ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ରବିବାର ସକାଳ ୮ରୁ ଭୋଟଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତେବେ ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ଭାଜପା ଆଗରେ ରହୁଛି । ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ୩୨୬୧ ଖଣ୍ଡ ଭୋଟରେ ଆଗୁଆ ରହିଛି ।
ଚତୁର୍ଥ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ୧୮୧୮୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୧୪୯୨୦ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ୫୫୭ ଏବଂ ସ୍ବାଧୀନ ପ୍ରାର୍ଥୀ ୨୩୬୨ ଭୋଟ ପାଇଥିବା ଜଣାପଡ଼ିଛି।