ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ ପରିଡ଼ା ବିଜୟୀ ହୋଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି। ତାଙ୍କ ବିରୋଧରେ ବିଜେଡି ନେତୃତ୍ୱ ସୃଷ୍ଟି କରିବାକୁ ଚିନ୍ତା କରି ଦଳର ଏକ ସାଙ୍ଗଠନିକ ବୈଠକ ଗୁରୁବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିମାପଡ଼ା ନିର୍ବାଚନମଣ୍ଡଳୀର କେତେଜଣ ନେତା ଓ କର୍ମୀଙ୍କୁ ବୈଠକରେ ସାମିଲ କରାଯାଇଛି। ଦିଲୀପ ନାଏକ ୨୦୨୪ ସାଧାରଣ ନିର୍ବାଚନରେ ନିମାପଡ଼ା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡି ଛାଡ଼ିବା ପରେ ଦିଲୀପଙ୍କୁ ଦଳ ଟିକେଟ ଦେଇଥିଲା। ହେଲେ କିଛି ମାସ ତଳେ ଏକ ଠକେଇ ମାମଲାରେ ଦିଲୀପ ଗିରଫ ହୋଇ ଜେଲ ଯିବା ପରେ ଏହି ଆସନରେ ଦଳର ନେତୃତ୍ୱ କିଏ ନେବ ତାକୁ ନେଇ ଆଶଙ୍କା ଭିତରେ ବିଜେଡି ରହିଥିବା ଚର୍ଚ୍ଚା ହେଉଛି। ନିମାପଡ଼ା ବିଧାନସଭା ଆସନର ଇତିହାସ ଅନୁଯାୟୀ ୨୦୦୦ ଏବଂ ୨୦୦୪ ମସିହାରେ ଭାଜପା ପ୍ରାର୍ଥୀ ବାଇଧର ମଲିକ ଏଠାରୁ ଜିତିଥିଲେ। ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ସମୀର ଦାଶ ଏହି ଆସନରୁ ଲଗାତର ବିଜୟୀ ହେଲେ। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ସରକାର ଥିଲା। ତେଣୁ ୨୦୦୦ ଏବଂ ୨୦୦୪ରେ ଏହି ଆସନ ଭାଜପା ଭାଗରେ ପଡିଥିଲା।
ସମୀର ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହୋଇଥିଲେ। ହେଲେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲେ ମଧ୍ୟ ସେ ପ୍ରଭାତୀଙ୍କୁ ନିର୍ବାଚନରେ ସହଯୋଗ କରିଥିଲେ। କିଛିଦିନ ହେଲା ସମୀର ନିମାପଡ଼ାର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସମାନ୍ତରାଳ କାର୍ଯ୍ୟକ୍ରମ କରି ପ୍ରଭାତୀଙ୍କ ବିରୋଧରେ ମତ ରଖୁଛନ୍ତି। ଏଥିଲାଗି ଭାଜପା ଜିଲା ସଭାପତି ଦେବେନ୍ଦ୍ର ତରେଇ କିଛିଦିନ ତଳେ ସମୀରଙ୍କୁ ଦଳର ବିନା ଅନୁମତିରେ କାର୍ଯ୍ୟ କରୁଛନ୍ତି ଏହା ଠିକ୍‌ ନୁହେଁ ବୋଲି କହି ପରୋକ୍ଷ ଚେତାବନୀ ଦେଇଥିଲେ। ହେଲେ ଏଯାଏଁ ସମୀରଙ୍କ ବିରୋଧରେ ଭାଜପା ବିଧିବଦ୍ଧ ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସମୀରଙ୍କୁ ବିଜେଡିକୁ ଫେରାଇ ଆଣିବା ଲାଗି ମଧ୍ୟ ଦଳର ବହୁ ନେତା ଅମଙ୍ଗ ଅଛନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ କାହାକୁ ନେତୃତ୍ୱ ଦେବେ ବୋଲି ଦଳ ଚିନ୍ତାକରି ଗୁରୁବାର ବୈଠକ ଡକାଇ ଆଲୋଚନା କରିଥିବା ଜଣାପଡିଛି। ବିଜେଡି ଜଣେ ନେତାଙ୍କୁ ଖୋଜୁଛି ଯାହାଙ୍କ ଦ୍ୱାରା ଜିଲା ପରିଷଦ ଏବଂ ଏନ୍‌ଏସି ଟିକେଟ ଆସନ୍ତା ନିର୍ବାଚନ ସମୟରେ ବାଣ୍ଟିପାରିବ। ହେଲେ ଦଳ ପୁନର୍ବିଚାରକରି ଦଳର ସଙ୍ଗଠନ କିପରି ପୂର୍ବଭଳି ମଜଭୁତ ହେବ ସେକଥା ଉପରେ ଆଲୋଚନା କରୁ ନ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ନିମାପଡ଼ା ନିର୍ବାଚମଣ୍ଡଲୀର ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖି କହିଛନ୍ତି, ଆଗରୁ ଦଳ ଜଣେ ବେପାରୀଙ୍କୁ ଡାକି ଦଳରେ ମିଶାଇ ଟିକେଟ ଦେଲା। ସେ ଠକେଇ ଅଭିଯୋଗରେ ଜେଲ ଯିବାପରେ ସେଠାରେ ସେହି ନେତାଙ୍କର ଯେତିକି କ୍ଷତି ନ ହେଲା ଦଳର ଭାବମୂର୍ତ୍ତିକୁ ନେଇ ସାଧାରଣ ଲୋକମାନେ ପ୍ରଶ୍ନ ଉଠାଇଲେ। ଏବେ ଦଳ ଆଉ ଜଣେ ବେପାରୀଙ୍କୁ କୁଆଡ଼େ ଆଣି ଏଠାରେ ନେତୃତ୍ୱ ଦେବାକୁ ଚେଷ୍ଟା କରୁଥିବା ଶୁଣାଯାଉଛି। ଯଦି ଏମିତି ହେବ ସେଥିରୁ ବୁଝିବାକୁ ହେବ, ପରୋକ୍ଷରେ ଦଳ ଭବିଷ୍ୟତ ପାଇଁ ଭାଜପାକୁ ଜିତାଇବାକୁ ଆଉ ଏକ ନୂଆ ବାଟ ତିଆରି କରିବାକୁ ଯୋଜନା କରୁଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?