Posted inଜାତୀୟ

ବ୍ରିଜ୍‌ ଭୂଷଣଙ୍କୁ କଡ଼ା ତାଗିଦ୍‌ କଲେ ଭାଜପା ହାଇକମାଣ୍ଡ, କହିଲେ ଭିନେଶଙ୍କୁ…

ନୂଆଦିଲ୍ଲୀ,୮।୯: ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍‌ ହେବାକୁ ନେଇ ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ଲଗାତାର ତାଙ୍କ ଉପରେ ଟିପ୍ପଣୀ ଦେଇ ଆସୁଛନ୍ତି। ଏଥିସହ ସେ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ କଂଗ୍ରେସ ଆନ୍ଦୋଳନ କହିଥିଲେ। ତେବେ ଏହାରି ଭିତରେ ଭାଜପା ହାଇକମାଣ୍ଡ ବ୍ରିଜଭୂଷଣଙ୍କୁ ତାଗିଦ୍‌ କରିଛନ୍ତି। ତାଙ୍କୁ ଭିନେଶ ଓ ବଜରଙ୍ଗ ପୁନିଆଙ୍କ ଉପରେ କୌଣସି ବିବାଦୀୟ ଟିପ୍ପଣୀ ନ ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

କୁହାଯାଉଛି କି, ହରିୟାଣା ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ରିଜଭୂଷଣଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। କାରଣ ତାଙ୍କ ବୟାନ ଭାଜପା ପାଇଁ ନିର୍ବାଚନରେ ଜିତିବାକୁ ଓଲଟା ସାବ୍ୟସ୍ତ କରିପାରେ। ଏଥିପାଇଁ ଭାଜପା ନେତାଙ୍କୁ ଏପରି କୌଣସି ବିବାଦୀୟ ବୟାନ ନ ଦେବାକୁ କୁହାଯାଇଛି ଯେଉଁଥିରେ ଦଳର ଭୋଟବ୍ୟାଙ୍କ ଉପରେ ପ୍ରଭାବ ପଡିବ।

କହିରଖୁଛୁ କି, ଭାରତୀୟ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ କଂଗ୍ରେସରେ ସାମିଲ୍‌ ହେବା ପରଠାରୁ ଭାଜପା ନେତା ବ୍ରିଜ ଭୂଷଣ ଲଗାତାର ତାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଭାଜପା ନେତା ଭିନେଶଙ୍କୁ ଟାର୍ଗେଟ କରି ଏମିତି ବି କହି ଦେଇଥିଲେ କି, ଭିନେଶ ଅଲିମ୍ପିକ୍ସକୁ ଯିବାକୁ ଯୋଗ୍ୟ ନ ଥିଲେ। ଯାହାକୁ ନେଇ ଲଗାତାର ଦୁଇ ପଟରୁ ବୟାନବାଜି ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡଠାରୁ ଆରମ୍ଭ କରି ନେତା ଯାଏ ଅଛନ୍ତି ଲରେନ୍ସ ବିଷ୍ଣୋଇଙ୍କ ହଟ୍‌ ଲିଷ୍ଟରେ…ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୧୦: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମରେ ଅନେକ ଖବର ଚାଲିଛି।...

କିଏ ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ହେବ ଘୋଷଣା, ସିଏମ ରେସ୍‌ରେ ଏହି ୩ ନାଁ

ଚଣ୍ଡିଗଡ,୧୬।୧୦: ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏ ପର୍ଯ୍ୟନ୍ତ ସ୍ଥିର...

କଂଗ୍ରେସକୁ ବଡ଼ ଝଟ୍‌କା: ଦଳ ଛାଡିଲେ ସାଧାରଣ ସମ୍ପାଦକ

ପୁଣେ,୧୬।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି ଏବଂ ଏଥି ସହ ଦଳ ପରିବର୍ତ୍ତନ ନେତାଙ୍କ ପର୍ଯ୍ୟାୟ ମଧ୍ୟ ଆରମ୍ଭ ହୋଇଛି। ନିର୍ବାଚନ ଘୋଷଣାର...

ବଢିଲା ରେଭାନ୍ନାଙ୍କ ସମସ୍ୟା: ବଳାତ୍କାର ସମୟରେ ମହିଳାଙ୍କ କପଡ଼ାରୁ ମିଳିଥିଲା…ଡିଏନ୍‌ଏ ରିପୋର୍ଟରେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ପୂର୍ବତନ ଏମ୍‌ପି ପ୍ରଜ୍ୱଲ ରେଭାନ୍ନାଙ୍କ ସମସ୍ୟା ବଢିବାରେ ଲାଗିଛି। ମୈଶୁରରେ ଥିବା ତାଙ୍କ ଫାର୍ମ ହାଉସରେ ଜଣେ ଚାକରାଣୀକୁ ବଳାତ୍କାର ମାମଲାର ତଦନ୍ତ...

ଜେଲ ପାଲଟିଛି କଏଦୀଙ୍କ VIP ଆଡ୍ଡାସ୍ଥଳ! ନେଉଛନ୍ତି ସେଲଫି, ଟାଣୁଛନ୍ତି…

କଲବୁର୍ଗି,୧୬।୧୦: କର୍ନାଟକର କଲବୁର୍ଗି ଜେଲରେ ବନ୍ଦୀମାନଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳୁଛି। ଜେଲରେ ବସିଥିବା କଏଦୀ ସିଗାରେଟ ଟାଣିବା ଏବଂ ମୋବାଇଲରେ ଭିଡିଓ ତିଆରି କରିବାର ଭିଡିଓ...

ମସଜିଦରେ ‘ଜୟ ଶ୍ରୀରାମ‘ କହିବା ଅପରାଧ ନୁହେଁ, କାହିଁକି ଏମିତି କହିଲେ ହାଇକୋର୍ଟ

ବେଙ୍ଗାଲୁରୁ,୧୬।୧୦: ମସଜିଦ ଭିତରେ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦିଆଯାଇଥିବା ମାମଲାରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଜଣଙ୍କ ବିରୋଧରେ...

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଓମାର ଅବଦୁଲ୍ଲା ସରକାରରୁ ନିଜକୁ କାହିଁକି ଦୂରେଇ ରଖିଲା କଂଗ୍ରେସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri