ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ

କାମାକ୍ଷାନଗର/ ଭୁବନ, ୨।୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଏନ୍‌ଏସିରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଚୂଡ଼ାନ୍ତ ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଉଭୟ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିଛି। ସେହିପରି ସଂରକ୍ଷଣ ତାଲିକାରେ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ତେଣୁ ଚଳିତ ନିର୍ବାଚନରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି।
କାମାକ୍ଷାନଗର ଏନ୍‌ଏସିର ମୋଟ ୧୫ ଓ୍ବାର୍ଡ ମଧ୍ୟରୁ ୧, ୭, ୯, ୧୧, ୧୨, ୧୩ନଂ. ଅଣସଂରକ୍ଷିତ ରହିଛି। ସେହିପରି ୨, ୧୫ନଂ. ଅନୁସୂଚିତ ଜାତି ମହିଳା, ୫ନଂ. ଓ୍ବାର୍ଡ ଅନୁସୂଚିତ ଜାତି, ୬ନଂ. ଓ୍ବାର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି। ସେହିପରି ୩, ୪, ୮, ୧୦, ୧୪ ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରହିଛି। ମୋଟ ଉପରେ ୮ଟି ଓ୍ବାର୍ଡ ବିଭିନ୍ନ ବର୍ଗର ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ପୌର ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ ସୂଚନା ଦେଇଛନ୍ତି।
ସେହିପରି ୧୫ ଓ୍ବାର୍ଡ ବିଶିଷ୍ଟ ଭୁବନ ଏନ୍‌ଏସିର ୧ନଂ. ଓ୍ବାର୍ଡ ଅନୁସୂଚିତ ଜାତି, ୨ନଂ. ଅଣସଂରକ୍ଷିତ, ୩ନଂ. ମହିଳା, ୪ନଂ. ମହିଳା, ୫ନଂ. ଅଣସଂରକ୍ଷିତ, ୬ନଂ. ଅଣସଂରକ୍ଷିତ, ୭ନଂ. ଅଣସଂରକ୍ଷିତ, ୮ନଂ. ମହିଳା, ୯ନଂ. ଅଣସଂରକ୍ଷିତ, ୧୦ନଂ. ଅନୁସୂଚିତ ଜାତି ମହିଳା, ୧୧ନଂ. ମହିଳା, ୧୨ନଂ. ମହିଳା, ୧୩ନଂ. ଅଣସଂରକ୍ଷିତ, ୧୪ନଂ. ମହିଳା, ୧୫ନଂ. ଅନୁସୂଚିତ ଜନଜାତି ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଥିବା ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ ସୂଚନା ଦେଇଛନ୍ତି। ମୋଟ ଉପରେ ୮ଟି ଓ୍ବାର୍ଡ ମହିଳାଙ୍କ ଲାଗି ସଂରକ୍ଷିତ ରଖାଯାଇଛି।
ଉଭୟ ଏନ୍‌ଏସିରେ ୧୫ଟି ଲେଖାଏ କାଉନ୍‌ସିଲର ପଦବୀ ରହିଛି। ତନ୍ମଧ୍ୟରୁ ୮ଟି ଲେଖାଏ ଅର୍ଥାତ୍‌ ମୋଟ ଉପରେ ୫୦% ଆସନ ମହିଳାଙ୍କ ଲାଗି ସଂରକ୍ଷିତ କରାଯାଇଛି। ଫଳରେ ପୌର ନିର୍ବାଚନରେ ମହିଳାଙ୍କ ପ୍ରାଧାନ୍ୟ ବଢ଼ିବ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁର ଘର ଜାଳିଦେଲେ ଜ୍ୱାଇଁ

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆଁ ଆଳତୁମା ଗାଁରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଶ୍ୱଶୁର...

କିନ୍ନରଙ୍କୁ ପ୍ରେମ କରି କରିଥିଲେ ବିବାହ, ପରେ ପ୍ରତାରଣା କରି…

କାମାକ୍ଷାନଗର,୨୩।୨(ସୁଧୀର ପରିଡ଼ା): କିନ୍ନରଙ୍କୁ ପ୍ରେମ ବିବାହ ପରେ ଜଣେ ଯୁବକ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ କିନ୍ନର ଶୁକ୍ରବାର ଢେଙ୍କାନାଳ ଜିଲା...

ତାତିଗଲେ ଲୋକେ ବୋହି ନେଲେ କୁକୁଡ଼ା

ପରଜଙ୍ଗ,୨୩।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁରେ କୁକୁଡ଼ା ଚିଆଁ ବଣ୍ଟନ ବେଳେ ହଟ୍ଟଗୋଳ ହୋଇଛି । ଉତ୍ତ୍ୟକ୍ତ ଲୋକେ କୁକୁଡ଼ା ଚିଆଁ...

କଂଗ୍ରେସ ସଭାରେ ରାଜ ପରିବାର ସଦସ୍ୟାଙ୍କୁ ନେଇ ଚର୍ଚ୍ଚା

ଢେଙ୍କାନାଳ,୨୩ା୨(ରତନ ନାୟାର):ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ଗତ ୨୦ ତାରିଖରେ ଗାନ୍ଧୀମନ୍ଦିରଠାରେ ନବନିଯୁକ୍ତ ଜିଲା ସଭାପତି ସୁନୀଲ ଦାଶଙ୍କ ସମ୍ବର୍ଦ୍ଧନା ସଭାରେ ଢେଙ୍କାନାଳ ରାଜ ପରିବାରର...

ଯୋରନ୍ଦା ଷ୍ଟେଶନରେ ଟ୍ରେନ୍‌ ଇଞ୍ଜିନରେ ଲାଗିଲା ନିଆଁ

ଢେଙ୍କାନାଳ,୨୨ା୨(ରତନ ନାୟାର): ଢେଙ୍କାନାଳ ଜିଲା ଗୋବିନ୍ଦପୁରସ୍ଥିତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଇଞ୍ଜିନ ସହ ଏକ ମେଣ୍ଟେନାନ୍ସ ଭ୍ୟାନ ଜଳିଯାଇଛି। ରାଜ ଆଠଗଡ଼ରୁ ଢେଙ୍କାନାଳ ଯାଇଥିବା...

ଆଜିଠୁ ଯୋରନ୍ଦା ମେଳା, ୨୦ହଜାର ସାଧୁସନ୍ଥ-ଶ୍ରଦ୍ଧାଳୁଙ୍କ ସମାଗମ

ଢେଙ୍କାନାଳ,୨୨ା୨(ରତନ ନାୟାର) ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ମାଘମେଳା ୨୨ ତାରିଖ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୪ ତାରିଖ...

ସଜେଇ ହେଉଛି ମହିମାପୀଠ

ଢେଙ୍କାନାଳ,୨୦ା୨(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମାଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ଓ ରାଜ୍ୟ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଢେଙ୍କାନାଳ,୧୯।୨(ରତନ ନାୟର): କଂଗ୍ରେସ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। ତାଙ୍କ ସହିତ ପୂର୍ବତନ ଜିଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ଟାଉନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri