ଭୁବନରେ ଭାଜପା-ବିଜେଡି ଟକ୍କର

ଭୁବନ,୨୦।୨(ଡି.ଏନ.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ। ବ୍ଲକର ୧୮ଟି ପଞ୍ଚାୟତର ମୋଟ୍‌ ୮୨ ହଜାର ୭୪୭ ଜଣ ଭୋଟର ମତଦାନ କରିବେ। ଏଥିପାଇଁ ବ୍ଲକରେ ୨୫୮ ବୁଥ୍‌ କରାଯାଇଥିବା ବେଳେ ସେଥିରୁ ୧୧୦ଟି ଉତ୍ତେଜନାପ୍ରବଣ ବୋଲି ଚିହ୍ନଟ କରାଯାଇଛି। ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି। ଗତ ନିର୍ବାଚନରେ ବ୍ଲକର ୩ଟି ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୨ଟି ବିଜେଡି ଓ ଗୋଟିଏରେ ଭାଜପା ବିଜୟୀ ହୋଇଥିଲା। ତେଣୁ ଚଳିତଥର ୩ଟି ଜୋନ୍‌ ହାତେଇବାକୁ ଦୁଇ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ଲକ୍ଷ୍ୟ କରାଯାଉଛି। ଶନିବାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଏମ୍‌ପି ମହେଶ ସାହୁଙ୍କୁ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି।
ଭୁବନ ବ୍ଲକର ୧, ୨ ଓ ୩ନଂ. ଜିଲା ପରିଷଦ ଜୋନ୍‌ରେ ଏଥର ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ୧୮ଟି ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୬୦ ଜଣ ପ୍ରାର୍ଥୀ ରହିଥିବାବେଳେ ସମିତି ସଭ୍ୟ ପଦବୀ ପାଇଁ ମଧ୍ୟ ୬୦ ଜଣ ପ୍ର୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ଦଳୀୟ ଭିତ୍ତିରେ ନିର୍ବାଚନ ଲଢ଼ାଯାଉଥିବା ଜିଲା ପରିଷଦ ଜୋନ୍‌ ଗୁଡ଼ିକରେ ପ୍ରଚାର ଜମୁଛି। ଏହି ୩ଟି ଜୋନ୍‌ ମଧ୍ୟରୁ ୧ନଂ ଓ ୨ନଂ ଜୋନକୁ ୨୦୧୭ ନିର୍ବାଚନରେ ବିଜେଡି ହାତେଇ ନେଇଥିଲା। ୩ନଂ ଜୋନରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ଚଳିତ ନିର୍ବାଚନରେ ପୂରା ବ୍ଲକକୁ କରାୟତ୍ତ କରିବାକୁ ଦୁଇ ଦଳ ଯୋଜନା କରିଥିବାରୁ ଦଳୀୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲିଛି। ବ୍ଲକରେ ନିର୍ବାଚନ ପ୍ରଚାର ଶେଷ ହେବା ପୂର୍ବରୁ ଶନିବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଏମ୍‌ପି ମହେଶ ସାହୁ, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଏମ୍‌ପିଙ୍କ ପ୍ରତିନିଧି ମାତୃ ପ୍ରସାଦ ମିଶ୍ର ୨ନଂ. ଜୋନ୍‌ର ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ଏଠାରୁ ବ୍ଲକ ବିଜେଡି ସଭାପତି ନିଜେ ଜିଲା ପରିଷଦ ପ୍ରାର୍ଥୀ ହୋଇଥିବାରୁ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି। ଏହାଛଡ଼ା ବିଭିନ୍ନ ଜୋନ୍‌ରେ ଜନଅସନ୍ତୋଷ ଥିବାରୁ ସ୍ଥିତି ସୁଧାରିବା ଉପରେ ଦୁଇ ନେତା ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ଏମ୍‌ପି ସାହୁ କହିଛନ୍ତି, ୩ଟି ଯାକ ଜୋନ୍‌ରେ ବିଜେଡିର ନିଶ୍ଚିତ ବିଜୟ ହେବ। ମନ୍ତ୍ରୀ ମଲ୍ଲିକ କହିଛନ୍ତି, ଭୁବନ ବ୍ଲକର ବିକାଶ ଧାରାରେ ବିଜେଡି ସାମିଲ ହୋଇଥିବାରୁ ଦଳୀୟ ପ୍ରାର୍ଥୀ ଅଧିକ ଭୋଟ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସିଏଜି’ ହାତରେ ‘ନିପୁଣ’ ବିଫଳତା, ବିଦ୍ୟାର୍ଥୀ ଲେଖିପାରୁ ନାହାନ୍ତି ନାଁ

ଭୁବନେଶ୍ୱର,୧୮।୮(ରବିନାରାୟଣ ଜେନା): ଶିକ୍ଷାକୁ ସାର୍ବଜନୀନ କରିବାପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ଛାତ୍ରୀଛାତ୍ରଙ୍କୁ ଗୁଣବତ୍ତା ଶିକ୍ଷା ଯୋଗାଇବା…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଆଜି ପ୍ରବଳ ବର୍ଷିବ: ୩ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri