ହ୍ୟାଟ୍ରିକ୍‌ କରିବାକୁ ବିଜେଡିର ଉଦ୍ୟମ

ଗୁଣପୁର,୩ା୨(ଡି.ଏନ୍‌.ଏ.) ରାୟଗଡ଼ା ଜିଲା ଗୁଣପୁର ‘ଖ’ ଜୋନ୍‌ ଜିଲା ପରିଷଦ ପାଇଁ ୧୮ ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ପକ୍ଷରୁ ପ୍ରଚାର ଜୋରାଦାର କରାଯାଇଛି। ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ନେଇ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି। ଏହି ଜୋନ୍‌ରେ ୮ ପଞ୍ଚାୟତ ଯଥା ମରମା, ଗୋଠଳପଦର, ଜଗନ୍ନାଥପୁର, ଶିରିଝୋଲି, ରେଗେଡ଼ା, ଗାଦିଆଖଳା, ଚିନାସାରି ଏବଂ କୁଲୁସିଂ ପଞ୍ଚାୟତ ରହିଛି। ଏହି ଜୋନରେ ୨୩,୨୭୨ ଭୋଟର ରହିଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧୨,୧୬୯ ଏବଂ ଦୁଇ କିନ୍ନର ଭୋଟର ରହିଛନ୍ତି। ଏହି ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଜୋନ୍‌ରେ ୪ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ପକ୍ଷରୁ ଗଦିଆଖଳା ପଞ୍ଚାୟତ ପ୍ରଧାନିଗୁଡ଼ା ଗ୍ରାମର ରଶ୍ମିରେଖା ଶତପଥୀ, କଂଗ୍ରେସ ପକ୍ଷରୁ ଗୋଠଳପଦର ପଞ୍ଚାୟତ କୁକୁରୁଗୁଡ଼ା ଗ୍ରାମର କୁନି ନିମାଲା, ଭାଜପା ପକ୍ଷରୁ ରେଗେଡ଼ା ଗ୍ରାମର ସଞ୍ଜୁ ତଇକା ଏବଂ ବିଏସ୍‌ପି ପକ୍ଷରୁ ଚିନାସାରି ପଞ୍ଚାୟତ ବାଙ୍କଡ଼ା ଗ୍ରାମର ବିନିମା ଶବର ପ୍ରାର୍ଥୀ ରହିଛନ୍ତି। ୨୦୦୭ରୁ ବିଜେଡି ଏଠାରେ ବିଜୟୀ ହୋଇଆସୁଛି। ଏବେ ତୃତୀୟ ଥର ପାଇଁ ଦଳ ଏହି ଆସନରେ ବିଜୟୀ ହୋଇ କରି ହ୍ୟାଟ୍ରିକ୍‌ କରିବାକୁ ଉଦ୍ୟମ ଚଳାଇଛି। ଏହି ଜୋନ୍‌ ଆଦିବାସୀ ବହୁଳ ଅଞ୍ଚଳ। ତଥାପି ଏହି ଅଞ୍ଚଳ ପ୍ରଥମ ଥର ପାଇଁ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିବାରୁ ବିଜେଡି ପକ୍ଷରୁ ସାଧାରଣ ବର୍ଗର ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ତେବେ କଂଗ୍ରେସ, ଭାଜପା ଏବଂ ବିଏସ୍‌ପି ପକ୍ଷରୁ ଆଦିବାସୀ ମହିଳା ପ୍ରାର୍ଥୀ ହୋଇଛନ୍ତି। ସମସ୍ତ ପ୍ରାର୍ଥୀ ଚଳିତ ଥର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଭାଜପା ଏବଂ କଂଗ୍ରେସ ପକ୍ଷରୁ ବିଜେଡିର ବିଜୟ ଅଭିଯାନ ଉପରେ ଅଙ୍କୁଶ ଲଗାଇବା ଉଦ୍ୟମ ଚାଲିଛି। କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ ଏବଂ ଭାଜପା ପକ୍ଷରୁ ଜିଲା ଉପସଭାପତି ୱାଇ.ଗଣପତି ଦୁଇ ଦଳର ନିର୍ବାଚନ ମଙ୍ଗ ସମ୍ଭାଳିଛନ୍ତି। ବିଜେଡି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ କହି ଲୋକଙ୍କ ମନ ଜିଣିବାକୁ ଚାହୁଁଥିବାବେଳେ ଭାଜପା କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ ଆୟୁଧ କରିଛି। ସେହିପରି କଂଗ୍ରସେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ନିର୍ବାଚନି ପ୍ରସଙ୍ଗ କରିଛି। ଗତ ନିର୍ବାଚନରେ ବିଜେଡିର ବିଦ୍ରୋହି ପ୍ରାର୍ଥୀଭାବେ ତ୍ରିନାଥ ଶବର ପ୍ରତିଦ୍ବନ୍ଦ୍ୱୀତା କରିବା ସତ୍ତ୍ବେ ଏଠାରେ ଦଳକୁ କୌଣସି ଫରକ ପଡ଼ି ନ ଥିଲା। ଅଶ୍ୱିନି ଗମାଙ୍ଗ ବିଜୟ ଲାଭ କରିଥିଲେ। ଦ୍ବିତୀୟରେ ତ୍ରିନାଥ ଶବର, ତୃତୀୟରେ କଂଗ୍ରେସର କାଲେବ ଶବର, ୪ର୍ଥରେ ଭାଜପାର ଈଶ୍ୱର ଗମାଙ୍ଗ ଏବଂ ୫ମ ସ୍ଥାନରେ ସ୍ବାଧୀନ ପ୍ରାର୍ଥୀ ରହିଥିଲେ। ତେଣୁ କଂଗ୍ରେସ ଏବଂ ଭାଜପା ଜୋନ୍‌ରେ ବିଜେଡି ଗଡ଼କୁ ଭାଙ୍ଗି ନିଜ ନିଜ ସପକ୍ଷରେ ନେବାକୁ ଅଣ୍ଟା ଭିଡ଼ିଛନ୍ତି। ଆଗକୁ କେତେ ସଫଳ ଏବଂ ବିଫଳ ହେଉଛନ୍ତି ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ

ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…

ଅକାଳରେ ଚାଲିଗଲା ସିଆର୍‌ପିଏଫ୍‌ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା

ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri