Posted inଜାତୀୟ

ଦ୍ରୌପଦୀଙ୍କୁ ନେଇ ଭାଜପା-କଂଗ୍ରେସ କାଦୁଆ ଫିଙ୍ଗା…

ନୂଆଦିଲ୍ଲୀ, ୧୩।୭ :କଂଗ୍ରେସ ନେତା ତଥା ମୁଖପାତ୍ର ଅଜୟ କୁମାର ଏକ ବିବାଦ ଆରମ୍ଭ କରି କହିଛନ୍ତି ଯେ, ‘ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦ୍ରୀ ମୁର୍ମୁ ଭାରତର ଏକ ଖରାପ ଦର୍ଶନର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କ ପ୍ରାର୍ଥୀତ୍ୱକୁ ଆଦିବାସୀଙ୍କ ପ୍ରତୀକ କରାଯିବା ଉଚିତ ନୁହେଁ ‘। ଅଜୟ କୁମାରଙ୍କ ମନ୍ତବ୍ୟ ଉପରେ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଫଳରେ ଜୁଲାଇ ୧୮ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାଜପା କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଆରମ୍ଭ ହୋଇଛି। ଏଏନଆଇ ନ୍ୟୁଜ ଏଜେନ୍ସି ସହ କଥାବାର୍ତ୍ତା କରି କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ ଦେଶରେ ଅନୁସୂଚିତ ସମ୍ପ୍ରଦାୟର ଅବସ୍ଥା ଖରାପ ହୋଇଯାଇଛି।

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ମୁର୍ମୁଙ୍କ ବିରୋଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶଓ୍ବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି। ଯଶୱନ୍ତ ସିହ୍ନା ଜଣେ ଭଲ ପ୍ରାର୍ଥୀ ଏବଂ ମୁର୍ମୁ ମଧ୍ୟ ଜଣେ ସମ୍ମାନୀୟ ବ୍ୟକ୍ତିତ୍ୱ। କିନ୍ତୁ ମୁର୍ମୁ ଭାରତର ଏକ ଖରାପ ଦର୍ଶନକୁ ପ୍ରତିନିଧିତ୍ୱ କରୁଛନ୍ତି। ଆମେ ତାଙ୍କୁ ଆଦିବାସୀଙ୍କର ପ୍ରତୀକ କରିବା ଉଚିତ ନୁହେଁ। ଆମ ପାଖରେ ରାଷ୍ଟ୍ରପତି ଭାବେ ରାମ ନାଥ କୋବିନ୍ଦ ଅଛନ୍ତ। ତଥାପି ହାଥରସ ଭଳି ଘଟଣା ଘଟିଥିଲା। ଦେଶରେ ଅନୁସୂଚିତ ସମ୍ପ୍ରଦାୟର ଅବସ୍ଥା ବିଗିଡି ଯାଇଛି । ରାଷ୍ଟ୍ରପତି ନିର୍ବାଚନକୁ ଜାତିର ଆତ୍ମା ପାଇଁ ସଂଗ୍ରାମ ବୋଲି ବର୍ଣ୍ଣନା କରି କଂଗ୍ରେସ ନେତା କହିଛନ୍ତି ଯେ ସମସ୍ତ ଦଳ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ ଦେବା ଉଚିତ୍‌।

ସେ କହିଛନ୍ତି, ପ୍ରତୀକ ତିଆରି କରି ଭାରତର ଲୋକଙ୍କୁ ବୋକା ବନାଇବା ଲାଗି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଏହା ଦେଶର ଆତ୍ମା ପାଇଁ ଲଢ଼େଇ। ତେଣୁ ସମସ୍ତ ଦଳ ସିହ୍ନାଙ୍କୁ ଭୋଟ ଦେବା ଜରୁରୀ ବୋଲି ସେ କହିଛନ୍ତି।

ଅଜୟ କୁମାରଙ୍କୁ ଜବାବ ଦେଇ ଭାଜପାର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ କଂଗ୍ରେସ ମୁର୍ମୁଙ୍କୁ ଅପମାନିତ କରିଛି।

ସୂଚନାଯୋଗ୍ୟ, ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ସହିତ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି।

ସେ ୨୦୧୩ ରୁ ୨୦୧୫ ପର୍ଯ୍ୟନ୍ତ ଭାଜପାର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ଥିଲେ। ୨୦୧୦ ଏବଂ ୨୦୧୩ ରେ ମୟୂରଭଞ୍ଜ (ପଶ୍ଚିମ) ର ଭାଜପା ଜିଲା ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୦୬ରୁ ୨୦୦୯ ମଧ୍ୟରେ ସେ ଓଡିଶାରେ ଭାଜପାର ଏସଟି ମୋର୍ଚ୍ଚାର ମୁଖ୍ୟ ଥିଲେ। ସେ ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?