ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…

ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଦେଖା ଯାଉନି ଶଙ୍ଖ ଚିହ୍ନର ପୋଷ୍ଟର, ବ୍ୟାନର। କେବଳ ଚାରିଆଡ଼େ ଦିଶୁଛି ପଦ୍ମ ଚିହ୍ନ।
ବର୍ତ୍ତମାନ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଏକ ପ୍ରକାର ନିର୍ବାଚନର ମାହୋଲ ଦେଖିବାକୁ ମିଳୁଛି। ଆସନ୍ତାକାଲି ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ହେବାକୁ ଯାଉଛି ଭାଜପାର ସମ୍ବର୍ଦ୍ଧନା ସଭା ଓ ମହାମିଶ୍ରଣ ପର୍ବ । ଯେଉଁଠି ସାମିଲ ହେବେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ମନ୍ତ୍ରୀ ସାଂସଦ ଏବଂ ବିଧାୟକ। ମିଶିବେ ଅନେକ ଟାଣୁଆ ନେତା, ଅନେକ ପଞ୍ଚାୟତ ଓ ଜୋନ୍‌ ସଭାପତି, ବିଭିନ୍ନ ସରପଞ୍ଚ ଏବଂ ସମିତି ସଭ୍ୟ । ସେଥିପାଇଁ ଧର୍ମଶାଳାରେ ସମ୍ବର୍ଦ୍ଧନା ସଭା ଓ ମିଶ୍ରଣ ପର୍ବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଧର୍ମଶାଳାରେ ମିଶ୍ରଣ ପ୍ରକ୍ରିୟା ମାଧ୍ୟମରେ ବିଜେଡି କର୍ମୀମାନେ ଭାଜପା ଦଳରେ ସାମିଲ ହେଉଛନ୍ତି। ଆସନ୍ତା ୧୦ ତାରିଖ ଅର୍ଥାତ୍‌ କାଲି ହେବାକୁ ଯାଉଛି ଏକ ବଡ଼ ମିଶ୍ରଣ ପର୍ବ । ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତି ପରଖୁଛନ୍ତି। ନିର୍ବାଚନ ମାହୋଲ ପରି ପଂଚାୟତ ଓ ଗାଁ ଗାଁରେ କର୍ମୀମାନଙ୍କ ମଧ୍ୟରେ ଘନ ଘନ ବୈଠକ ଦେଖିବାକୁ ମିଳୁଛି। ଗତ ମାସରେ ୭୫ରୁ ଊଦ୍ଧର୍‌ବ ସରପଞ୍ଚ ଓ ସମିତି ସଭ୍ୟ ବିଜେଡି ଶିବିର ଛାଡ଼ି ବିଧାୟକ ହିମାଂଶୁ ସାହୁଙ୍କ ଶିବିରରେ ସାମିଲ ହେବା ପରେ ବ୍ଳକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ ବାଧ୍ୟ ହୋଇ ଅନାସ୍ଥା ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ଦଳରେ ସାମିଲ ହୋଇ ଥିବା ଜନ ପ୍ରତିନିଧିଙ୍କ ସମର୍ଥକମାନେ ଆସନ୍ତାକାଲି ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଶିବିରରେ ସାମିଲ ହେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫୦ହଜାରରୁ ଊଦ୍ଧର୍‌ବ କର୍ମୀମାନଙ୍କୁ ନେଇ ଏହି ସଭାର ଆୟୋଜନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଶେଷ ଚୁଡାନ୍ତରେ। ଧର୍ମଶାଳାରୁ ବିଜେଡି ଦଳ ସମ୍ପୂର୍ଣ୍ଣ ସଫା ହୋଇ ଯିବ କାରଣ ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟ କର୍ମୀମାନଙ୍କ ସହ ସୁସମ୍ପର୍କ ରଖି ପାରିନାହାନ୍ତି । ଯାହା ଫଳରେ ସାଧାରଣ ଲୋକେ ଓ କର୍ମୀ ସେ ଦଳ ଛାଡ଼ି ତାଙ୍କ ଶିବିରରେ ସାମିଲ ହେଉ ଥିବା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ଓଡ଼ିଶାକୁ ପୁଣି ଫେରିଲା କୋଭିଡ୍‌: ଭୁବନେଶ୍ୱରରେ ଚିହ୍ନଟ ହେଲେ ଆକ୍ରାନ୍ତ, ଭୟରେ…

ଭୁବନେଶ୍ୱର, ୧୪।୮ ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ବରମୁଣ୍ଡା ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତି କୋଭିଡ୍‌ ସଂକ୍ରମିତ ହୋଇଥିବା…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri