କଂଗ୍ରେସ ଭୋଟ ହାତେଇବାକୁ ମନ୍ମଥଙ୍କୁ ଦଳରେ ମିଶାଇଛିି ବିଜେଡି!

ଭୁବନେଶ୍ୱର, ୨୮।୩(ସୁନିତ୍‌ ମିଶ୍ର)ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ଜଟଣୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିବା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବୁଧବାର ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନଠାରେ ରାଜ୍ୟ ସଭା ସଦସ୍ୟ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ଉତ୍ତରୀୟ ପିନ୍ଧାଇ ତାଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ମନ୍ମଥ ସାମିଲ ହେବାର କିଛି ସମୟ ପରେ ବିଜେଡି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସେଥିରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଭାବେ ଦଳ ମନ୍ମଥଙ୍କ ଉପରେ ଭରସା କରିଛି। ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିବା ନେଇ ପୂର୍ବରୁ ଘୋଷଣା କରିସାରିଛି। ତେବେ କିଛିଦିନ ତଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଶାସକ ଦଳରୁ ଲୋକ ସଭା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ତାଙ୍କ ଉପରେ ଦଳ ଭରସା ନ କରି ନୂତନ କରି ବିଜେଡିରେ ସାମିଲ ହୋଇଥିବା ମନ୍ମଥଙ୍କୁ ଆଗକୁ ଛାଡ଼ିଛି।
ବୁଧବାର ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୨ଜଣ ବିଧାୟକ ଓ ୯ଜଣ ଲୋକ ସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ହେଲେ ଭୁବନେଶ୍ୱରରୁ ଶ୍ରୀମୟୀଙ୍କୁ ଟିକେଟ ବିଜେଡି ଦେବ ବୋଲି ବହୁ ଆଗରୁ ଗ୍ରୀନ୍‌ ସିଗ୍‌ନାଲ ଦେଇଥିଲେ ମଧ୍ୟ ଶେଷରେ ଏହାକୁ ପରିବର୍ତ୍ତନ କରିଦେଇଛି। ଏହାକୁ ନେଇ ଅପରାଜିତା ‘ଜୋ ଡର୍‌ଗୟା ୱୋ ମର୍‌ଗୟା’ ବୋଲି କହି ଜଣେ ମହିଳାଙ୍କୁ ଏମ୍‌ପି ପ୍ରାର୍ଥୀ ଭାବେ ବୁଲାଇ ପୁଣି ତାଙ୍କୁ ପ୍ରାର୍ଥୀ ନ କରିବା ବିଜେଡିର ମହିଳାଙ୍କ ପ୍ରତି ୟେ କି ସମ୍ମାନ ବୋଲି କଟାକ୍ଷ କରିଛନ୍ତି ।
ମନ୍ମଥ ବିଜେଡିରେ ଯୋଗଦେବା ପରେ ସୁର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ପୁଅକୁ ବୁଝାଇପାରିଲେ ନାହିଁ। ବିଜେଡିରେ ମିଶିବାକୁ ମନ୍ମଥ ଜିଦ୍‌ ଧରିଲେ। ଏହା ତାଙ୍କ ଆତ୍ମାକୁ ଏହା ବାଧିଛି। ତେଣୁ ନୈତିକତା ଦୃଷ୍ଟିରୁ ସେ କଂଗ୍ରେସର ଯେଉଁସବୁ ପଦରେ ଥିଲେ ସେସବୁଥିରୁ ଇସ୍ତଫା ଦେଇଛନ୍ତି। ବଡ଼ ପୁଅକୁ କଂଗ୍ରେସ ନିମାପଡ଼ାରୁ ଟିକେଟ ଦେଲେ ଘରକୁ ଘର ଯାଇ ପ୍ରଚାର କରିବେ ବୋଲି କହିଛନ୍ତି। ଅନ୍ୟପଟେ ଆତ୍ମାକୁ ବାଧିଥିବା କଥା କହୁଥିଲେ ମଧ୍ୟ ସୁରଙ୍କ ଆଉ ଏକ ଭିଡିଓ ପଦାକୁ ଆସିଛି। ସେ ତାଙ୍କ କର୍ମୀମାନଙ୍କୁ କହିଛନ୍ତି , ଯଦି ତାଙ୍କ ପୁଅ ବିଜେଡିକୁ ଯାଇଛି ତାକୁ କିପରି ହେଲେ ଜିତାଇବା ଦରକାର। ଏକଥା ଶତାଧିକ କର୍ମୀଙ୍କୁ ସୁର କହୁଥିବା କଥା ଦେଖିବାକୁ ପରେ ବହୁ କଂଗ୍ରେସ ନେତା ଏହାକୁ ନିନ୍ଦା କରିବା ଆରମ୍ଭ କରିଛନ୍ତି। ଅନ୍ୟପଟେ ସୁରଙ୍କ ବଡ଼ ପୁଅ ତାଙ୍କ ଭାଇଙ୍କ ପଦକ୍ଷେପ ଦ୍ୱାରା ବାପାଙ୍କ ୬୦ ବର୍ଷର ସମ୍ମାନ ଓ ସ୍ବାଭିମାନ ମାଟିରେ ପଡ଼ିଗଲା ବୋଲି କହିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ହରାଇ ବିଜୟୀ ହୋଇଥିଲେ। ଏଥର ମଧ୍ୟ ବିଜେଡି ଜଟଣୀ ଆସନରୁ ବିଭୂତିଙ୍କୁ ବିଧାୟକ ପ୍ରାର୍ଥୀ କରିଛି। ସୁର ଏଥର ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି। ଅର୍ଥାତ୍‌ ସୁରଙ୍କ ପରିବାରରୁ ଜଟଣୀ ବିଧାନସଭା ଆସନରୁ ଏଥର କେହି ଲଢ଼ିବେ ନାହିଁ। ତେଣୁ ଏଠାରେ ବିଭୂତିଙ୍କ ପାଇଁ ଏକ ପ୍ରକାର ଖୋଲା ମଇଦାନ ମିଳିଯାଇଛି। ସୁର ମଧ୍ୟ ତାଙ୍କ ସମର୍ଥକଙ୍କୁ ମନ୍ମଥକୁ ଜିତାଇବା ସକାଶେ କହିସାରିଛନ୍ତି। ଅର୍ଥାତ୍‌ ସେହି ଭୋଟଗୁଡିକ ବିଭୂତିଙ୍କ ଖାତାକୁ ମଧ୍ୟ ଚାଲିଯିବ। ଏଭଳି ସ୍ଥିତିରେ ସୁର ସବୁକିଛି ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ କରିଥିବା ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି।
ଏଥର କଂଗ୍ରେସ ଯଦି ଭଲ ପ୍ରାର୍ଥୀ ଦେଇଥାଆନ୍ତା ତେବେ ତାହା ଭାଜପା ପାଇଁ ସାମାନ୍ୟ କଷ୍ଟ ସ୍ଥିତି ସୃଷ୍ଟି କରିବାର ସମ୍ଭାବନା ଥିଲା। ସୁରଙ୍କୁ ଏଥର କଂଗ୍ରେସ ପ୍ରାର୍ଥୀ କରିବାକୁ ଏକ ପ୍ରକାର ଉଦ୍ୟମ କରିଥିବା ଚର୍ଚ୍ଚା ହେଉଥିଲା। ହେଲେ ବିଜେଡି ନିଜର ଜିତିବା ସମ୍ଭାବନାକୁ ବୃଦ୍ଧି କରିବା ସକାଶେ ସୁରଙ୍କ ପୁଅଙ୍କୁ ଟିକେଟ ଦେଇ ଲୋକ ସଭା ପ୍ରାର୍ଥୀ କରିଛି। ଏହାଦ୍ୱାରା ଲୋକ ସଭା ଭୋଟରେ ଜଟଣୀରେ ବିଜେଡି ବହୁ ଆଗରେ ରହିବା ସମ୍ଭାବନା ଅଧିକ ବୋଲି ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଆଉ ୮ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ତେଲକୋଇରୁ ଫକୀର...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ବିଧାନସଭା ନିର୍ବାଚନ ପାଇଁ ବାକି ଥିବା ୮ ଆସନରେ ପ୍ରାର୍ଥୀ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri