ବିଜେଡି ବଢିଛି, ଭାଜପା କମିଛି

ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ ୧୦ ଆସନକୁ ବିଜେଡି ହାତେଇ ନେଇଛି। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅବଲୋକନ କଲେ ଧର୍ମଶାଳାର ୧୧ ନମ୍ବର ଜୋନ୍‌ରେ ଏଥର ବିଜେଡି ବିଜୟୀ ହୋଇଥିଲେ ହେଁ ୧୬୮୨ ଭୋଟ କମ୍‌ ପାଇଛି। ଅନ୍ୟପକ୍ଷେ ଭାଜପା ଏଠାରେ ୭୬୩୪ ଭୋଟ ବୃଦ୍ଧି କରି ପାରିଥିବାବେଳେ କଂଗ୍ରେସର ପ୍ରାୟ ୪ ହଜାର ଭୋଟ ହ୍ରାସ ହୋଇଛି। ଅବଶିଷ୍ଟ ୯ ଜୋନ୍‌ରେ ବିଜେଡିର ଭୋଟ ମୁଣି ବଢିଛି। ତେଣୁ ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେଡି ନେତାଙ୍କ ପାଇଁ ଏହି ପରିସଂଖ୍ୟାନ ଚିନ୍ତାର କାରଣ ହୋଇଛି। କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଯୁବନେତ୍ରୀ ସ୍ମୃତିରେଖା ପହି ନିକଟରେ ଭାଜପାରେ ଯୋଗଦେଇଥିଲେ। ଧର୍ମଶାଳା ନିର୍ବାଚନମଣ୍ଡଳୀରେ ତାଙ୍କ ନେତୃତ୍ୱରେ ଚାଲିଥିବା ଏହି ଭୋଟର ଫଳାଫଳ ଶାସକଦଳ ପାଇଁ ସତର୍କ ଘଣ୍ଟି ସଦୃଶ୍ୟ ହୋଇଛି।
ଜିଲାର ବଡ଼ଚଣା ବ୍ଲକକୁ ନେଇ ବଡ଼ଚଣା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏହି ବ୍ଲକର ୧୬ନଂ. ଜିଲା ପରିଷଦ ଜୋନ୍‌ରେ ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେଡିର ବିନୋଦିନୀ ସାହୁ ୭,୩୧୦ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଲ୍ଲିକଙ୍କୁ ହରାଇ ବିଜୟୀ ହୋଇଥିଲେ। ହେଲେ ଏଥର ଜନାଧାର ସମ୍ପୂର୍ଣ୍ଣ ଭାବେ ଏପଟସେପଟ ହୋଇଛି। ବିଜେଡି ପ୍ରାର୍ଥୀ ଯତୀନ୍ଦ୍ର ପ୍ରସାଦ ନାୟକଙ୍କୁ ୧୫୪୬୪ ଭୋଟ ମିଳିଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱି ଭାଜପାର ପବିତ୍ର କୁମାର ରାଉତଙ୍କୁ ୧୧୬୧୪ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି ୨୩୪୨ ଭୋଟ ପାଇ ସନ୍ତୁଷ୍ଟ ହୋଇଛନ୍ତି। ବରୀ ବ୍ଲକର ୨୧ନଂ.ଜୋନ୍‌ରେ ବିଜେଡିର ଅଶୋକ କୁମାର ସାମଲ ୧୩୭୫୭ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ତପନ ପଣ୍ଡା ୮୫୮୨ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନ ଅପେକ୍ଷା ଭାଜପା ଏଥର ୩୦୫୨ ଭୋଟ ହରାଇଥିବାବେଳେ ବିଜେଡିର ୧୩୧୩ ଭୋଟ ବୃଦ୍ଧି ପାଇଛି। ବିଞ୍ଝାରପୁର ବ୍ଲକର ୨୫ନଂ. ଜୋନ୍‌ରେ ଅହଲ୍ୟା ସ୍ବାଇଁ ୧୬,୦୯୨ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ଅର୍ଚ୍ଚନା ମହାପାତ୍ର ୭୦୨୩ ଭୋଟ ପାଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏଥର ଭାଜପା ୩୨୫୮ ଭୋଟ ହରାଇଥିବାବେଳେ ବିଜେଡି ମୁଣିକୁ ଅଧିକ ୪୩୮୪ ଭୋଟ ଯାଇଛି। ଦାନଗଦି ବ୍ଲକର ୮ନଂ. ଜୋନ୍‌ରେ ଏଥର ବିଜେଡି ଓ ଭାଜପା ମଧ୍ୟରେ ଟକ୍କର ହୋଇଛି। ବିଜେଡିର ସ୍ମୃତିରାଣୀ ରାଉତ ୧୧,୩୯୮ ଭୋଟ ପାଇଁ ବିଜୟୀ ହୋଇଥିବାବେଳେ ଭାଜପାର ମିଳିରାଣୀ ଚୌଧୂରୀ ୮୯୮୩ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗତ ନିର୍ବାଚନ ଅପେକ୍ଷା ଏଥର ଭାଜପାର ଭୋଟ ୭୭୦୮ ବୃଦ୍ଧି ପାଇଥିବାବେଳେ ବିଜେଡିର ୧୦୩୬ ଭୋଟ ବୃଦ୍ଧି ପାଇଛି। ଏଠାରେ କଂଗ୍ରେସର ଭୋଟ ୭୬୫୧ ହ୍ରାସ ପାଇଛି। ଦଶରଥପୁର ବ୍ଲକର ୪ନଂ. ଜୋନ୍‌ରେ ବିଜେଡିର ପାର୍ଥସାରଥି ମହାପାତ୍ର ସର୍ବାଧିକ ୨୩୧୩୯ ଭୋଟ ପାଇ ବିଜୟୀ ହୋଇଛନ୍ତି। ଭାଜପାର ଶ୍ରୀନିବାସ ପରିଡ଼ା ୬୯୦୩ ଭୋଟ ପାଇଛନ୍ତି। ଗତ ନିର୍ବାଚନ ଅପେକ୍ଷା ଭାଜପା ଏଠାରେ ୪୭୮୨ ଭୋଟ ହରାଇଥିବାବେଳେ ବିଜେଡି ୫୭୫୮ ଭୋଟ ବୃଦ୍ଧି କରିଛି। ଧର୍ମଶାଳା ବ୍ଲକର ୧୧ନଂ.ଜୋନ୍‌ରେ ବିଜେଡିର ସୁଧାଂଶୁ ଭୂଷଣ ସାହୁ ୧୫୨୯୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଭାଜପାର ବିଷ୍ଣୁଚରଣ ସାହୁ ଏଠାରେ ୧୧୭୦୬ ଭୋଟ ପାଇ ଦ୍ୱିତୀୟରେ ରହିଛନ୍ତି। ଯାଜପୁର ବ୍ଲକର ୨୯ ନଂ.ଜୋନରେ ଏଥର ଭାଜପା ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ଓହରି ଯାଇଥିଲେ। ଫଳରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିଲା। ବିଜେଡିର ପ୍ରେମାନନ୍ଦ ଜେନା ୨୨୨୩୯ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଂଗ୍ରେସର ଜଗନ କେତକି ୬୧୭୮ ଭୋଟ ପାଇଛନ୍ତି। ଏଠାରେ ଗତ ନିର୍ବାଚନ ଅପେକ୍ଷା ବିଜେଡି ୭୬୪୧ ଭୋଟ ଓ କଂଗ୍ରେସର ୩୧୨୫ ଭୋଟ ବୃଦ୍ଧି ହୋଇଛି। କୋରେଇ ବ୍ଲକର ୧ ନମ୍ବର ଜୋନରେ ବିଜେଡି ୫୫୪୮ ଭୋଟ ବୃଦ୍ଧି କରି ୧୯୭୮୩ ଭୋଟ ପାଇଛି। ଅନ୍ୟପକ୍ଷେ ଭାଜପା ୨୧୨୫ ଭୋଟ ହରାଇ ୮୧୪୩ ଭୋଟରେ ସୀମିତ ରହିଛି। ରସୁଲପୁର ବ୍ଲକର ୩୩ ନମ୍ବର ଜୋନରେ ଏଥର ଭାଜପା ୪୩୧ ଭୋଟ ହରାଇଥିବାବେଳେ ବିଜେଡି ୪୪୬୭ ଭୋଟ ଅଧିକ ପାଇ ୧୬୮୩୮ ଭୋଟ ହାତେଇଛି। ସୁକିନ୍ଦା ନିର୍ବାଚନ ବ୍ଲକର ୩୭ ନମ୍ବର ଜୋନ୍‌ରେ ଭାଜପା ୫୯୮୯ ଭୋଟ ବଢାଇ ୮୦୮୮ ଭୋଟ ପାଇଛି। ବିଜେଡି ୧୨୫୭ ଭୋଟ ବୃଦ୍ଧି କରି ୧୫୦୪୦ ଭୋଟ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?