ବାଲିଗୁଡ଼ା ପୌରପରିଷଦ ପାଇଁ ପ୍ରାର୍ଥୀ ଦେଲା ବିଜେଡି

ବାଲିଗୁଡ଼ା,୬ା୩(ଡି.ଏନ୍‌.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ମୋହର ବାଜିବା ପରେ ରବିବାର କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧୩ଟି ଓ୍ବାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ ସଭାପତି ଟୁନା ଦାସ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ସମେତ ବହୁ ସଂଖ୍ୟକ ବିଜେଡ଼ି ନେତା ଓ କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀ ତଥା ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ରଙ୍କ ନିକଟରେ ସମସ୍ତ ପ୍ରାର୍ଥୀ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରଷଦର ୧ ନଂ ଓ୍ବାର୍ଡ ପାଇଁ ଗୋରେଖ ମଲ୍ଲିକ,୨ ନଂ ଓ୍ବାର୍ଡ ପାଇଁ ମିନତୀ ନାୟକ,୩ ନଂ ଓ୍ବାର୍ଡ ପାଇଁ ଶଶି କୁମାର ଦିଗାଲ,୪ ନଂ ଓ୍ବାର୍ଡ ପାଇଁ ରାଜେଶ୍ବର ମଲ୍ଲିକ,୫ ନଂ ଓ୍ବାର୍ଡ ପାଇଁ ଶାନ୍ତି ନାୟକ,୬ ନଂ ଓ୍ବାର୍ଡ ପାଇଁ ବିଭୂତି ଭୂଷଣ ଲହରିଆ,୭ ନଂ ଓ୍ବାର୍ଡ ପାଇଁ ପଦ୍ମାଳୟା ନାୟକ,୮ ନଂ ଓ୍ବାର୍ଡ ପାଇଁ ରଶ୍ମିତା ପାଢ଼ୀ, ୯ ନଂ ଓ୍ବାର୍ଡ ପାଇଁ ହରପ୍ରିୟା ତ୍ରୀପାଠୀ,୧୦ ନଂ ଓ୍ବାର୍ଡ ପାଇଁ ରୀନା କୁମାରୀ ପଣ୍ଡା,୧୧ ନଂ ଓ୍ବାର୍ଡ ପାଇଁ ନାରାୟଣ ଡାକୁଆ,୧୨ ନଂ ଓ୍ବାର୍ଡ ପାଇଁ ଗୀତା ମଲ୍ଲିକ ଓ ୧୩ ନଂ ଓ୍ବାର୍ଡ ପାଇଁ ସୁନିତା ଦିଗାଲ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଅଧ୍ୟକ୍ଷ ପଦ ପାଇଁ ଗୋବିନ୍ଦ ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି।

ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବା ସହ ୫ଟି ଜିଲାପରିଷଦ ଆସନରୁ ୪ଟି ଆସନ ଦଖଲ କରିଛି। ଏଥିସହିତ ବ୍ଲକ ଦଖଲ କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି । ବର୍ତ୍ତମାନ ସମୟରେ ପୌର ନିର୍ବାଚନରେ ମଧ୍ୟ ବିପୁଳ ଭୋଟରେ ବିଜୟ ଲାଭ କରି ପୁଣି ଥରେ ବାଲିଗୁଡ଼ା ଏନ୍‌ଏସି ଦଖଲ କରିବାକୁ ଦଳ ଓ ଦଳର ସମସ୍ତ ନେତା ଓ କର୍ମୀ ପ୍ରସ୍ତୁତ ଅଛନ୍ତି ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି। ହେଲେ ନିର୍ବାଚନ ଶେଷ ହେବା ପରେ ଜନତା ଜନାର୍ଦ୍ଦନ କାହାକୁ ବିଜୟର ବାଟ ଦେଖାଇବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାଷଷ୍ଠୀ, ଉତ୍ସବମୁଖର ଅନୁଗୋଳ: ୧୧ ମଣ୍ଡପରେ ପୂଜା ପାଇବେ ଦଶଭୁଜା

ଅନୁଗୋଳ ଅଫିସ, ୪।୧୦- ଦୁର୍ଗାପୂଜା ପାଇଁ ସଜେଇ ହେଉଛି ଅନୁଗୋଳ ସହର। ଚଳିତବର୍ଷ ୧୧ ମଣ୍ଡପରେ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା କରାଯିବ। ଶୁକ୍ରବାର ମା’ଙ୍କ ଷଷ୍ଠୀପୂଜା...

ସଙ୍ଗରୋଧ କେନ୍ଦ୍ରରେ ଟିକଟିକ୍‌, ପ୍ରଶାସନ ପାଖରେ ଖବର ନାହିଁ

ବାରିପଦା ଅଫିସ,୧୭ା୬- ପ୍ରଶାସନ ପକ୍ଷରୁ ହୋଇଥିବା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ କିଛି ଦିନ ହେଲାଣି ଟିକଟିକ୍‌ ଭିଡ଼ିଓ ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଦୁଇଦିନ...

ଶାରୀଶୁଆ ପାହାଡରେ ଖଣି ଖନନ ଉପରେ ରହିତାଦେଶ

ଖଇରା,୧୯।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ ପାଦଦେଶରେ ରହୁଥିବା ବାସିନ୍ଦାଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଶୁକ୍ରବାର କଲିକତା ଗ୍ରୀନ ଟ୍ରିବ୍ୟୁନାଲର ଏକ ଚିଠି...

ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍‌ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ...

ବାର୍ଦ୍ଧକ୍ୟ ଭତ୍ତା : ୧୧ କି.ମି. ଚାଲିଲେ ଦୃଷ୍ଟିହୀନ ବୃଦ୍ଧ

ପଟ୍ଟାମୁଣ୍ଡାଇ,୧୭।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଦୃଷ୍ଟିହୀନ ବୃଦ୍ଧ ମଙ୍ଗଳବାର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁ ନ...

ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ ଅଫିସ, ୮ା୧୨: ବହୁ ବାଦବିବାଦ ପରେ ବନ୍ଦ ହୋଇଛି ଅଦିନିଆ ରଥଯାତ୍ରା। ଅସମୟରେ ରଥଯାତ୍ରା କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌...

ପୁଅର ଆତ୍ମହତ୍ୟା ପରେ ମିଳିଲା ବାପାଙ୍କ ମୃତଦେହ

ସାରସକଣା, ୨୮।୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୀମାନ୍ତ ନୂଆସାହି ଗାଁରେ ବାପ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ପୁଅ ରାଜୁ...

ବାହା କରାଇ ନ ଦେବାରୁ ମା’ଙ୍କୁ ହତ୍ୟା

ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର...

Advertisement
Archives

Model This Week