Posted inଜାତୀୟ

କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର, ସଚ୍ଚୋଟ ନୁହନ୍ତି ପୂରା ଅଲାଜୁକ : ଭାଜପା

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ଶୁକ୍ରବାର ହାଜର ହୋଇନାହାନ୍ତି। ଏହା ତାଙ୍କର ଡରକୁ ଦର୍ଶାଉଛି ବୋଲି ଭାରତୀୟ ଜନତା ପାର୍ଟୀ(ଭାଜପା) କଟାକ୍ଷ କରିଛି। ଇଡି ସମ୍ମୁଖରେ ହାଜର ନ ହୋଇ କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିରେ ତାଙ୍କ ହାତ ରହିଛି। ଏହା ତାଙ୍କ ସ୍ବିକାରୋକ୍ତି। ନିଜକୁ ସଚ୍ଚୋଟ କହୁଥିବା କେଜ୍‌ରିଓ୍ବାଲ ନିହାତି ଅଲାଜୁକ ହୋଇ ଯାଇଛନ୍ତି ବୋଲି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।

ଖବରଦାତାଙ୍କୁ ସମ୍ବୋଧିତ କରି ପାତ୍ର କହିଛନ୍ତି, କେଜ୍‌ରିଓ୍ବାଲ ଯେବେ ଶାସନ ଦାୟିତ୍ୱରେ ନ ଥିଲେ ସେତେବେଳେ ପ୍ରତିଦିନ କୌଣସି ନା କୌଣସି ନେତାଙ୍କ ବିଷୟରେ ଖୁଲାସା କରୁଥିଲେ। ସେମାନଙ୍କ ଉପରେ ବଡ଼ ଅଭିଯୋଗ ଆଣୁଥିଲେ। ତାଙ୍କ ପାଖରେ ପ୍ରମାଣ ଥିବା କହୁଥିଲେ। ଶୀଲା ଦିକ୍ଷୀତ, ରବର୍ଟ ଭଦ୍ରା, ଲାଲୁ ଯାଦବଙ୍କ ବିରୋଧରେ ଖୁଲାସା କରିଥିଲେ। ହେଲେ ଏବେ ସେ କଂଗ୍ରେସ ସହ ମିଶି ମେଣ୍ଟ କରିଛନ୍ତି। ଏଏପି ପ୍ରଶ୍ନ ଘେରକୁ ଆସିବା ପରେ ସେ ପଳାୟନ କରିଛନ୍ତି। ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି। ତେବେ କେଜ୍‌ରିଓ୍ବାଲ ଭ୍ରଷ୍ଟାଚାରର ସାଗର। ତାଙ୍କଠାରୁ ଏହା ଆରମ୍ଭ ହୋଇ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ ଏବଂ ସଞ୍ଜୟ ସିଂହଙ୍କ ଯାଏ ପହଞ୍ଚିଛି। ଅନୁସନ୍ଧାନକାରୀ ସଂସ୍ଥା ନିକଟରେ ହାଜର ନ ହେବା ଏକପ୍ରକାର ତାଙ୍କ ଭୁଲର ସ୍ବିକାରୋକ୍ତିକୁ ଦର୍ଶାଉଛି।

କହିରଖୁଛୁ, ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ମଦ ଦୁର୍ନୀତି ମାମଲାରେ ପଚରାଉଚରା ଲାଗି ଇଡି ସମ୍ମୁଖରେ ହାଜର ହେବାକୁ ସମନ କରାଯାଇଥିଲା। ହେଲେ ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କେଜ୍‌ରିଓ୍ବାଲ କହି ସେ ତାହା କରିନାହାନ୍ତି। ଏଣୁ ପୁଣିଥରେ ତାଙ୍କୁ ସମନ ଜାରି କରାଯିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

‘ମୋର ଗୋଟିଏ କଲ୍‌ରେ ୮ ମହିଳାଙ୍କ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିଲା’ – ଇରାନକୁ ନେଇ କାହିଁକି ବଡ଼ ବଡ଼ ଦାକି କରୁଛନ୍ତି ଟ୍ରମ୍ପ? ଜାଣନ୍ତୁ…

ତେହରାନ,୧।୫: ଗୁରୁବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରିସ୍ଥିତି ସମ୍ପର୍କରେ ଅନେକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ଆଇସିଏସ୍‌ଇ ଦଶମ ପରୀକ୍ଷାଫଳ ପ୍ରକାଶ: ସତ୍ୟଜିତ ହୋତା ନ୍ୟୁଲାଇଫ୍‌ ଇଂଲିଶ ମିଡିୟମ ବିଦ୍ୟାଳୟ ଟପ୍ପର

ବିଷମ କଟକ, ୧।୫(ପ୍ରସନ୍ନ କୁମାର ପଣ୍ଡା): ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ରାୟଗଡା ଜିଲା ବିଷମ କଟକ ବ୍ଲକ ସଦର ନ୍ୟୁଲାଇଫ୍‌…

ପବନ ଖେରାଙ୍କୁ ବଡ଼ ଆଶ୍ୱସ୍ତି: ଏବେ ତାଙ୍କୁ ଗିରଫ କରିବ ନାହିଁ ଆସାମ ପୋଲିସ

ନୂଆଦିଲ୍ଲୀ,୧।୫: କଂଗ୍ରେସ ନେତା ପବନ ଖେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଆସାମ ପୋଲିସ ଏବେ ପବନ ଖେରାଙ୍କୁ ଗିରଫ କରିପାରିବ ନାହିଁ। ପ୍ରକୃତରେ, ସୁପ୍ରିମକୋର୍ଟ ପବନ ଖେରାଙ୍କୁ…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଭାଜପା, ଜାଣନ୍ତୁ କ’ଣ ଏହାର କାରଣ

କୋଲକାତା,୧।୫: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ମେ ୪ ତାରିଖରେ ଘୋଷଣା ହେବାକୁ ଯାଉଛି। ପଶ୍ଚିମବଙ୍ଗ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri