ଓ୍ବକ୍‌ଫ ବିଲ୍‌କୁ ନେଇ ଅଡୁଆରେ ବିଜେଡି

ଭୁବନେଶ୍ୱର, ୫ା୪(ସୁନିତ୍‌ ମିଶ୍ର): ଓ୍ବକ୍‌ଫ ବିଲ୍‌କୁ ନେଇ ବିଜେଡି ଆଭିମୁଖ୍ୟ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ପୂର୍ବରୁ ବିଲ୍‌କୁ ବିରୋଧକରିବା ଲାଗି କହୁଥିବା ବିଜେଡି ପରବର୍ତ୍ତୀ ସମୟରେ ବିବେକାନୁମୋଦିତ ଭୋଟ ଦେବା ଲାଗି ବିଜେଡି କହିବା କଥାକୁ ନେଇ ଦଳ ଭିତରେ ଏବଂ ବାହାରେ କମ୍ପନ ଆରମ୍ଭ ହୋଇଛି। ଏହି ଘଟଣାରେ ବିଜେଡି-ଭାଜପା ୨ ଦଳ ଏକାଠିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ଅନ୍ୟପଟେ ବିଜେଡି ଦୁଇଫାଳ ବୋଲି କହି ଭାଜପା ତେରଚ୍ଛା ବାଣ ମାରିଛି। ନେତୃତ୍ୱ ବିହୀନ ହେଲେ ଦଳ ଏଭଳି ନଷ୍ଟହେବାରେ ଲାଗେ ବୋଲି ଭାଜପା କହିଛି। ବିଜେଡି ନେତାମାନେ ମଧ୍ୟ ସିଧାସଳଖ ଏହି ପ୍ରସଙ୍ଗରେ ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ବିଜେଡି ରାଜ୍ୟ ସଭା ସଦସ୍ୟ ଗଣମାଧ୍ୟମ ଆଗରେ ୨ ପ୍ରକାର ମତ ଦେବାକୁ ନେଇ ବିଜେଡି ନେତା ପ୍ରଫୁଲ୍ଲ ସାମଲ ନବୀନଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠି ଜରିଆରେ ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ନେତାମାନେ ମଧ୍ୟ ଏଭଳି ନିଷ୍ପତ୍ତିକୁ ନେଇ ଦଳ ବିରୋଧରେ ମୁହଁ ଖୋଲିବା ଆରମ୍ଭ କରିଦେଇଛନ୍ତି। ଶଙ୍ଖ ଭବନରେ ଏହାକୁ ନେଇ ଦୀର୍ଘ ସମୟ ବୈଠକ ହେବା ପରେ ନବୀନଙ୍କୁ ବହୁ ବରିଷ୍ଠ ନେତା ଭେଟିଛନ୍ତି। ଅନ୍ୟପଟେ ଓ୍ବକଫ୍‌ ବିଲ୍‌ ପାଇଁ ବିବେକ ଅନୁମୋଦିତ ଭୋଟ ଦେବା ନିଷ୍ପତ୍ତି କାହାର ସ୍ପଷ୍ଟ କରାଯାଉ ବୋଲି କଟକ ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ ଦାବି କରିଛି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମଝିରେ ନବୀନ ଏବଂ ପାଣ୍ଡିଆନ ଦିଲ୍ଲୀ ଆସିଥିଲେ। ସେଥିରେ କ’ଣ ଡିଲ୍‌ ହେଲା ପାର୍ଲାମେଣ୍ଟ ପାର୍ଟି ବୈଠକ ବାହାରେ ଯାଇ କାମ କଲେ। ତାଙ୍କର ଯେଉଁ ସିବିଆଇ, ଇଡିକୁ ନେଇ ଭୟ ରହିଛି ସେସବୁରୁ ଦୂରେଇ ଶାନ୍ତିରେ ରହିବା ଲାଗି ଏପରି କରିଥାଇପାରନ୍ତି। ବିଜେଡି-ଭାଜପା ଏବେ ବି ଗୋଟିଏ ହୋଇ ଅଛନ୍ତି। ନିଜ ମାନସପୁତ୍ରକୁ ଖୁସି କରିବା ଲାଗି ନବୀନ ଏପରି କରିଥାଇପାରନ୍ତି। ନ ହେଲେ ବିଜେଡି-ଭାଜପା ମିଶିଯାଇପାରନ୍ତି। ଫଳରେ ନବୀନ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ଏବଂ ପାଣ୍ଡିଆନ ସୁପର ଚିଫ୍‌ ମିନିଷ୍ଟର ହେବାକୁ ଲକ୍ଷ୍ୟ ରଖି କାମ କରୁଥାଇପାରନ୍ତି ବୋଲି ଭକ୍ତ କହିଛନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଗୋଟେ ପଟେ ଜେଲ ଯିବାର ଡର ଅନ୍ୟପଟେ ନିଜ ଘର ଭିତରର ଡର ରହିଛି। ବନ୍ଦୀ ନ ହେଲେ ଗୃହବନ୍ଦୀ। ନବୀନ କେଉଁ ପରିସ୍ଥିତିରେ ସେ ସମ୍ପୂର୍ଣ୍ଣ ପଲଟିଗଲେ ସ୍ପଷ୍ଟ କରନ୍ତୁ ବୋଲି ପ୍ରସାଦ କହିଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଜେଡିର ଯେତେ ମାଫିଆ ଅଛନ୍ତି ସେମାନେ ଗିରଫ ହେବା ଭୟରେ ପାର୍ଲାମେଣ୍ଟରେ ଭାଜପାକୁ ସମର୍ଥନ କଲେ। ସକାଳେ ଗୋଟେ, ଉପରବେଳା ଆଉ ଗୋଟେ କଥା ନବୀନ କହୁଛନ୍ତି ବୋଲି ସେ କହିଛନ୍ତି।
ଭାଜପା ବିଧାୟକ ବାବୁ ସିଂ କହିଛନ୍ତି, ଦିଲ୍ଲୀ କଥା ଖାଲି ନୁହେଁ, ବିଧାନସଭାରେ ମଧ୍ୟ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ଭୋଟିଂ ହୋଇଥିଲେ ସମାନ ଅବସ୍ଥା ହୋଇଥାଆନ୍ତା। ବିଧାନସଭାରେ ବିଲ୍‌ ଉପରେ ୩ ଜଣ ବିଜେଡି ବିଧାୟକ ସମର୍ଥନରେ କହିଥିବା ବେଳେ ୩ ଜଣ ବିରୋଧରେ କହିଥିଲେ। ସେମାନଙ୍କ ଦଳ ଏବେ ଦୁଇ ଭାଗ। ଦଳ ଭିତରେ ସମ୍ମତି ନାହିଁ। ଦଳ ନେତୃତ୍ୱ ବିହୀନ ହୋଇଗଲେ ଏପରି ସହମତି ରହେ ନାହିଁ, ଦଳ ବିଭାଜନ ଆଡକୁ ଯାଇଥାଏ। ଲୋକଙ୍କ ବିଶ୍ୱାସ ହରାଇଛନ୍ତି, ଧୀରେ ଧୀରେ ଦଳୀୟ କର୍ମୀଙ୍କ ବିଶ୍ୱାସ ହରାଇବେ। ଯେପରି ଦେଖାଯାଉଛି ଆଗକୁ ବିଜେଡି ଅନ୍ଧକାର ଭିତରକୁ ଚାଲିଯିବ। ହୁଇପ୍‌ ଜାରି ହେବା ନ ହେବା ଦରକାର ପଡେନି। ଦଳ ନିର୍ଦ୍ଦେଶ ଜଣା ନ ପଡିବ ଯଦି ବିଧାୟକ, ଏମ୍‌ପି ହୋଇ ଲାଭ ନାହିଁ। ଲୋକଙ୍କ ଆସ୍ଥା ହରାଇଛନ୍ତି, ଆଗକୁ ଦଳ ବୁଡିଯିବ ବୋଲି ବାବୁ କହିଛନ୍ତି।
ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର କହିଛନ୍ତି, ଓ୍ବକଫ ବିଲ୍‌କୁ ନେଇ ଦଳ ଭିତରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହାକୁ ନେଇ ଦଳର ସଭାପତି ନିଷ୍ଠାପର ଭାବେ ଏହି ବିଲ୍‌କୁ ବିରୋଧ କରିବା ଲାଗି ନିର୍ଦ୍ଦେଶ ଦେବାପରେ ଏହା କିପରି ହେଲା ତାହା ଚିନ୍ତାର ବିଷୟ ପାଲଟିଛି। ଉପରୁ ଏହାକୁ ନେଇ ଚାପ ପଡ଼ିଥାଇପାରେ। ଏମ୍‌ପି ମୁନା ଖାଁଙ୍କୁ ବିଲ୍‌କୁ ବିରୋଧକରିବା ଲାଗି ନବୀନ ଦୁଇ ଥର କହିବା ପରେ ଏହା କିପରି ହେଲା ଆଶ୍ଚର୍ଯ୍ୟଜନକ। କିଏ ଏହା ଭିତରେ ଖେଳ କଲା ତାହା ଖୋଜା ଚାଲିଛି ବୋଲି ବଦ୍ରି କହିଛନ୍ତି। ବରିଷ୍ଠ ନେତା ଶଶିଭୂଷଣ ବେହେରା କହିଛନ୍ତି, ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଦଳ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ପାର୍ଲାମେଣ୍ଟ କମିଟି ବୈଠକରେ ନବୀନ ବିରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାହିଁକି ନିଷ୍ପତ୍ତି ବଦଳିଲା ଏବଂ କେଉଁ ପରିସ୍ଥିତିରେଏପରି ହେଲା ସେକଥା ସଭାପତିଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ନବୀନଙ୍କୁ ଭେଟି ଫେରିବା ପରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ଏକ ଧର୍ମନିରପେକ୍ଷ ଦଳ ଥିଲା, ରହିଛି ଏବଂ ରହିବ ବୋଲି ନବୀନ କହିଥିଲେ। ସେ ନିୟମରେ କୌଣସି ପରିବର୍ତ୍ତନ ହୋଇନାହିଁ କି ହେବନାହିଁ ବୋଲି ପ୍ରସନ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?