ପେଟ୍ରୋଲ ଢାଳି ନିଆଁ ଲଗାଯାଇଛି: ଭାଜପା

ଦେବଗଡ଼,୧୪।୨(ଡି.ଏନ୍‌.ଏ.) : ଦେବଗଡ଼ ପୌରପରିଷଦ କାଉନସିଲ ହଲରେ ରବିବାର ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଭାଜପା । ଭାଜପା ପକ୍ଷରୁ ସ୍ଥାନୀୟ ବିଧାୟକଙ୍କ ବାସଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଉପନଗରପାଳ ପ୍ରଜିତ ଭୋଜ, ୱାର୍ଡମେମ୍ବର କାର୍ତ୍ତିକ ମହାକୁଲ, ଇତିଶ୍ରୀ ମିଶ୍ର, ସରୋଜିନୀ ମୁଣ୍ଡା, ମଧୁସୁଦନ ବାଘ, ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଧାୟକ ପାଣିଗ୍ରାହୀ ଓ ଉପନଗରପାଳ ଭୋଜ ପୌର ପରିଷଦ କର୍ମଚାରୀ ଏବଂ କେତେକ ବ୍ୟକ୍ତି ଉଦ୍ଦେଶ୍ୟ ମୂଳକ ଭାବେ ପୌରପରିଷଦର କାଉନସିଲ ହଲରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି।

ଏପରିକି ପୌରପରିଷଦର ବିଭିନ୍ନ ଦୁର୍ନୀତି ଏବଂ ଆର୍‌ଟିଆଇ ରିପୋର୍ଟ ନ ଦେବା ପାଇଁ ଏଭଳି କାମ କରାଯାଇଥିବା ଖବରଦାତା ସମ୍ମିଳନୀରେ କୁହାଯାଇଛି। ଅନ୍ୟପକ୍ଷେ ପୌରପରିଷଦରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଜାଣିଶୁଣି ଦୀର୍ଘ ମାସ ହେବ ବନ୍ଦ କରିଦିଆଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏନେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ ବୋଲି ଭାଜପା ପକ୍ଷରୁ କୁହାଯାଇଛି।

ସୂଚନା ଯୋଗ୍ୟ, ଦେବଗଡ଼ ପୌରପରିଷଦରେ ଗତ ଡିସେମ୍ବର ମାସରୁ ଲୋକାଲ ଅଡିଟ ଚାଲିଛି। ହେଲେ ରବିବାର ପ୍ରତ୍ୟୁଷରେ କାଉନସିଲ ହଲରେ ନିଆଁ ଲାଗିଯାଇଥିଲା। ଫଳରେ ରାତି ଜଗୁଆଳିଙ୍କ ସହ ସ୍ଥାନୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବା ସହ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଆୟତ୍ତ ହୋଇସାରିଥିଲା। ଏହି ଘଟଣାକୁ ନେଇ ଏବେ ନାନା ଆଲୋଚନା ହେଉଛି। ଏହାର ଠିକ୍‌ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଅନ୍ୟପକ୍ଷେ ପୋଲିସ ମଧ୍ୟ ଘଟଣାର ତଦନ୍ତ କରି ଫେରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଛଡ଼ାଗଲା ୧୨୮ ଅଲିଭରିଡ୍‌ଲେ ଛୁଆ

ଲଙ୍ଗଳେଶ୍ୱର, ୩।୫(ଡି.ଏନ.ଏ.) ବାଲିଆପାଳ ବ୍ଲକ ଚୌମୁଖ ବେଳାଭୂମିକୁ ଗତ କିଛିବର୍ଷ ହେଲା ବିଭିନ୍ନ ପ୍ରଜାତିର ଅଲିଭ ରିଡ଼ଲେ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଭାବେ ବାଛିଛନ୍ତି।...

କଡ଼ା ସୁରକ୍ଷା ମଧ୍ୟରେ କ୍ୱାରାଣ୍ଟାଇନ୍‌ରେ ରହିଲେ ୧୧୪ ଜଣ

ଶେରଗଡ଼,୩୦ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ପଦ୍ମପୁର ଗ୍ରାମରେ ଥିବା ଆଦର୍ଶ ବିଦ୍ୟାଳୟକୁ ବୁଧବାର ବିଳମ୍ବିତ ରାତିରେ ସୁରଟରୁ ଆସିଥିବା ଦୁଇଟି ବସ ଯୋଗେ...

ଏଲ୍‌ଇଡି ସ୍କ୍ରିନ୍‌ରେ ହକି ଦେଖିବେ ରାଉରକେଲାବାସୀ

ରାଉରକେଲା ଅଫିସ,୨୭ା୧୨: ପୁରୁଷ ହକି ବିଶ୍ୱକପ୍‌ ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୧୭ ଦିନ ପରେ ଆରମ୍ଭ ହେବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମ କାର୍ଯ୍ୟ ଶେଷ...

ନକଲି ଘିଅ କାରଖାନାରେ ଚଢ଼ାଉ

କଟକସଦର,୨୭।୧୧(ଡି.ଏନ୍‌.ଏ.): କଟକ ଅଞ୍ଚଳରେ ଗତ କିଛିମାସ ହେବ ନକଲି ସାମଗ୍ରୀ କାରଖାନା ବଢ଼ିବାରେ ଲାଗିଛି। ତେଲ, ଘିଅ, ଗୁଟ୍‌ଖା ଭଳି ବିଭିନ୍ନ ସାମଗ୍ରୀର ନକଲି କାରଖାନା...

ଆଶାକର୍ମୀଙ୍କୁ ମିଳୁନାହିଁ ମାସ୍କ ଓ ସାନିଟାଇଜର

ବିନିକା,୨୫।୩(ଡି.ଏନ୍‌.ଏ.): ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟାବହତା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

ପୋଲିସ ନିକଟରେ ୮ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୮।୩(ଡି.ଏନ୍‌.ଏ.): ପୁଣି ମାଲକାନଗିରି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ବୁଧବାର ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ...

ରାସ୍ତାରେ ବୁଲୁଛି ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ/ବୈଶିଙ୍ଗା,୧୨ା୭: ଝାଡ଼ଖଣ୍ଡି ଓ ଶିମିଳିପାଳ ହାତୀପଲ ମୟୂରଭଞ୍ଜ ଜିଲାର ଗାଁ ଗଣ୍ଡାରେ ପଶି ଉତ୍ପାତ ଚଳାଇଛନ୍ତି। କରଞ୍ଜିଆ ଓ ବାରିପଦା ବନଖଣ୍ଡ ଅଞ୍ଚଳରେ ହାତୀପଲ...

ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଭଦ୍ରକ ଅଫିସ, ୨୦।୫- ଗଁାରେ ବେଆଇନ ଚୋରାମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଖଣ୍ଡିଆବଜାରର ଶତାଧିକ ଆଦିବାସୀ...

Advertisement
Archives

Model This Week