Posted inଜାତୀୟ

ଭାଜପାର ଉତ୍ସବ, ବିରୋଧୀଙ୍କ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୬ା୮:୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଗୁରୁବାର ଏହି ଐତିହାସିକ ପଦକ୍ଷେପକୁ ୨ ବର୍ଷ ପୂରିଛି। ଏହି ଅବସରରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରାଯାଇଥିବାବେଳେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ସମେତ ବିରୋଧୀ ଦଳଗୁଡ଼ିକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଜମ୍ମୁରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରାଯାଇଥିଲା। ଦଳୀୟ କର୍ମୀମାନେ ‘ବନ୍ଦେ ମାତରମ୍‌’ ଓ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଇଥିଲେ। ସେହିପରି ଶିବସେନା ପକ୍ଷରୁ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମୀମାନେ ଅନୁଚ୍ଛେଦ ୩୭୦ ଏବଂ ୩୫-ଏ ହଟାଯିବାର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଶ୍ରୀନଗରରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱରେ ଦଳୀୟ ମୁଖ୍ୟାଳୟରୁ ଏକ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିବାବେଳେ ଜିପିଓ ନିକଟରେ ପୋଲିସ ଅଟକାଇଥିଲା। ମେହବୁବା କହିଥିଲେ, ଆଜି ଜମ୍ମୁ-କଶ୍ମୀର ପାଇଁ ଶୋକ ଦିବସ। କିନ୍ତୁ ଭାଜପା ୩୭୦ ଉଚ୍ଛେଦକୁ ନେଇ ଦେଶବ୍ୟାପୀ ଉତ୍ସବ ମନାଉଛି, ଯାହାକି ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାର ଉପତ୍ୟକାର ଲୋକ ଓ ପାକିସ୍ତାନ ସହ ଆଲୋଚନା କରି ଜମ୍ମୁ-କଶ୍ମୀରକୁ ଏହାର ସାମ୍ବିଧାନିକ ମର୍ଯ୍ୟାଦା ଫେରସ୍ତ କରନ୍ତୁ। ଅନ୍ୟ କିଛି ବିକଳ୍ପ ନ ଥିବାରୁ ସେମାନେ ପାକିସ୍ତାନ ସହ ଆଲୋଚନା କରୁଛନ୍ତି, ଯାହା ଫଳରେ ଅସ୍ତ୍ରବିରତି ହୋଇଛି ଏବଂ ଅନୁପ୍ରବେଶ ମଧ୍ୟ କମିଛି। ଜମ୍ମୁ-କଶ୍ମୀର ଦୁଇ ପଡ଼ୋଶୀ ମଧ୍ୟରେ ଶାନ୍ତିର ସେତୁ ପାଲଟିଛି। ଇତିମଧ୍ୟରେ ପିପୁଲ୍ସ ଆଲାଏନ୍ସ ଫର୍‌ ଗୁପ୍‌କାର ଡିକ୍ଲାରେଶନ (ପିଏଜିଡି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ମେଣ୍ଟ ଦଳଗୁଡ଼ିକର ନେତାଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ରଣନୀତି ସ୍ଥିର କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଚାଲିଛି ମୋଦି-ପୋଲିସଙ୍କ ରାଜୁତି…

ନୂଆଦିଲ୍ଲୀ, ୨୬।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସରକାରଙ୍କ ବିଭିନ୍ନ ନିୀତିର ବିରୋଧ କରି ଏକ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତାରେ...

ଧନ୍ୟବାଦ ପ୍ରସ୍ତାବରେ ଗୀତ ଗାଇ ମୋଦି ରାହୁଲଙ୍କୁ କହିଲେ ଟ୍ୟୁବ୍‌ଲାଇଟ୍‌

ନୂଆଦିଲ୍ଲୀ, ୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତ ଗାଇ କଂଗ୍ରେସର ରାହୁଲ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଲତା

ମୁମ୍ବାଇ,୩୧।୩: କରୋନା ଯୁଦ୍ଧରେ ଜିତିବାକୁ ସମସ୍ତଙ୍କର ଚେଷ୍ଟା ଜାରି ରହିଛି। କରୋନା ମୁକାବିଲା ପାଇଁ ବଳିଉଡ୍‌ର ବହୁ ସେଲିବ୍ରିଟି ସହଯୋଗର ହାତ ବଢାଇଥିବା ବେଳେ ମଙ୍ଗଳବାର...

ଜେଲରେ ଆତ୍ମହତ୍ୟା ଉଦ୍ୟମ କଲେ ନଳିିନୀ

ଭେଲୋର, ୨୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷର ସାବ୍ୟସ୍ତ ହୋଇ ଜେଲରେ ଥିବା ନଳିନୀ ଶ୍ରୀହରନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜେଲରେ...

ଚନ୍ଦ୍ରୟାନ-୨: ମହିଳା ବୈଜ୍ଞାନିକଙ୍କ ଉପରେ ଗୁରୁ ଦାୟିତ୍ୱ

ବେଙ୍ଗାଲୁରୁ,୨୨।୭: ଚନ୍ଦ୍ରାୟାନ-୨ର ନେତୃତ୍ୱ ୨ ମହିଳା ବୈଜ୍ଞାନିକଙ୍କୁ ଦିଆଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହାକାଶ ମିଶନରେ ଏହା ପ୍ରଥମ ଥର ହେବାକୁ ଯାଉଛି।...

ବନ୍ୟା ପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ବିଧାୟକ

ଗୁଆହାଟୀ,୧୪।୭:ଆସାମରେ ପ୍ରବଳ ବନ୍ୟା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଜଣେ ବିଧାୟକ। ବନ୍ୟା ପାଣିରେ...

ରାହୁଲଙ୍କ ପାଇଁ ସଙ୍କଟ: ଭାଜପା ସହିତ ନିଜ ସହ ମଧ୍ୟ ଲଢ଼ିବାକୁ ହେବ !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଯେ ବଢ଼ିବାରେ ଲାଗିଛି ତାହା ଏବେ ଜଣାପଡ଼ିଛି। ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ରାଜନୈତିକ ପଥରେ ବାଧା ସୃଷ୍ଟି...

ଆଲୋଚନା ପାଇଁ ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରିଛନ୍ତି ସରକାର: ଅନୁରାଗ ଠାକୁର

ନୂଆଦିଲ୍ଲୀ, ୭।୬: ସରକାର ପୁନର୍ବାର କୁସ୍ତିଯୋଦ୍ଧାମାନଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି। କ୍ରୀଡ଼ା ମନ୍ତ୍ରୀ...

Advertisement
Archives

Model This Week