ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ପ୍ରସଙ୍ଗରେ ଗର୍ଜିଲା ବିଜେଡି

ଧାମନଗର,୧।୯(ସନ୍ତୋଷ କୁମାର ମହାପାତ୍ର): ଫର୍ମ-୭ର ଅପବ୍ୟବହାର କରି ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ଧାମନଗର ଏନ୍‌ଏସିର ଜଣ ଅଧିକାରୀଙ୍କ ସିଧାସଳଖ ସମ୍ପୃକ୍ତି ପ୍ରତିବାଦରେ ଧାମନଗର ଏନ୍‌ଏସି କାର୍ଯ୍ୟାଳୟ ଆଗରେ ଲୋକେ ଧାରଣା ଦେଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଧାମନଗର ଏନ୍‌ଏସି ଅଧୀନ ଚୁନୁପଡ଼ା ଛକରୁ ବାହାରିଥିବା ଶୋଭାଯାତ୍ରାରେ ଧାମନଗର ବିଜେଡ଼ି ନେତା ଏବଂ କର୍ମୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅଭିଯୋଗ ମୁତାବକ, ଦୀର୍ଘ ଏକ ମାସରୁ ଊର୍ଦ୍ଧ ହେବ ରାଜ୍ୟରେ ଏସ୍‌ଆଇଆର କାର୍ଯ୍ୟ ଚାଲୁ ରହିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ବିଭିନ୍ନ ସରକାରୀ ଅଧିକାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିରେ ବିଏଲ୍‌ଓ, ସୁପର ଭାଇଜର ଭାବେ ନିଯୁକ୍ତ କରାଯାଇଛି।

ନିର୍ଦ୍ଧାରିତ ସମୟ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ମେପିଂ ଓ ଲଜିକାଲ ଏରର କାର୍ଯ୍ୟ ସରିଥିବା ବେଳେ ବାକି ଅନ୍ୟକାର୍ଯ୍ୟ ସବୁ ଚାଲୁ ରହିଛି। ହେଲେ ଧାମନଗର ଏନ୍‌ଏସିରେ ୧୧ଟି ୱାର୍ଡ ଓ ୧୯ଟି ବୁଥରେ ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଭୋଟର ତାଲିକାରୁ ବାଦଦେବା ନେଇ ଏନ୍‌ଏସିର ଜଣ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।
ନିୟମ ମୁତାବକ ଅବୈଧ ଭୋଟରଙ୍କ ବିରୋଧରେ ଅଭିଯୋଗ ଦେବାକୁ ହେଲେ ସିଧାସଳଖ ବିଏଲଓଙ୍କ ପାଖରେ ଅଭିଯୋଗ କିମ୍ବା ଅନ୍‌ଲାଇନ ମାଧ୍ୟମରେ ଅଭିଯୋଗ କରି ପାରିବେ। ଯାହାକି ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ଅଞ୍ଚଳର ବିଏଲଓମାନେ ନିଜ ମୋବାଇଲରେ ଥିବା ଆପ୍‌ରେ ଜାଣିପାରିବେ। ପରେ ଉକ୍ତ ଅଭିଯୋଗକୁ ସୁପର ଭାଇଜରଙ୍କ ସହଯୋଗରେ ପୁନର୍ବାର ତଦନ୍ତ କରି ସଠିକ ତାଲିକା ପ୍ରସ୍ତୁତ କରିବେ।

ହେଲେ ଅଧିକାରୀ ଜଣକ ସରକାରୀ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ବିଭିନ୍ନ ବିଏଲଓଙ୍କଠାରୁ ମୋବାଇଲ ଆପର ବାରମ୍ବାର ଓଟିପି ନେଇ ଫର୍ମ-୭ ମାଧ୍ୟମରେ ପ୍ରାୟ ୩ ହଜାରରୁ ଊଦ୍ଧର୍‌ବ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କ ନାମ ତାଲିକାରୁ ବାଦ ଦେବାକୁ ଜାଲିଆତି ଓ ଷଡ଼ଯନ୍ତ୍ର କରି ଅନ୍ୟମାନଙ୍କ ନାମରେ ଅଭିଯୋଗ ପ୍ରସ୍ତୁତ କରି ବୈଧ ଓ ଯୋଗ୍ୟ ଭୋଟଙ୍କୁ ବାଦଦେବା ନେଇ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପୂର୍ବରୁ ସମ୍ପୃକ୍ତ ଅଧିକାରୀଙ୍କ ବରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡ଼ି ପକ୍ଷରୁ ଧାମନଗର ଥାନାରେ ଏତଲା କରାଯାଇଥିଲା। ବିକ୍ଷୋଭ ବେଳେ ଅଧିକାରୀ ଜଣକ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅଫିସରେ ଅନୁପସ୍ଥିତ ଥିବା ଘଟଣା ଆହୁରି ସନ୍ଧେହ ଘନୀଭୂତ ହୋଇଛି।

ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କୁ ବଞ୍ଚିବା ଓ ମତଦାନ ସାବ୍ୟସ୍ତ କରିବା ପାଇଁ ମୌଳିକ ଅଧିକାର ଦିଆଯାଇଥିବା ବେଳେ ଏହାର ଯଦି ବ୍ୟତିକ୍ରମ ହୁଏ ତେବେ ଗଣତନ୍ତ୍ର ପ୍ରତି ଏହା ବିପଦ । ଏଥିସହ ଯଦି କିଏ ସରକାରୀ କଳକୁ ଅପବ୍ୟବହାର କରି ସାଧାରଣ ଲୋକଙ୍କ ମୌଳିକ ଅଧିକାରକୁ ଜୋର ଜବରଦସ୍ତି ଛଡାଇ ନେବାକୁ ଚେଷ୍ଟା କରାଯାଏ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସାଂଗ୍ରାମ ଜାରି ରହିବ। ଆବଶ୍ୟକ ପଡିଲେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ବିଜେଡର ବରିଷ୍ଠ ନେତା ଏଠାକୁ ପ୍ରତିବାଦ କରିବାକୁ ଆସିବେ। ଏଥିସହ ଆଇନର ଆଶ୍ରୟ ନେଇ ହାଇକୋର୍ଟଠାରୁ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯିବାକୁ ଦଳ ପଛେଇବ ନାହିଁ ବୋଲି ବିଜେଡି କର୍ମକର୍ତ୍ତା ଚେବନୀ ଦେଇଛନ୍ତି।

ଦୀର୍ଘ ସମୟ ବିକ୍ଷୋଭ ପ୍ରଦର୍ଶନ ପରେ ଅତିରିକ୍ତ ତହସିଲଦାର ସାଇ ସିଲୋନା, ପଲ୍ଲୀ ଭାରତୀ ମହାଳିକ ଏସଡିପିଓ ବିଷ୍ଣୁ ଚରଣ ବାରିକ ଓ ଥାନା ଅଧିକାରୀ ସୁବ୍ରଜିତ ଦାସ
ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳକାରୀଙ୍କୁ ବୁଝାଶୁଝା କରିବା ସହ ଘଟଣା ସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣାସ୍ଥଳରୁ ଆନ୍ଦୋଳନକାରୀ ଓହରି ଯାଇଥିଲେ।

ଆନ୍ଦୋଳନରେ ବିଜେଡି ନେତା ଡା ସଞ୍ଜୟ ଦାସ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ପୂର୍ବତନ ନଗର ସଭାପତି, ସୁଶାନ୍ତ କୁମାର ରାଉତ, ଉପାଧ୍ୟକ୍ଷ ଏମ୍‌ଡି ୱାସିମ ଏସ୍‌ଦାନି କାଦରୀ, ବିଜେଡି ନଗର ସଭାପତି ବିଜୟ କେତନ ସାହୁ, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି, ସଂଖ୍ୟାଲଘୁ ଯୁବ ନେତା ଏମ୍‌ଡି ଫକିରୁଦ୍ଦୀନ, କାଉନସିଲର ନଜମା ଖାତୁନ, ରହିମା ଖାତୁନ, ଜୟନୁଲ ହକ, ବିଜେଡି ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇ, ନଗର ଯୁବ ସଭାପତି ସେକ ସଇଫୁଦ୍ଦିନ, ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ଼ଙ୍କ ସମେତ ଶତାଧିକ କର୍ମୀ ଏବଂ ଆନ୍ଦୋଳନକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?