ଆଦିବାସୀଙ୍କୁ ନେଇ ଭାଜପା-ବିଜେଡି ରାଜନୀତି

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହ ସେମାନେ ହିଂସା ଓ ଦ୍ୱେଷର ଶିକାର ହେଉଛନ୍ତି। ୨୦୨୦ରେ ଓଡ଼ିଶାରେ ଅନୁସୂଚିତ ଜନଜାତି ବିରୋଧୀ ୧୧୪ ବଳାତ୍କାର ସମେତ ୬୨୪ ଅପରାଧ ମାମଲା ରୁଜୁହୋଇଥିଲା। ଦାବି ଜଣାଇଲେ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କୁ ଧମକ ଦିଆଯାଉଛି। ଏମାନଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାରୁ ନ୍ୟାୟ ନ ମିଳିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଆଗକୁ ଆଦିବାସୀଙ୍କ ସମସ୍ୟା ନେଇ ସେମାନଙ୍କ ସମାଜ ପାଖକୁ ଯିବ ବୋଲି ଭାଜପା ସୂଚନା ଦେଇଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି, ଦଳିତ ବିରୋଧୀ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ। ଅଧିକାଂଶ ମାମଲାରେ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରାଯାଉନାହିଁ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଓ ପ୍ରଶାସନ ତପତ୍ରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥଲେ। ସେହିପରି ରାଜ୍ୟ ସରକାରଙ୍କ ପ୍ରରୋଚନାରେ ସରକାରୀ ବାବୁମାନେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସରକାରୀ ବୈଠକରେ ଉପସ୍ଥିତ ନ ରହିବା ସହ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ପରବର୍ତ୍ତୀ ସମୟରେ କଳାବ୍ୟାଜ୍‌ ପିନ୍ଧି କେନ୍ଦ୍ରମନ୍ତ୍ରୀଙ୍କୁ ଅପମାନିତ କରାଯାଇଥିଲା। ଓଡ଼ିଶା ହେଉଛି ଦେଶର ସର୍ବାଧିକ ଜନଜାତି ବାସ କରୁଥିବା ରାଜ୍ୟ। ହେଲେ ବହୁ ଆଦିବାସୀ ଅଞ୍ଚଳକୁ ବିକାଶ ଛୁଇଁପାରିନାହିଁ। ଜନଜାତିଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଅର୍ଥ ପ୍ରଦାନ କରୁଥିବା ବେଳେ ଆଦିବାସୀଙ୍କ କଲ୍ୟାଣ ଏହା ପାଇଁ ବ୍ୟବହାର ହୋଇପାରୁନାହିଁ ବୋଲି ସମୀର କହିଛନ୍ତି।
ସମୀର ଉଠାଇଥିବା ପ୍ରସଙ୍ଗକୁ ବିଜେଡି ଟାର୍ଗେଟ କରି ପାଲଟା ସମାଲୋଚନା କରିଛି। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ଭାଜପା ସଭାପତି କେବଳ ଓଡ଼ିଶାର ନିରୀହ ଆଦିବାସୀଙ୍କ ଉପରେ ରାଜନୀତି କରିବାକୁ ଆଗ୍ରହୀ, ହେଲେ ସେମାନଙ୍କ କଲ୍ୟାଣ ପ୍ରତି ତାଙ୍କର ଆଗ୍ରହ ନାହିଁ। ରାଜ୍ୟ ଭାଜପା ପାଇଁ ଏହା କେବଳ ଏକ ରାଜନୈତିକ କାର୍ଡ। ଆଦିବାସୀ କଲ୍ୟାଣ ବିଷୟରେ କହିବାକୁ ଭାଜପାର ନୈତିକ ଅଧିକାର ନାହିଁ। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ସେମାନଙ୍କ ଦଳର ସରକାର ଆଦିବାସୀ ଛାତ୍ରବୃତ୍ତି ବନ୍ଦ କରିଦେଇଛନ୍ତି। ଆଦିବାସୀ ବିକାଶ ଏବଂ ଆଦିବାସୀ କଲ୍ୟାଣ ପାଇଁ ଦିଆଯାଉଥିବା ଅର୍ଥକୁ ତାଙ୍କ ଦଳ ପରିଚାଳିତ ସରକାର ହ୍ରାସ କରିଛନ୍ତି। ରାଜ୍ୟ ଭାଜପାର ଏମ୍‌ପିମାନେ ଦିଲ୍ଲୀରେ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ବନ୍ଦ କରିଦେଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ବହୁ କିଛି କରିଛନ୍ତି। ଆଦିବାସୀ ପ୍ରସଙ୍ଗକୁ ନେଇ ରାଜନୀତି କରିବା ପରିବର୍ତ୍ତେ ଓଡ଼ିଶା ଭାଜପା ଦିଲ୍ଲୀ ଦରବାରରେ ପଡ଼ି ରହିଥିବା ଦାବି ଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିବା ଉଚିତ ବୋଲି ପ୍ରିୟବ୍ରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri