ବିଜେଡି ଜିଲା ସଭାପତି ଓ ଧର୍ମଗଡ ବିଧାୟକଙ୍କ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ: ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ଲୋକାର୍ପଣ ନେଇ ସୂଚନା

କୋକସରା, ୨୫।୧୨ (ଡି.ଏନ.ଏ)- କଳାହାଣ୍ଡି ବିଜେଡି ଜିଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଧର୍ମଗଡ ବିଧାୟକ ମୌଷଧି ବାଗ ଗୁରୁବାର କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରିଛନ୍ତି। ଅଞ୍ଚଳବାସୀଙ୍କ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନୂତନବର୍ଷ ୫ କିମ୍ବା ୬ ତାରିଖରେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ନେଇ କୋକସରା ବ୍ଲକର କନ୍ଦାବୁଟୁରା, କାଶିବାହଲ, ଫୁଫଗା ପଞ୍ଚାୟତ ଓ ମୋଟେର ପଞ୍ଚାୟତର କୁସୁମଖୁଣ୍ଟି ଠାରେ ଜନସାଧାରଣଙ୍କୁ ଭେଟି ବିଜେଡି ସରକାରଙ୍କ ଏହି ଲୋକାଭିମୁଖୀ ପ୍ରକଳ୍ପ ଓ ଏହି ମେଗା ଲିଫ୍ଟ କେନାଳରୁ କୋକସରା ବ୍ଲକର ଚାଷୀଙ୍କୁ ଆଗାମୀ ଦିନରେ ପାଣି ମିଳିବା ସହ ଅଞ୍ଚଳରେ କୃଷିର ବିକାଶ ହେବା ସହ ଅର୍ଥନୈତିକ ସ୍ଥିତିରେ ମଧ୍ୟ ଚାଷୀ ଦୁଇ ପାଦ ଆଗକୁ ବଢ଼ିବେ ବୋଲି ଜିଲା ସଭାପତି କହିଛନ୍ତି । ଧର୍ମଗଡ ବିଧାୟକ ମଧ୍ୟ ଏହି ପ୍ରକଳ୍ପ ଆମ ପାଇଁ ଏକ ସୁନେଲି ଭବିଷ୍ୟତର ବାହକ ହେବ। ଏହି ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷର ଉଦ୍ୟମ କରିଥିଲେ ପୁଷ୍ପେନ୍ଦ୍ର ସିଂଦେଓ ଆଜି ତାଙ୍କ ପ୍ରଚେଷ୍ଟାରେ ଏହା ସଫଳ ହୋଇ ପାରିଛି ବୋଲି କହିଛନ୍ତି । ଏହି ଗସ୍ତ ସମୟରେ କନ୍ଦାବୁଟୁରା ସମିତି ସଭ୍ୟା ଅଶୋକା ନାଏକ, କୋକସରା ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା, ଆତ୍ମା କମିଟି ଅଧ୍ୟକ୍ଷ ଋତୁରାଜ ମାଝୀ, ପ୍ରମୋଦ ପ୍ରଧାନୀ, ଇଂ. ସୁଶିଲ କୁମାର ଶବର, ମାନସ ରଞ୍ଜନ ବାଗ, ମହେଶ ଗୁପ୍ତା, ବିନୋଦ ବିହାରୀ ରାଉତ, ପଞ୍ଚକ ପୋଢ଼ ସମେତ କନ୍ଦାବୁଟୁରା, କାଶିବାହଲ, କୁସୁମଖୁଣ୍ଟି ଓ ଫୁଫଗାର ଜନସାଧାରଣ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

Video: ରତ୍ନସିଂହାସନରୁ ଓହ୍ଲାଇବ କି ଜଗନ୍ନାଥ? ଅସୁସ୍ଥ ପୁଅ ପାଇଁ ବାପାର ହୃଦୟବିଦାରକ ଗୁହାରି

ପୁରୀ,୯।୧୧: ରବିବାର ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏକ ହୃଦୟବିଦାରକ ଦୃଶ୍ୟ, ଯାହା ଦେଖିଲେ ଯେ କେହି ବି ଭାବବିହ୍ୱଳ ହୋଇଯିବେ। ଜଣେ ଦୁଃଖି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

ନୂଆପଡ଼ାରେ ‘ଡବଲ ଇଞ୍ଜିନ ସରକାର’ ଉପରେ ବର୍ଷିଲେ ଅଖିଳେଶ ଯାଦବ

ନୂଆପଡ଼ା,୯।୧୧: ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର (ସପା) ସଭାପତି ତଥା ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ ରବିବାର ଅପରାହ୍ଣରେ ଦଳୀୟ ପ୍ରାର୍ଥୀ...

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କ ଘରେ IT ରେଡ

ନୂଆପଡ଼ା,୯ା୧୧: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା ଏବଂ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...

ଚିକିତ୍ସା ପାଇଁ ଅର୍ଥ ସାଜିଥିଲା ବାଧକ: ଧରିତ୍ରୀରେ ଖବର ପ୍ରକାଶ ପରେ ସସ୍ମିତାଙ୍କ ମୁହଁରେ ଫୁଟିଲା ହସ

ଲାଞ୍ଜିଗଡ଼,୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ଦୋରା ସାରଲି ଗାଁର ଶୁକନାଭଟା ପଡ଼ାର ସସ୍ମିତାଙ୍କ ଅଧିକ ଚିକିତ୍ସା ପାଇଁ...

ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ଜାଣନ୍ତୁ…

ଭୁବନେଶ୍ୱର,୯।୧୧: ଆସନ୍ତା ୧୩ରେ ବାଲେଶ୍ବର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ଏକତା ଦୌଡ଼ରେ ସେ ସାମିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri