ଭାଜପାର ସମ୍ପୂର୍ଣ୍ଣ, ବିଜେଡିର ଗୋଟିଏ ବାକି

ଅନୁଗୋଳ ଅଫିସ, ୨୧।୧
ଅନୁଗୋଳ ଜିଲାର ୨୮ଟି ଜିଲା ପରିଷଦ ଜୋନ୍‌ ପାଇଁ ଗୁରୁବାର ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏ କ୍ଷେତ୍ରରେ ବିଜେଡି ମଧ୍ୟ ପଛରେ ପଡ଼ିନାହିଁ। ଦଳ କେବଳ ୧୯ନଂ. ଜୋନ୍‌କୁ ବାଦ୍‌ ଦେଇ ଅନ୍ୟ ଜୋନ୍‌ ଗୁଡ଼ିକରେ କିଏ ପ୍ରାର୍ଥୀ ହେବେ ସେମାନଙ୍କ ନାମ ପ୍ରକାଶ କରିଛି। ଗତ ୧୭ ତାରିଖରେ କଂଗ୍ରେସ ୨୮ଟି ଜୋନ୍‌ରେ ପ୍ରାର୍ଥୀ ଘୋଷଣା କରିସାରିଥିବାରୁ ୩ ଦଳରେ ଥିବା ଆଶାୟୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏକପ୍ରକାର ଶେଷ ହୋଇଛି। ତେବେ ୨୧ ତାରିଖ ସୁଦ୍ଧା ନାମାଙ୍କନ ଓ ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ଅସଲ ଲଢ଼େଇ ଆରମ୍ଭ ହେବ।
ଜିଲା ଭାଜପା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସୁପାରିସ ଓ ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଅନୁଗୋଳ ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧ନଂ. ରୁ ଡଲି ଚିନରାଙ୍କୁ ଦଳ ପ୍ରାର୍ଥୀ କରିଛି। ୨ନଂ. ଜୋନ୍‌ରୁ ରଞ୍ଜିତା ନାଏକ, ୩ନଂ. ରୁ ଯୁଧିଷ୍ଠିର ସେଠ, ୪ନଂ. ଜୋନ୍‌ରୁ ଦୁର୍ଗା ଚରଣ ପ୍ରଧାନଙ୍କ ନାମ ଘୋଷଣା କରାଯାଇଛି। ଆଠମଲ୍ଲିକ ବ୍ଲକର ୩ଟି ଜୋନ୍‌ ମଧ୍ୟରୁ ୫ନଂ. ଜୋନ୍‌ରୁ ଚିତ୍ତରଞ୍ଜନ ପ୍ରଧାନ, ୬ନଂ. ରୁ ରୋହିତ କୁମାର ନାୟକ, ୭ନଂ. ରୁ ଦୀପିକା ଦେହୁରୀଙ୍କୁ ପ୍ରାର୍ଥୀ କରାଯାଇଛି। କଣିହଁା ବ୍ଲକରେ ଥିବା ୩ଟି ଜୋନ୍‌ରୁ ୮ନଂ. ରୁ ଚନ୍ଦନ ସ୍ବରାଜ, ୯ନଂ.ରୁ ସବ୍ୟସାଚୀ ପାଣି, ୧୦ନଂ.ରୁ ସ୍ବର୍ଣ୍ଣମଞ୍ଜରୀ ବେହେରାଙ୍କ ନାମ ଘୋଷଣା କରାଯାଇଛି। କିଶୋରନଗର ବ୍ଲକର ୩ଟି ଜୋନ୍‌ ମଧ୍ୟରୁ ୧୧ନଂ.ରୁ ଅନିତା ପ୍ରଧାନ, ୧୨ ନଂ.ରୁ ଅଞ୍ଜଳି ପ୍ରଧାନ, ୧୩ନଂ.ରୁ ସୁମତି ରାଣୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ଛେଣ୍ଡିପଦା ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧୪ନଂ. ଜୋନ୍‌ରୁ ଅଖିଳ କୁମାର ଗଡ଼ନାଏକ, ୧୫ନଂ.ରୁ ଯଶୋବନ୍ତ ବେହେରା, ୧୬ନଂ.ରୁ ବିପିନ କୁମାର ମାଝି, ୧୭ନଂ.ରୁ ସଞ୍ଜୁକ୍ତା ପ୍ରଧାନଙ୍କ ନାମ ଦଳ ପ୍ରକାଶ କରିଛି। ତାଳଚେର ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୧୮ନଂ. ରୁ ହିମାଂଶୁ ଶେଖର ସାହୁ, ୧୯ନଂ. ରୁ ମନୋଜ କୁମାର ପ୍ରଧାନ, ୨୦ନଂ. ରୁ ଯଶ୍ମିନ ପ୍ରଧାନ, ୨୧ନଂ. ରୁ ଊର୍ମିଳା ଦେହୁରୀଙ୍କ ନାମ ଘୋଷଣା କରାଯାଇଛି। ପାଲଲହଡ଼ା ବ୍ଲକରେ ଥିବା ୩ଟି ଜୋନ୍‌ ମଧ୍ୟରୁ ୨୨ନଂ. ରୁ ଗୁରୁଚରଣ ହେମ୍ବ୍ରମ୍‌, ୨୩ନଂ. ରୁ ସସ୍ମିତା କରୁଆ, ୨୪ନଂ. ଜୋନ୍‌ରୁ ସୁରୁମୁନି ଛତରଙ୍କୁ ପ୍ରାର୍ଥୀ କରାଯାଇଛି। ବଅଁରପାଳ ବ୍ଲକରେ ଥିବା ୪ଟି ଜୋନ୍‌ ମଧ୍ୟରୁ ୨୫ନଂ. ଜୋନ୍‌ରୁ ସରୋଜ ଦେବତା, ୨୬ନଂ. ରୁ ଗୀତାଞ୍ଜଳି ବେହେରା, ୨୭ନଂ. ରୁ ମହେଶ୍ୱର ବେହେରା ଓ ୨୮ ନଂ. ରୁ ଅମିତା ସିଂହଙ୍କୁ ଦଳ ପ୍ରାର୍ଥୀ କରିଛି।
ସେହିପରି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅନୁଗୋଳ ଜିଲା ପାଇଁ ଜିଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୧ନଂ. ଜୋନ୍‌ରୁ କାଜଲ ପଟ୍ଟନାୟକ, ୨ନଂ. ରୁ ରେବତୀ ନାଏକ, ୩ନଂ. ରୁ ପ୍ରିୟଦର୍ଶୀ ପଟ୍ଟନାୟକ, ୪ନଂ. ରୁ ଧ୍ରୁବଚରଣ ଦେହୁରୀ, ୫ନଂ. ରୁ ରଶ୍ମିରେଖା ମାହାର, ୬ନଂ.ରୁ ଯୁଧିଷ୍ଠିର ସିଂହ, ୭ନଂ. ରୁ ବବିତା କର୍ଣ୍ଣ, ୮ନଂ. ରୁ ରଶ୍ମିତା ସେଠୀ, ୯ନଂ. ରୁ ରଞ୍ଜନ କୁମାର ସାହୁ, ୧୦ନଂ. ରୁ ରଶ୍ମିତା ବେହେରା, ୧୧ନଂ. ରୁ ବବିତା ପ୍ରଧାନ, ୧୨ନଂ. ରୁ ଅନୁପମା ସାହୁ, ୧୩ନଂ. ରୁ ବିଷ୍ଣୁପ୍ରିୟା ପ୍ରଧାନ, ୧୪ନଂ. ରୁ ନଗେନ୍ଦ୍ର କୁମାର ପ୍ରଧାନ, ୧୫ନଂ. ରୁ ତ୍ରିନାଥ ବେହେରା, ୧୬ନଂ. ରୁ ପ୍ରଦୀପ ସାହୁ, ୧୭ନଂ. ରୁ ଭାନୁପ୍ରିୟା ପ୍ରଧାନ, ୧୮ନଂ. ରୁ ଅମିୟ କୁମାର ପ୍ରଧାନ, ୨୦ନଂ. ରୁ ରିତାରାଣୀ ଦାସ, ୨୧ନଂ. ରୁ ସତ୍ୟଭାମା ସାହୁ, ୨୨ନଂ. ରୁ ବୁଧୁରାମ ବାଇପାଇ, ୨୩ନଂ. ରୁ ସାବିତ୍ରୀ ମାଝି, ୨୪ନଂ.ରୁ ଇନ୍ଦିରା ହେମ୍ବ୍ରମ୍‌, ୨୫ନଂ. ରୁ ଦିଲୀପ ପ୍ରଧାନ, ୨୬ନଂ. ରୁ ସୁଶିଳା ନାଏକ, ୨୭ନଂ. ରୁ ଗୋପାଳ ନାଏକ ଓ ୨୮ ନଂ.ରୁ ମୀରା ଗଡ଼ନାୟକଙ୍କ ନାମ ଘୋଷଣା କରାଯାଇଛି। ୧୯ନଂ. ଜୋନ୍‌ର ପ୍ରାର୍ଥୀଙ୍କ ନାମ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବ ବୋଲି ଜିଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri