନ୍ତି ଯେ, ତାଙ୍କ ସାଂସଦ ପାଣ୍ଠିରେ ପ୍ରାୟ ୧୧ କୋଟି ଟଙ୍କା ଉପଲବ୍ଧ ଥିଲା। କିନ୍ତୁ ଅଧିକାରୀମାନେ ଏଥିରୁ ମାତ୍ର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ସେ ଅଧିକାରୀଙ୍କୁ ପ୍ରଶ୍ନ କରିବା ସହ ଖର୍ଚ୍ଚର ପରଫର୍ମାନ୍ସ ରିପୋର୍ଟ ମାଗିଛନ୍ତି। ବୈଠକରେ କଙ୍ଗନା କହିଥିଲେ, ମୋତେ ଏହି ବେକାର ମିଛ ପ୍ରତିଶ୍ରୁତି ଶୁଣାନ୍ତୁ ନାହିଁ। ପ୍ରତ୍ୟେକ ଦିଶା କମିଟି ବୈଠକରେ ମୋତେ ଏହା ହିଁ ଶୁଣିବାକୁ ମିଳୁଛି।

MPLADS ପାଣ୍ଠି ସମ୍ପର୍କରେ ପଚରାଯିବା ବେଳେ ପୂର୍ବରୁ ତାଙ୍କୁ ପ୍ରାୟ ୯୦ ପ୍ରତିଶତ ପାଣ୍ଠି ଖର୍ଚ୍ଚ ହୋଇସାରିଥିବା କୁହାଯାଇଥିଲା ବୋଲି କଙ୍ଗନା ଅଭିଯୋଗ କରିଛନ୍ତି। ଏବେ ପ୍ରକୃତ ସ୍ଥିତିକୁ ନେଇ ସେ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଅଧିକାରୀଙ୍କ ବିଳମ୍ବିତ କାର୍ଯ୍ୟକୁ ନେଇ କଙ୍ଗନା ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଅଧିକାରୀଙ୍କୁ କାମ କରାଇବା ପାଇଁ କେନ୍ଦ୍ରରୁ ଚିଠି ପଠାଇବାକୁ ପଡ଼ୁଛି, ତଥାପି କାମ ଠିକ ଭାବେ ହେଉନାହିଁ। ତାଙ୍କ ଅଫିସର କଥା ମଧ୍ୟ ଶୁଣାଯାଉନାହିଁ ବୋଲି ସେ କହିଥିଲେ।

ବିକାଶ କାର୍ଯ୍ୟରେ ଅବହେଳାକୁ ନେଇ କଙ୍ଗନା କହିଥିଲେ ଯେ, ଏହାର ପ୍ରଭାବରେ ନକାରାତ୍ମକ ପ୍ରଚାର ବଢ଼ୁଛି ଏବଂ ଲୋକମାନେ ରିଲ୍ସ ତିଆରି କରୁଛନ୍ତି। ଏହା ଯୋଗୁ ତାଙ୍କର ବଦନାମ ହେଉଛି ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

କଙ୍ଗନା କହିଥିଲେ ଯେ, ସରକାରୀ ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସୁବିଧା ପହଞ୍ଚାଇବା। ଜନସାଧାରଣଙ୍କ ଟଙ୍କାର ଦୁରୁପଯୋଗ ଯେପରି ନହୁଏ, ସେଥିପ୍ରତି ପ୍ରଶାସନକୁ ଗୁରୁତ୍ୱ ଦେବାକୁ ପଡ଼ିବ।
ସେ ପ୍ରାୟ ୩୦ରୁ ୪୦ ପ୍ରତିଶତ ଜନତାଙ୍କ ଟଙ୍କା ଭୁଲ ହାତକୁ ଯାଉଥିବା ନେଇ ଚିନ୍ତା ପ୍ରକାଶ କରିବା ସହ ଯୋଜନାଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ କହିଥିଲେ।

ସାଂସଦ ଅଧିକାରୀମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଯୋଜନା କେବଳ କାଗଜପତ୍ରରେ ସୀମିତ ରହିବା ଉଚିତ ନୁହେଁ। ଏହାର ପ୍ରକୃତ ଲାଭ ଗାଁ ଓ ଆବଶ୍ୟକତା ଥିବା ଲୋକଙ୍କ ପାଖରେ ପହଞ୍ଚିବା ଦରକାର।
ବିକାଶ କାର୍ଯ୍ୟର ଗୁଣବତ୍ତା, ଯୋଜନାର ଅଗ୍ରଗତି ଓ ସରକାରୀ ଧନର ବ୍ୟବହାର ଉପରେ କଡ଼ା ନଜର ରଖିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଜନପ୍ରତିନିଧି ଓ ଅଧିକାରୀଙ୍କ ଦାୟିତ୍ୱ ହେଉଛି ଜନତାଙ୍କ ଟଙ୍କାର ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ବ୍ୟବହାର ସୁନିଶ୍ଚିତ କରିବା ବୋଲି କଙ୍ଗନା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

ଉତ୍ସବ ମୁଖର ରିଷିଡ଼ା: ଭକ୍ତିମୟ ପରିବେଶରେ ମା’ ଗଜଲକ୍ଷ୍ମୀଙ୍କୁ ଆବାହନ ପାଇଁ ମହିଳାଙ୍କ…

ରିଷିଡ଼ା,୨୫ା୧୦(ସୁଶାନ୍ତ ମଲ୍ଲିକ): ଚତୁର୍ଦ୍ଦିଗରେ ଘଣ୍ଟ, ଘଣ୍ଟା, ହୁଳହୁଳି ଏବଂ ସଙ୍କୀର୍ତ୍ତନର ପ୍ରତିଧ୍ୱନି; ସାରା ପରିବେଶ ହୋଇପଡ଼ିଛି ଆଧ୍ୟାତ୍ମିକ ଏବଂ ଉତ୍ସବମୁଖର। ମା’ ଜଗଜ୍ଜନନୀ ମା’ ଗଜଲକ୍ଷ୍ମୀଙ୍କ ଆଗମନରେ…

୧୧ ସପ୍ତାହରେ ୨ ବହି ପ୍ରକାଶ କରି ବିଶ୍ୱ ରେକର୍ଡ ହାସଲ କଲେ ଶୁଭସ୍ମିତା

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନିଜର ପ୍ରତିଭା, ଅଧ୍ୟବସାୟ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସାହିତ୍ୟ ଓ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲା…

ଜୁଆଆଡ୍ଡାରେ ଚଢ଼ାଉ: ପୋଲିସକୁ ଦେଖି ଦୌଡ଼ି ପଳାଉଥିଲେ, ୪ ଜୁଆଡ଼ିଙ୍କୁ ମାଡ଼ି ବସି…

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଆଶ୍ୱିନ କୁମାର ପୂର୍ଣ୍ଣମୀ ଅବ୍ୟବହିତ ପୂର୍ବରୁ ୪ ଦିନ ମଧ୍ୟରେ ୩ଟି ଜୁଆଖେଳର ଅତର୍କିତ ଚଢ଼ାଉ କରି…

ଲଗାତାର ୨ ପରାଜୟ ପରେ ନ୍ୟୁଜିଲାଣ୍ଡ ଦଳରେ ବଡ଼ ପରିବର୍ତ୍ତନ: ପୂରା ସିରିଜରୁ ବାଦ୍‌ ପଡିଲେ…

ନୂଆଦିଲ୍ଲୀ, ୨୫।୧୦: ଭାରତ ବନାମ ନ୍ୟୁଜିଲାଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦୁଇଟି ମ୍ୟାଚ ଶେଷ ହୋଇଛି। ତୃତୀୟ ମ୍ୟାଚ ମଙ୍ଗଳବାର ୱେଲିଂଟନରେ ଖେଳାଯିବ। ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?