Posted inଜାତୀୟ

ଭାଜପା ସମ୍ପତ୍ତି ୨୧% ବୃଦ୍ଧି

ନୂଆଦିଲ୍ଲୀ, ୫ା୯ (ପି.ଟି.):୮ଟି ଜାତୀୟ ରାଜନୈତିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସେମାନଙ୍କ ସମ୍ପତ୍ତି ୮,୮୨୯ କୋଟି ୧୬ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ୨୦୨୦-୨୧ରେ ଏହି ପରିମାଣ ୭,୨୯୭ କୋଟି ୬୨ ଲକ୍ଷ ଥିଲା। ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର୍‌) ସଦ୍ୟ ପ୍ରକାଶ କରିଥିବା ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରିଛି।
ଭାଜପା, କଂଗ୍ରେସ, ଏନ୍‌ସିପି, ବିଏସ୍‌ପି, ସିପିଆଇ, ସିପିଆଇ(ଏମ୍‌), ଏଆଇଟିଏମ୍‌ସି ଏବଂ ଏନ୍‌ପିପି ଆର୍ଥିକ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ ସକାଶେ ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ୨୦୨୦-୨୧ରେ ଭାଜପା ତା’ର ସମ୍ପତ୍ତି ୪,୯୯୦ କୋଟି ଟଙ୍କା ଥିବା କହିଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ବଢ଼ି ୬,୦୪୬ କୋଟି ୮୧ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି। ଅର୍ଥାତ୍‌ ପୂର୍ବ ବର୍ଷ ତୁଳନାରେ ଭାଜପା ସମ୍ପତ୍ତି ୨୧.୧୭ ପ୍ରତିଶତ ବୃଦ୍ଧିପାଇଛି। ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ କଂଗ୍ରେସ ସମ୍ପତ୍ତି ୬୯୧ କୋଟି ୧୧ ଲକ୍ଷ ଥିବା ବେଳେ ୨୦୨୧-୨୨ରେ ଏହା ୧୬.୫୮ ପ୍ରତିଶତ ବଢ଼ି ୮୦୫ କୋଟି ଟଙ୍କା ହୋଇଛି। ବିଏସ୍‌ପି ହେଉଛି ଏକମାତ୍ର ଜାତୀୟ ଦଳ, ଯାହାର ବାର୍ଷିକ ସମ୍ପତ୍ତି ପରିମାଣ ହ୍ରାସ ପାଇଥିବା ଦର୍ଶାଇଛି। ୨୦୨୦-୨୧ ଏବଂ ୨୦୨୧-୨୨ ମଧ୍ୟରେ ଦେଖିଲେ ଏହାର ସମ୍ପତ୍ତି ପରିମାଣ ୭୩୨ କୋଟି ୭୯ ଲକ୍ଷରୁ କମି ୬୯୦ କୋଟି ୭୧ ଲକ୍ଷ ହୋଇଛି। ଅର୍ଥାତ୍‌ ୫.୭୪ ପ୍ରତିଶତ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ଟିଏମ୍‌ସିର ସମୁଦାୟ ସମ୍ପତ୍ତି ୧୫୧.୭୦ ପ୍ରତିଶତ ବଢ଼ିଛି। ୨୦୨୦-୨୧ରେ ଏହା ୧୮୨ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ରେ ବଢ଼ି ୪୫୮ କୋଟି ୧୦ ଲକ୍ଷରେ ପହଞ୍ଚତ୍ଛି।
ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଏନ୍‌ସିପିର ସମ୍ପତ୍ତି ୨୦୨୧-୨୨ରେ ୭୪ କୋଟି ୫୪ ଲକ୍ଷ ହୋଇଥିବା ବେଳେ ପୂର୍ବ ଆର୍ଥିକ ବର୍ଷରେ ଥିଲା ୩୦ କୋଟି ୯୩ ଲକ୍ଷ ଟଙ୍କା। ସେହିପରି ସିପିଆଇ ସମ୍ପତ୍ତି ୨୦୨୦-୨୧ରେ ୧୪ କୋଟି ୫ ଲକ୍ଷ ଥିବା ବେଳେ ବଢ଼ି ପରବର୍ତ୍ତୀ ଆର୍ଥିକ ବର୍ଷରେ ୧୫ କୋଟି ୭୨ ଲକ୍ଷରେ ପହଞ୍ଚତ୍ଛି। ଅନୁରୂପ ଭାବେ ସିପିଆଇ(ଏମ୍‌) ସମ୍ପତ୍ତି ୨୦୨୦-୨୧ରେ ୬୫୪ କୋଟି ୭୯ ଲକ୍ଷ ଥିବା ବେଳେ ୨୦୨୧-୨୨ରେ ୭୩୫ କୋଟି ୭୭ ଲକ୍ଷ ହେଇଛି। ତେବେ କନ୍‌ରାଡ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି)ର ୨୦୨୧-୨୨ ଆର୍ଥିକ ବର୍ଷରେ ସମ୍ପତ୍ତି ଅତି ସ୍ବଳ୍ପ ୧ କୋଟିି ୮୨ ଲକ୍ଷ ଥିବା ଏଡିଆର୍‌ ରିପୋର୍ଟ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?