ବିଜେଡି-ଭାଜପା ମୁହାଁମୁହିଁ, ଥାନା ସମ୍ମୁଖ ରଣକ୍ଷେତ୍ର

ଭୁବନେଶ୍ୱର,୧୨।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ନିର୍ବାଚନୀ ହିଂସା। କେଉଁଠି ପ୍ରଚାରବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି ତ ପୁଣି ଆଉ କେଉଁଠି ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ ଘଟୁଛି। କୌଣସି କାରଣକୁ ନେଇ ବିଏମ୍‌ସିର ୩୩ ନଂ. ୱାର୍ଡରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଆଗରେ ସଂଘର୍ଷ ଘଟିଛି। ଠେଙ୍ଗା, ଲୁହା ରଡ୍‌ରେ ପରସ୍ପରକୁ ଆକ୍ରମଣ କରିବାରୁ ଉଭୟ ଗୋଷ୍ଠୀର ୮ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଫଳରେ ପ୍ରାୟ ଅଧଘଣ୍ଟା ଧରି ଥାନା ସମ୍ମୁଖ ରଣକ୍ଷେତ୍ରରେ ପରିଣତ ହୋଇଥିଲା। ଏଥିରେ ଭାଜପାର ୩ଜଣ ଓ ବିଜେଡିର ୫ଜଣ ଆହତ ହୋଇଛନ୍ତି। ଭାଜପା କର୍ପୋରେଟର ପ୍ରାର୍ଥତ୍ନୀ ଧରିତ୍ରୀ ଜେନାଙ୍କ ସ୍ବାମୀ ଉମାକାନ୍ତ ଜେନା ଓ ଅନ୍ୟଜଣଙ୍କ ହାତ ଭାଙ୍ଗିଯିବା ସହ ମୁଣ୍ଡ ଫାଟିଛି। ଏମାନେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଆଉଜଣେ ଭାଜପା କର୍ମୀ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେହିପରି ବିଜେଡିର ଶିଖର ଜେନା, ଶ୍ରୀଧର ଜେନା, ଆଲୋକ ଜେନା ଓ ଦୀପକ ଜେନା ପ୍ରମୁଖଙ୍କ ଆହତ ହୋଇଥିବାବେଳେ ଅଧିକାଂଶଙ୍କ ମୁଣ୍ଡ ଫାଟିଥିବାବେଳେ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଛି। କେତେଜଣ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବାବେଳେ ଆଉ କେତେଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଥିବା ଜଣାପଡିଛି। ଏପରିକି ଘଟଣା ପରେ କିଛି ସମୟ ପାଇଁ ଲକ୍ଷ୍ମୀସାଗର ଛକକୁ ମଧ୍ୟ ଅବରୋଧ କରାଯାଇଥିଲା। ଏନେଇ ଳକ୍ଷ୍ମୀସାଗର ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ ମାମଲା (ନଂ. ୧୧୨ ଓ ୧୩୩/୨୨) ରୁଜୁ କରି ତଦନ୍ତ ଚଳାଇଛି। ଏଥିସହ ଆଇନଶୃଙ୍ଖଳା ବିଗିଡିବା ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ ସହ ପ୍ଲାଗ୍‌ମାର୍ଚ୍ଚ କରାଯାଇଛି।
ସୂଚନାନୁସାରେ, ପୋଷ୍ଟର ଚିରାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିବା ଭାଜପା ଅଭିଯୋଗ କରୁଥିବାବେଳେ ବିଜେଡି ଏହାକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ହଳଦିପଡିଆ ବସ୍ତିରେ ଥିବା ଲୋକଙ୍କୁ ଭୋଟ ଦେବାକୁ ଧମକାଇବା ସହ ସେଠାରେ ଲୋକଙ୍କୁ ଭାଜପା ନେତା ଓ କର୍ମୀମାନେ ମାଡ଼ମାରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତେଣୁ ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲୁ। ହେଲେ ଭାଜପା କର୍ମୀମାନେ ଅଟକାଇବା ସହ ଉପସ୍ଥିତ ଥିବା ସମସ୍ତ ବିଜେଡି କର୍ମୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତେବେ ଘଟଣା ସଂକ୍ରାନ୍ତରେ ଆଇଆଇସି ଓମ୍‌ ପ୍ରକାଶ ମହାନ୍ତି ଅଧିକ କିଛି ତଥ୍ୟ ଦେବାକୁ ମନା କରିଛନ୍ତି।

ପୋଲିସ ଚାହିଁଥିଲା, ଠେଙ୍ଗାମାଡ଼ ହେଉଥିଲା

ପଞ୍ଚାୟତ ନିର୍ବାଚନରେ ସାରା ରାଜ୍ୟରେ ହିଂସା ଦେଖିବାକୁ ମିଳିଥିଲା। ପୌର ନିର୍ବାଚନରେ ଆଇନଶୃଙ୍ଖଳା ବିଗିଡିବା ଆଶଙ୍କା ରହିଥିବାରୁ ପୋଲିସ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଉଥିବା ନିକଟରେ ଭୁବନେଶ୍ୱର ଡିସିପି ସୂଚନା ଦେଇଥିଲେ। ଏପରିକି ଶୃଙ୍ଖଳିତ ନିର୍ବାଚନ ପାଇଁ ଆବଶ୍ୟକ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ଚଢ଼ାଉ ସହ ଖଟି ଓ ମଦ୍ୟପଙ୍କ ଉପରେ କାଯର୍ର୍‌ୟାନୁଷ୍ଠାନ ନେଇ କମିଶନରେଟ ପୋଲିସ ବାହାବା ନେଇଥିଲା। ହେଲେ ଲକ୍ଷ୍ମୀସଗର ଥାନା ଆଗରେ ଦୁଇ ଗୋଷ୍ଠୀ ମାର୍‌ପିଟ୍‌ ଘଟଣା ପୋଲିସର ଅସଲ ମୁଖାକୁ ପଦାରେ ପକାଇଛି। ପ୍ରାୟ ଅଧଘଣ୍ଟା ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରସ୍ପରକୁ ଠେଙ୍ଗା, ଲୁହା ରଡ୍‌ ଆଦିରେ ଆକ୍ରମଣ କରିଥିଲେ। ହେଲେ ସେହି ସମୟରେ ଥାନାରେ ଜଣେ ଅଧିକାରୀ ଓ ଅନ୍ୟ କର୍ମଚାରୀ ବି ରହିଥିଲେ ମଧ୍ୟ ହିଂସା ରୋକିବାକୁ ଆଗେଇ ଆସି ନ ଥିଲେ। ଥାନାରୁ ରହି ଗଣ୍ଡଗୋଳ ଦେଖୁଥିଲେ। ତେବେ ଏନେଇ ଆଇଆଇସି କିଛି କହିବାକୁ ମୁହଁ ଖୋଲୁ ନ ଥିଲେ ମଧ୍ୟ ଗଣ୍ଡଗୋଳକାରୀଙ୍କ ସଂଖ୍ୟା ଅଧିକ ହୋଇଥିବାରୁ ପୋଲିସ ଆଗକୁ ବାହାରିବାକୁ ସାହସ କରି ନ ଥିଲା। ଫୋର୍ସ ପହଞ୍ଚତ୍ବା ପରେ ଗଣ୍ଡଗୋଳକାରୀମାନେ ଛତ୍ରଭଙ୍ଗ ଦେଇଥିବାବେଳେ ଆହତମାନଙ୍କୁ କର୍ମୀମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri