Posted inଜାତୀୟ

କ୍ଷମତା ପାଇଁ ଅର୍ଥ-ବାହୁବଳର ପ୍ରୟୋଗ କରୁଛି ଭାଜପା, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ, ୧।୭ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମ୍‌ପି ଜୟରାମ ରମେଶ ଭାଜପାକୁ ଟାର୍ଗେଟ କରିଛନ୍ତି। ମହାରାଷ୍ଟ୍ରରେ ଭାଜପା ଅଯଥାରେ କ୍ଷମତା ଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ଭାଜପା ଅସ୍ଥିର କରିଛି।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଅର୍ଥ ଏବଂ ବାହୁବଳର ପ୍ରଦର୍ଶନ ସହିତ ଭାଜପା ରାଜ୍ୟ ସରକାରଙ୍କୁ ଦଖଲ କରିଛି। ସିଧାସଳଖ କିମ୍ବା ରିମୋଟ କଣ୍ଟ୍ରୋଲ ଦ୍ୱାରା ଯେକୌଣସି ମୂଲ୍ୟରେ କ୍ଷମତା ହାସଲ କରିବାକୁ ଭାଜପା ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ରରେ ଯାହା ଘଟିଛି ତାହା ଭାରତୀୟ ଗଣତନ୍ତ୍ର ପାଇଁ ଲଜ୍ଜାଜନକ।

ରମେଶ କହିଛନ୍ତି ଯେ ୨୦୧୪ ପରଠାରୁ ଜନତାଙ୍କ ସେବା କରିବା ପରିବର୍ତ୍ତେ ରାଜ୍ୟରେ ନିର୍ବାଚିତ ସରକାରଗୁଡିକୁ ଭାଙ୍ଗିବା ଉପରେ ଭାଜପାର ମୁଖ୍ୟ ଲକ୍ଷ୍ୟ ରହୁଛି। ସେ ଅଭିଯୋଗ କରିଛନ୍ତି ଯେ ଗଭର୍ନର, ସ୍ପିକର ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଏବଂ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ଭଳି ଏଜେନ୍ସିଗୁଡିକର ଖୋଲାଖୋଲି ଭାବେ ଅପବ୍ୟବହାର କରାଯାଉଛି। ସେ କହିଛନ୍ତି ଯେ ବିଧାୟକ କିଣିବା ଏବେ ସାଧାରଣ କଥା ପାଲଟିଛି। ଏନେଇ ନେ ଅର୍ଥମନ୍ତ୍ରୀ ଘୋଡା କାରବାର ଉପରେ ଜିଏସଟି ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।

ନିର୍ବାଚନ ଜିତିବା ପାଇଁ ଭାଜପା ଅର୍ଥ କ୍ଷମତାର ଅପବ୍ୟବହାରଠାରୁ ଧ୍ରୁବୀକରଣ ଏବଂ ହିଂସାକାଣ୍ଡ ଆଦି ଭିଆଉଥିବା ସେ ଅଭିଯୋଗ କରିଛନ୍ତି। ଏହି ସମସ୍ତର ପ୍ରୟୋଗ କରିବା ସତ୍ତ୍ୱେ ଯଦି ଭୋଟରମାନେ ଭାଜପାକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ତେବେ ନିର୍ବାଚିତ ସରକାରଙ୍କୁ ହଟାଇବାକୁ ଭାଜପା ଷଡଯନ୍ତ୍ର ଆରମ୍ଭ କରୁଛି।

ଉତ୍ତରାଖଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ବିଷୟରେ ଉଲ୍ଲେଖ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୦୧୬ରେ ମଧ୍ୟ ଭାଜପା ଉତ୍ତରାଖଣ୍ଡରେ କଂଗ୍ରେସ ସରକାରଙ୍କୁ ଭାଙ୍ଗିଥିଲା। ସେହି ବର୍ଷ ଅରୁଣାଚଳ ପ୍ରଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା।

ମଣିପୁରରେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୬୦ଟି ସିଟ ମଧ୍ୟରୁ ୨୮ ଟି ଜିତି ଏକକ ବୃହତ୍ତମ ଦଳ ହୋଇପାରିଥିଲା। ଭାଜପା ପାଖରେ ୨୧ ଆସନ ଥିଲା। କିନ୍ତୁ ରାଜ୍ୟପାଳ ଏହାର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କଂଗ୍ରେସକୁ ସୁଯୋଗ ଦେଇ ନଥିଲେ।

ସମାନ ରଣନୀତି ୨୦୧୭ ରେ ବିହାରରେ କରାଯାଇଥିଲା ବୋଲି ରମେଶ ଅଭିଯୋଗ କରିଛନ୍ତି। ୨୦୧୯ରେ କର୍ନାଟକରେ କଂଗ୍ରେସ-ଜେଡିଏସ ସରକାର ମଧ୍ୟ ଏଭଳି ହଟାଯାଇଥିଲା। ୨୦୨୧ରେ ପୁଡୁଚେରୀରେ ମଧ୍ୟ ସମାନ କାହାଣୀ ପୁନରାବୃତ୍ତି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?