Posted inଜାତୀୟ

ଫାରୁକ୍‌ଙ୍କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ, ୧୩ା୧୦:ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ମନ୍ତବ୍ୟକୁ ନେଇ ଭାଜପା ତୀବ୍ର ସମାଲୋଚନା କରିଛି। ଚାଇନା ୩୭୦ ଧାରା ଉଚ୍ଛେଦକୁ ବେଆଇନ ବୋଲି କହୁଛି। ଏହାର ସହାୟତାରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନଃ ଲାଗୁ କରାଯିବ ବୋଲି ଫାରୁକ୍‌ କହିଥିଲେ। ଏହାକୁ ବିରୋଧ କରି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ୩୭୦ ଉଚ୍ଛେଦ ପରେ ଚାଇନାର ଅନୁପ୍ରବେଶ ଉଦ୍ୟମ କରାଯାଇଛି କହିବା ଭୁଲ୍‌। ଆଇନ ପ୍ରଣୟନ ହେବା ପରେ ଏଭଳି ଦେଶଦ୍ରୋହୀ କଥା ଜଣେ ସାଂସଦ କହିବା ଅନୁଚିତ। ଶତ୍ରୁରାଷ୍ଟ୍ର ଚାଇନା ଓ ପାକିସ୍ତାନ ପ୍ରତି ଏଭଳି କୋମଳତା କେଉଁଠାରୁ ଆସିଲା ବୋଲି ପାତ୍ର ପ୍ରଶ୍ନ କରିଛନ୍ତି। ଫାରୁକ୍‌ ଚାଇନା ସହଯୋଗୀ ଭାବେ କଥା କହୁଛନ୍ତି। ତେବେ ଫାରୁକ୍‌ ଗାନ୍ଧୀ ଓ ରାହୁଲ ଅବ୍‌ଦୁଲ୍ଲା କହିବାରେ କିଛି ଭୁଲ୍‌ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା: ସର୍ଭେ

ନୂଆଦିଲ୍ଲୀ, ୩ା୧: ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ବୋଲି ଆମେରିକାର ମର୍ନିଂ କନ୍‌ସଲ୍ଟ ସର୍ଭେ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।...

୪୦+ଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ସୁପାରିସ

ନୂଆଦିଲ୍ଲୀ, ୪।୧୨ : ଭାରତରେ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି। ଏହି ଚିନ୍ତାଜନକ ଭାରିଆଣ୍ଟ ସଂକ୍ରମଣରୁ ରକ୍ଷା ପାଇବା...

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା...

ସେପ୍ଟେମ୍ବରରେ ପିଲାଙ୍କୁ ଟିକା

ନୂଆଦିଲ୍ଲୀ, ୧୯ା୮: ପିଲାମାନଙ୍କ ଉପରେ କୋଭିଡ୍‌ ଟିକାର ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ଫଳାଫଳ ମିଳିଯିବ ବୋଲି ଆଶା କରାଯାଉଛି। ଉକ୍ତ ଫଳାଫଳ ଭାରତର ଔଷଧ...

ସ୍କୁଲ ଖୋଲିବା ପରେ ୨୬୨ଶିକ୍ଷାର୍ଥୀ, ୧୬୦ ଶିକ୍ଷକ ହେଲେ କରୋନା ସଂକ୍ରମିତ

ଅମରାବତୀ,୬ ।୧୧: ଆନ୍ଧ୍ରପ୍ରଦେଶରେ ନଭେମ୍ବର ୨ରୁ ନବମ ଓ ଦାମ ଶ୍ରେଶୀ ପିଲାମାନଙ୍କ ପାଇଁ ସ୍କୁଲ ଖୋଲି ଦିଆଯାଇଛି । ଆଉ ସ୍କୁଲ ଖୋଲିବା ପରେ...

ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା...

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ...

‘ସିଏଏକୁ ସମର୍ଥନ କରିଥିଲେ ମନମୋହନ’

ନୂଆଦିଲ୍ଲୀ, ୨୦।୧୨(ପି.ଟି.):ସିଏଏକୁ ନେଇ କେନ୍ଦ୍ର ସରକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଜୋର୍‌ଦାର ବିରୋଧର ସମ୍ମୁଖୀନ ହେବା ପରେ ଭାଜପା ଗୁରୁବାର ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ...

Advertisement
Archives

Model This Week