ଭାଜପାକୁ ଦୋଷ ଦେଲେ ବିଜେଡି, କଂଗ୍ରେସ

ଭୁବନେଶ୍ୱର, ୧୧/୨(ବ୍ୟୁରୋ):କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଓଡ଼ିଆ ଏମ୍‌ପିମାନେ ଭେଟିବା ପରେ ପୁରୀ ଶ୍ରୀମନ୍ଦିର ପାଇଁ ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍‌ଏମ୍‌ଏ)ର ପ୍ରସ୍ତାବିତ ଚିଠା ଉପନିୟମ (ବାଇ-ଲ)କୁ ପ୍ରତ୍ୟାହାର କରାଯାଇଛି। ହେଲେ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ନିମନ୍ତେ ଏହା ପ୍ରତ୍ୟାହାର କରାଯାଇନାହିଁ। ଏଭଳି ନିଷ୍ପତ୍ତି ପରେ ରାଜ୍ୟରେ ବର୍ତ୍ତମାନ ବାଇ-ଲକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅନ୍ୟପଟେ ଏକାମ୍ର କ୍ଷେତ୍ରର ସେବାୟତମାନଙ୍କ ପକ୍ଷରୁ ବିରୋଧ ଦେଖିବାକୁ ମିଳିଛି। ସେବାୟତମାନଙ୍କ ପକ୍ଷରୁ କୁହାଯାଇଛି, ଲିଙ୍ଗରାଜଙ୍କ ପାଇଁ ୧୨ ମାସରେ ୧୩ ପ୍ରକାର ଯାତ୍ରା ଖଞ୍ଜାଯାଇଛି। ଏହିସବୁ ଯାତ୍ରାରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ମନ୍ଦିରକୁ ଯାତ୍ରା କରିଥାଆନ୍ତି। ସେଥିଲାଗି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି। ଅନ୍ୟପଟେ ସେବାପୂଜା ସୁରୁଖୁରୁରେ କରାଯିବା ଲାଗି ସେବକମାନଙ୍କ ସାହି ମନ୍ଦିର ନିକଟରେ ଗଢ଼ିଉଠିଛି। ତେଣୁ ଏହାଦ୍ୱାରା ସେବାୟତ ପରିବାର ବିଶେଷଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଇଛି। କେନ୍ଦ୍ର ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ କେନ୍ଦ୍ରମନ୍ତ୍ରୀ ଏବଂ ଏମ୍‌ପିମାନଙ୍କୁ ଏକାମ୍ର କ୍ଷେତ୍ରରେ ପୂରାଇ ଦିଆଯିବ ନାହିଁ ବୋଲି ଚେତାବନି ଦିଆଯାଇଛି।
ଏହି ପ୍ରସଙ୍ଗରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଟୁଇଟ୍‌ ଯୋଗେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଟାର୍ଗେଟ କରିଛନ୍ତି। ପଣ୍ଡା ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ଲାଗି ଯେଉଁ ପଦକ୍ଷେପ ନିଆଯାଉଛି ଏବଂ ଏମ୍‌ପି ଷ଼ଡଙ୍ଗୀଙ୍କ ନୀରବତା ତାଙ୍କ ମୁଖା ଖୋଲିଦେଇଛି। ଯେଉଁମାନେ ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଉଦ୍ୟମ କରୁଛନ୍ତି ରାଜଧାନୀବାସୀ ସେମାନଙ୍କୁ କେବେ ହେଲେ କ୍ଷମା ଦେବେ ନାହିଁ। ଅନ୍ୟପଟେ ଅପରାଜିତା କହିଛନ୍ତି, ପ୍ରଧାନମନ୍ତ୍ରୀ ବିକାଶ ଦିଗରେ ରାଜନୀତି କରନ୍ତି। କୌଣସି ପରିସ୍ଥିତିରେ ଆମେ ବିକାଶକୁ ବିରୋଧ କରିନାହୁଁ। ଏକାମ୍ର କ୍ଷେତ୍ରର ବିକାଶ ଆମେ ସମସ୍ତେ ଚାହୁଁ। ନୀତି ନିୟମକୁ ନେଇ ସବୁବେଳେ କାମ ହେବା ଜରୁରୀ। ଶାସକ ଦଳର ଅପରିପକ୍ୱତା କହିଲେ ଏହା ଅତ୍ୱିକ୍ତି ହେବନାହିଁ। ୧୫ ତାରିଖ ପରେ ଫେରିଲେ ଅନୁସନ୍ଧାନ କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବାଇ-ଲ ଏକ୍ରାମ କ୍ଷେତ୍ରରୁ ନ ହଟାଇବା ନିଷ୍ପତି ଦୁର୍ଭାଗ୍ୟଜନକ। ଏହା ଏକାମ୍ର କ୍ଷେତ୍ରକୁ ଏକ ଶକ୍ତ ଧକ୍କା। କେନ୍ଦ୍ର ସରକାରଙ୍କର ଏପରି ନିଷ୍ପତ୍ତିକୁ କେବଳ ଏକାମ୍ରବାସୀ ନୁହେଁ, ସାରା ରାଜ୍ୟବାସୀ ବିରୋଧ କରୁଛନ୍ତି। ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର ପ୍ରଭୃତିରେ ଏହି କଟକଣାଯୁକ୍ତ ବାଇ-ଲ ବଳବତ୍ତର ରହିବା ଦ୍ୱାରା ଏଠିକାର ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଏକାମ୍ର କ୍ଷେତ୍ରର ବିକାଶମୂଳକ କାର୍ଯ୍ୟ କଟକଣା ମାଧ୍ୟମରେ ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି। ଏହାକୁ ଶୀଘ୍ର ନିଷ୍ପତି ପ୍ରତ୍ୟାହାର ନ କଲେ ଜନଆନ୍ଦୋଳନ ହେବ ବୋଲି ସୁରେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri