ପୋଲିଂ, ପ୍ରାର୍ଥୀଙ୍କ ଏଜେଣ୍ଟମାନଙ୍କ ଲାଗି କଟକଣା କୋହଳ ହେଉ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଦୌ ସ୍ପଷ୍ଟ ନୁହେଁ। ଶାସକ ଦଳ ଏବଂ ସେମାନଙ୍କ କର୍ମୀଙ୍କୁ ସୁହାଇଲା ଭଳି ଆଇନକାନୁନ ପ୍ରଚଳିତ କରୁଥିବାବେଳେ ସାମୂହିକ ସ୍ବାର୍ଥ ଓ ହିତକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଦୋମୁହଁ। ନୀତି ଅତ୍ୟନ୍ତ ନିନ୍ଦନୀୟ ଏବଂ ଜନବିରୋଧୀ ବୋଲି ରାଜ୍ୟ ଭାଜପା ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି। ଭାଜପାର ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ଓମିକ୍ରନ୍‌ ଓ କରୋନା ମହାମାରୀ ସଙ୍କଟ ଯୋଗୁ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ କଟକଣା ଲାଗୁ କରିଥିଲେ। ପରବର୍ତ୍ତୀ ସମୟରେ ଓମିକ୍ରନ୍‌ ଓ କରୋନା ସଂକ୍ରମଣର ଦ୍ରୁତ ହ୍ରାସ କାରଣରୁ ନିର୍ବାଚନ କମିଶନ ପ୍ରଚାର ପାଇଁ କଟକଣାକୁ କୋହଳ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ ପୁନଃ ଆରମ୍ଭ ହେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମନ୍ଦିର, ଦେବାଳୟରେ ଦର୍ଶନ କଟକଣାକୁ କୋହଳ କରାଯାଇଛି। ଅନ୍ୟପଟେ ବୁଧବାର ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ କେନ୍ଦ୍ରଗୁଡ଼ିକରେ ପୋଲିଂ ଏବଂ ପ୍ରାର୍ଥୀମାନେ ଦେଇଥିବା ଏଜେଣ୍ଟଙ୍କ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି କଟକଣା କୋହଳ କରାଯାଇନାହିଁ। ପୋଲିଂ ଏବଂ ପ୍ରାର୍ଥୀଙ୍କ ଏଜେଣ୍ଟ ପାଇଁ ଆର୍‌ଟିପିସିଆର୍‌/ଆର୍‌ଏଟି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ନିର୍ବାଚନ ପରିଚାଳନା ଓ ଭୋଟଦାନ କାର୍ଯ୍ୟକ୍ରମ ପ୍ରଭାବିତ ହେବାର ବହୁ ଆଶଙ୍କା ଥିବାରୁ ଉଦ୍ଦିଷ୍ଟ କଟକଣାକୁ କୋହଳ କରାଯିବା ପାଇଁ ଭାଜପା ତରଫରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଧାନାଙ୍କ ରେକର୍ଡ ଶତକ: ଭାରତର ଲଗାତର ଦ୍ୱିତୀୟ ବିଜୟ

ଦୁବାଇ,୩ା୯: ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ବଳରେ ମହିଳା ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୧୩୭ ରନର ବଡ଼ ବ୍ୟବଧାନରେ ହଂକଂ, ଚାଇନାକୁ ପରାସ୍ତ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

୫୬ ଭୋଗ ନ ଥିଲେ ବି ପ୍ରସନ୍ନ ହେବେ କାହ୍ନା! ଜନ୍ମାଷ୍ଟମୀରେ ବାଳଗୋପାଳଙ୍କୁ ଚଢ଼ାନ୍ତୁ ଏହି ୫ଟି ପ୍ରିୟ ଜିନିଷ; ଜାଣନ୍ତୁ ବିଧି

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାବେ ସାରା ଦେଶରେ ଉତ୍ସାହର ସହ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ବ୍ରତ ରଖି ମଧ୍ୟରାତ୍ରିରେ ବାଳଗୋପାଳଙ୍କ…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଖେଳାଳିଙ୍କୁ ମିଳୁନି ବିଶ୍ରାମ! ବାରମ୍ବାର ଆହତ ହେବା ନେଇ BCCIର ବଡ଼ ଖୁଲାସା, ବଦଳିବ ରଣନୀତି

ମୁମ୍ବାଇ,୩।୯: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ମୁଖ୍ୟ କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିସିସିଆଇ ସମ୍ପାଦକ ଦେବଜୀତ୍ ଶୈକିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri