Posted inଜାତୀୟ

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଆତିଶି ସୂଚନା ଦେଇଛନ୍ତି ଯେ ବୁଧବାର ଏଏପି ବିଧାୟକଙ୍କର ଏକ ପ୍ରତିନିଧୀ ଦଳ ସିବିଆଇକୁ ଭେଟିବାକୁ ଯାଇ ବିଧାୟକଙ୍କ ଘୋଡା କାରବାର ଉପରେ ଦେଶବ୍ୟାପୀ ଯାଞ୍ଚ କରିବାକୁ ଦାବି କରିବେ। ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ସମୟ ଦିଆଯାଇ ନାହିଁ। ତେଣୁ ୧୦ ଜଣିଆ ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ଅପରାହ୍ନ ୩ ଟା ସମୟରେ ସିବିଆଇ କାର୍ଯ୍ୟାଳୟକୁ ଯିବାର ଯୋଜନା କରାଯାଇଥିବା ସେ କହିଛନ୍ତି।

ଆତିଶି କହିଛନ୍ତି ଯେ ସମଗ୍ର ଦେଶ ଅଗଷ୍ଟ ମାସରେ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିବାରୁ ଆମେ ୭୫ ବର୍ଷ ଧରି ଗର୍ବିତ। କିନ୍ତୁ ଶାସକ ଭାଜପା ଦ୍ୱାରା ଭାରତର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଯେତେବେଳେ ଏକ ରାଜ୍ୟରେ ଭାଜପା ନିର୍ବାଚନରେ ହାରିଯାଏ, ସେତେବେଳେ ଅନ୍ୟ ଦଳର ସହାୟତା ନେଇ ବିଧାୟକ କିଣି ସେଠାରେ ସରକାର ଗଠନ ହେଉଛି। ନିର୍ବାଚିତ ସରକାରଙ୍କୁ ଭାଜପା କ୍ଷମତାଚ୍ୟୁତ କରିଥାଏ। ରାଜ୍ୟରେ ଅଣ-ଭାଜପା ସରକାରଙ୍କୁ ହଟାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ବ୍ୟବହାର କରାଯାଏ। ସିବିଆଇ, ଇଡି ଚଢ଼ାଉ ରାଜ୍ୟର ନେତାଙ୍କ ଉପରେ କରାଯାଏ।

ଭାଜପା ଉତ୍ତର ଦେବା ଉଚିତ ଯେ ସେମାନେ କେଉଁଠାରୁ ବିଧାୟକ କିଣିବା ପାଇଁ ଏତେ ଟଙ୍କା ପାଇଲେ। ଭାଜପା ଅପରେଶନ୍‌ ଲୋଟସ ଗୋଆ, ମହାରାଷ୍ଟ୍ର, କର୍ନଟକରେ କରିଛି। ଦିଲ୍ଲୀରେ ମଧ୍ୟ ସମାନ ଅପରେଶନ ଫର୍ମୁଲା ଗ୍ରହଣ କରିବାକୁ ଭାଜପା ଚେଷ୍ଟା କରୁଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ ଅଫର ଦିଆଯାଇଥିଲା। ,ତା’ପରେ ବିଧାୟକମାନଙ୍କୁ ୨୦ କୋଟି ଲେଖାଏଁ ଅଫର ଦିଆଯାଛି।

ଭାଜପା ଏପର୍ଯ୍ୟନ୍ତ ୨୭୭ ବିଧାୟକଙ୍କୁ ଅପରେଶନ ଲୋଟସ ଦ୍ୱାରା କିଣିଛି। ଏଥିରେ ୬୩୦୦ କୋଟି ଖର୍ଚ୍ଚ ହୋଇଛି। ଆତିଶି କହିଛନ୍ତି ଯେ ଆମେ କହୁଛୁ ଯେ ଦିଲ୍ଲୀରେ ନୁହେଁ ସମଗ୍ର ଦେଶବ୍ୟାପୀ ଏହାର ଯାଞ୍ଚ୍‌ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri