ଅମିରଙ୍କ ବିଜ୍ଞାପନକୁ ବିରୋଧ କଲେ ଭାଜପା ନେତା

ମୁମ୍ବାଇ: ଟାୟାର ପ୍ରମୁଖ ସିଟ ଲିମିଟେଡର ଏକ ବିଜ୍ଞାପନରେ ଅଭିନେତା ଅମିର ଖାନ୍‌ ଲୋକମାନଙ୍କୁ ରାସ୍ତାରେ ବାଣ ନ ଫୁଟାଇବାକୁ ପରାମର୍ଶ ଦେଉଛନ୍ତି। ଏହି ବିଜ୍ଞାପନ ପରେ କର୍ନ୍ନାଟକ ଭାଜପା ଏମ୍‌ପି ଅନନ୍ତକୁମାର ହେଗଡେ କମ୍ପାନୀକୁ ଏକ ପତ୍ର ଲେଖିଛନ୍ତି। କେବଳ ଦୀପାବଳି ନୁହେଁ, ନମାଜ ନାମରେ ରାସ୍ତା ଅବରୋଧ କରିବା ଓ ଆଜାନ୍‌ ସମୟରେ ମସଜିଦ୍‌ରୁ ଆସୁଥିବା ଶବ୍ଦ ପ୍ରଦୁଷଣର ସମାଧାନ କରିବାକୁ ହେଗଡେ ଚିଠିରେ ଉଲ୍ଲେଖ କହିଛନ୍ତି। କମ୍ପାନୀର ଏମଡି ତଥା ସିଇଓ ଅନନ୍ତ ବର୍ଦ୍ଧନ ଗୋଏଙ୍କାଙ୍କୁ ଲେଖିଥିବା ଏହି ପତ୍ରରେ ସେ ତାଙ୍କୁ ‘ହିନ୍ଦୁମାନଙ୍କ ମଧ୍ୟରେ ଅଶାନ୍ତି’ ସୃଷ୍ଟି କରୁଥିବା ବିଜ୍ଞାପନ ବିଷୟରେ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ଏବଂ ଭବିଷ୍ୟତରେ ଏହି ସଂଗଠନ ‘ହିନ୍ଦୁ ଭାବନା’କୁ ସମ୍ମାନ ଦେବ ବୋଲି ଆଶା ପ୍ରକଟ କରିଛନ୍ତି।
ସେ ସମ୍ପ୍ରତି ଅମୀର ଖାନ୍‌ଙ୍କ ପରାମର୍ଶ ଦେଉଥିବା ବିଜ୍ଞାପନରେ ତାହା ଏକ ବହୁତ ଭଲ ବାର୍ତ୍ତା ଦେଉଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅନୁରୋଧ କରିଛନ୍ତି ଯେ, ରାସ୍ତାରେ ଲୋକମାନେ ସମ୍ମୁଖୀନ ହେଉଥିବା ଅନ୍ୟ ସମସ୍ୟାର ସମାଧାନ କରନ୍ତୁ। ଅକ୍ଟୋବର ୧୪ ତାରିଖର ଚିଠିରେ ସେ କହିଛନ୍ତି, ମୁସଲମାନମାନେ ରାସ୍ତା ଅବରୋଧ କରି ନମାଜ କରନ୍ତି ଏବଂ ସେହି ସମୟରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ଭଳି ଯାନବାହାନ ଟ୍ରାଫିକରେ ଧକ୍କା ଦ୍ୱାରା ଗୁରୁତର କ୍ଷତି ଘଟିଥାଏ। ଏଥିସହ କମ୍ପାନୀର ବିଜ୍ଞାପନରେ ଶବ୍ଦ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ସେ ଗୋଏଙ୍କାଙ୍କୁ ଅନୁରୋଧ କରି କହିଛନ୍ତି, ଆଜାନ ପରେ ମସଜିଦ ଉପରେ ସଜାଯାଇଥିବା ମିକ୍ସରୁ ଉଚ୍ଚ ଶବ୍ଦ ନିର୍ଗତ ହୁଏ। ଯାହାକି ଅନୁମତିପ୍ରାପ୍ତ ସୀମା ବାହାରେ। ବିଭିନ୍ନ ରୋଗରେ ପୀଡିତ ଏବଂ ବିଶ୍ରାମ ନେଉଥିବା, ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ଶ୍ରେଣୀଗୃହରେ ଶିକ୍ଷାଦାନ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବହୁତ ଅସୁବିଧା ସୃଷ୍ଟି କରୁଛି। ବିଜ୍ଞାପନଗୁଡ଼ିକ ଲୋକଙ୍କ ଭଲ ପାଇଁ ହେଉଥିବାରୁ ଏ ନେଇ ଚିନ୍ତା କରିବାକୁ ଏମ୍‌ପି ଗୋୟାକାଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

ସଚିନଙ୍କ ଭଳି ହେବେ ବୈଭବ! BCCIର ୫ ପ୍ଲାନ୍‌ରେ ବଦଳିବ ଯୁବ ତାରକାଙ୍କ ଭବିଷ୍ୟତ

ନୂଆଦିଲ୍ଲୀ,୪।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ସ୍ବପ୍ନ ଦେଖୁଛି ବିସିସିଆଇ। ଭାରତୀୟ କ୍ରିକେଟ୍ର ମହାନ…

ରାତିଅଧରେ ଫାର୍ମ ହାଉସକୁ ଡାକିନେଇ ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ: ମରିଗଲା ଭାବି…

ଦିଗପହଣ୍ଡି,୪|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟିର ପ୍ରମୁଖ ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ପାକିସ୍ତାନର ବୟାନବାଜି: ‘ବଞ୍ଚିବା ପାଇଁ ଭାରତର ସାହାରା ନେବାକୁ ପଡୁଛି’, ଜାଣନ୍ତୁ କିଏ କହିଲେ ଏମିତି ଯାହା ହେଉଛି ଭାଇରାଲ

ଇସଲାମାବାଦ,୪।୯: ମୋହସିନ ନକଭି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ହେବା ପରଠାରୁ, ପାକିସ୍ତାନ କ୍ରିକେଟ ନିମ୍ନଗାମୀ ହୋଇ ପଡ଼ିଛି, ରାସ୍ତାରେ ଗମ୍ଭୀର ଅଭିଯୋଗର ସମ୍ମୁଖୀନ ହେଉଛି। ଦଳ…

୧ ଅକ୍ଟୋବରରୁ SBIର ନୂଆ ନିୟମ: ସାଲାରି ଆକାଉଣ୍ଟଧାରୀଙ୍କ ପାଇଁ ଲାଗିବ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୪।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ନିଜ ସାଲାରି ପ୍ୟାକେଜ ଆକାଉଣ୍ଟ ହୋଲ୍ଡରଙ୍କ ପାଇଁ ATM ଟ୍ରାଞ୍ଜାକ୍ସନ ନିୟମରେ…

ମଣିଷ ଭଳି ଭାବିବ AI! OpenAI ଲଞ୍ଚ କଲା GPT-6 Astra

ନୂଆଦିଲ୍ଲୀ,୪।୯: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି OpenAI । କମ୍ପାନୀ ନିଜର ନୂଆ AI ମଡେଲ୍ GPT-6 Astraର ରୋଲ୍‌ଆଉଟ୍ ଆରମ୍ଭ…

Vaibhav Sooryavanshi ଖେଳିବେ ନା ନାହିଁ? ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ନିର୍ଭର କରେ

ନୂଆଦିଲ୍ଲୀ,୪।୯: ଦକ୍ଷିଣ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ଫାଇନାଲ ସେପ୍ଟେମ୍ବର 6 ରୁ ଚେନ୍ନାଇରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ Vaibhav…

ମେଲୋନିଙ୍କୁ ଖାସ୍‌ ମେସେଜ୍‌ ପଠାଇଲେ ମୋଦି, କହିଲେ ଡିୟର…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ନୂଆ ରାଜନୈତିକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଉପଲବ୍ଧି ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲୋନିଙ୍କୁ ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri