Posted inଜାତୀୟ

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଆତିଶି ସୂଚନା ଦେଇଛନ୍ତି ଯେ ବୁଧବାର ଏଏପି ବିଧାୟକଙ୍କର ଏକ ପ୍ରତିନିଧୀ ଦଳ ସିବିଆଇକୁ ଭେଟିବାକୁ ଯାଇ ବିଧାୟକଙ୍କ ଘୋଡା କାରବାର ଉପରେ ଦେଶବ୍ୟାପୀ ଯାଞ୍ଚ କରିବାକୁ ଦାବି କରିବେ। ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ସମୟ ଦିଆଯାଇ ନାହିଁ। ତେଣୁ ୧୦ ଜଣିଆ ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ଅପରାହ୍ନ ୩ ଟା ସମୟରେ ସିବିଆଇ କାର୍ଯ୍ୟାଳୟକୁ ଯିବାର ଯୋଜନା କରାଯାଇଥିବା ସେ କହିଛନ୍ତି।

ଆତିଶି କହିଛନ୍ତି ଯେ ସମଗ୍ର ଦେଶ ଅଗଷ୍ଟ ମାସରେ ସ୍ବାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି। ଆମ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିବାରୁ ଆମେ ୭୫ ବର୍ଷ ଧରି ଗର୍ବିତ। କିନ୍ତୁ ଶାସକ ଭାଜପା ଦ୍ୱାରା ଭାରତର ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ଯେତେବେଳେ ଏକ ରାଜ୍ୟରେ ଭାଜପା ନିର୍ବାଚନରେ ହାରିଯାଏ, ସେତେବେଳେ ଅନ୍ୟ ଦଳର ସହାୟତା ନେଇ ବିଧାୟକ କିଣି ସେଠାରେ ସରକାର ଗଠନ ହେଉଛି। ନିର୍ବାଚିତ ସରକାରଙ୍କୁ ଭାଜପା କ୍ଷମତାଚ୍ୟୁତ କରିଥାଏ। ରାଜ୍ୟରେ ଅଣ-ଭାଜପା ସରକାରଙ୍କୁ ହଟାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା ବ୍ୟବହାର କରାଯାଏ। ସିବିଆଇ, ଇଡି ଚଢ଼ାଉ ରାଜ୍ୟର ନେତାଙ୍କ ଉପରେ କରାଯାଏ।

ଭାଜପା ଉତ୍ତର ଦେବା ଉଚିତ ଯେ ସେମାନେ କେଉଁଠାରୁ ବିଧାୟକ କିଣିବା ପାଇଁ ଏତେ ଟଙ୍କା ପାଇଲେ। ଭାଜପା ଅପରେଶନ୍‌ ଲୋଟସ ଗୋଆ, ମହାରାଷ୍ଟ୍ର, କର୍ନଟକରେ କରିଛି। ଦିଲ୍ଲୀରେ ମଧ୍ୟ ସମାନ ଅପରେଶନ ଫର୍ମୁଲା ଗ୍ରହଣ କରିବାକୁ ଭାଜପା ଚେଷ୍ଟା କରୁଛି। ପ୍ରଥମେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ ଅଫର ଦିଆଯାଇଥିଲା। ,ତା’ପରେ ବିଧାୟକମାନଙ୍କୁ ୨୦ କୋଟି ଲେଖାଏଁ ଅଫର ଦିଆଯାଛି।

ଭାଜପା ଏପର୍ଯ୍ୟନ୍ତ ୨୭୭ ବିଧାୟକଙ୍କୁ ଅପରେଶନ ଲୋଟସ ଦ୍ୱାରା କିଣିଛି। ଏଥିରେ ୬୩୦୦ କୋଟି ଖର୍ଚ୍ଚ ହୋଇଛି। ଆତିଶି କହିଛନ୍ତି ଯେ ଆମେ କହୁଛୁ ଯେ ଦିଲ୍ଲୀରେ ନୁହେଁ ସମଗ୍ର ଦେଶବ୍ୟାପୀ ଏହାର ଯାଞ୍ଚ୍‌ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri