ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ଉଠା ଦୋକାନୀମାନଙ୍କୁ ଥଇଥାନ ପାଇଁ ପୌରସଂସ୍ଥା ପକ୍ଷରୁ ନିର୍ମିତ ଭେଣ୍ଡିଂ ଜୋନ୍‌ ବଣ୍ଟନ ନେଇ ଏହି ଘଟଣା ଘଟିଥିଲା। ପୌରସଂସ୍ଥାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଭାଜପାର ହୋଇଥିବା ବେଳେ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁହଁର ବିଜେଡି। ସେହିପରି ମୋଟ୍‌ ୨୩ କାଉନସିଲରଙ୍କ ମଧ୍ୟରୁ ୧୪ ବିଜେଡିର ଏବଂ ୯ ଜଣ କାଉନସିଲର ଭାଜପାର। ପୌରସଂସ୍ଥା ୨ ନମ୍ବର ଓ୍ବାର୍ଡରେ ନିର୍ମିତ ଭେଣ୍ଡିଂ ଜୋନ୍‌ରେ ଉକ୍ତ ଅଞ୍ଚଳର ଉଠାଦୋକାନୀଙ୍କୁ ଥଇଥାନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଜେଡି କାଉନସିଲରଙ୍କୁ ଅଣଦେଖା କରାଯାଇଥିଲା ବୋଲି ସେ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଏହି ସମୟରେ ଉପାଧ୍ୟକ୍ଷଙ୍କ ସମେତ ବିଜେଡି କାରନସିଲରମାନେ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ। ନିର୍ବାହୀ ଅଧିକାରୀ ଘଟଣା ସମ୍ପର୍କରେ ଜାଣିବା ପାଇଁ ଭେଣ୍ଡିଂ ଜୋନ୍‌ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡାକିଥିଲେ। କର୍ମଚରୀ ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ପୌରାଧ୍ୟକ୍ଷାଙ୍କ ସ୍ବାମୀ ଭାଜପା ନେତା ରାମଚନ୍ଦ୍ର ପାତ୍ରଙ୍କ ତାଲିକା ପ୍ରସ୍ତୁତ ହୋଇଛି କହିବା ପରେ ଉପାଧ୍ୟକ୍ଷ ଓ ବିଜେଡି କାଉନସିଲରମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ। ସେହି ସମୟରେ ପୌରାଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ବସିଥିବା ତାଙ୍କ ସ୍ବାମୀ ରାମଚନ୍ଦ୍ରଙ୍କୁ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠକୁ ଡକା ଯାଇଥିଲା। ସେଠାରେ ପ୍ରଥମେ ବିଜେଡି ୨ ନମ୍ବର କାଉନସିଲର ଓ ରାମଚନ୍ଦ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁହଁର, ପୌରାଧ୍ୟକ୍ଷା ହେଉଛନ୍ତି ଜୟନ୍ତୀ ପାତ୍ର, ତାଙ୍କ ସ୍ବାମୀ ରାମଚନ୍ଦ୍ର ପାତ୍ର ଏଠି କିଏ? ସେ କାହିଁକି ସବୁବେଳେ କାର୍ଯ୍ୟାଳୟକୁ ଆସି ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ବଡ଼ ପାଟିରେ ପ୍ରତିବାଦ କରିବାରୁ ରାମଚନ୍ଦ୍ର ଲୋକଙ୍କ ସେବା କରୁଥିବାରୁ ଆମେ ସବୁଠିକୁ ଯାଇପାରିବୁ ବୋଲି କହିଥିଲେ। ଏହି ଘଟଣା ନେଇ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବିଜେଡି ଓ ଭାଜପା କାଉନସିଲର ମୁହଁାମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଗାଳିଗୁଲଜ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ବୁଝାଶୁଝା କରି ପ୍ରକୋଷ୍ଠରୁ ବାହାର କରିଥିଲେ। ଉପାଧ୍ୟକ୍ଷ ପୌରାଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାମଚନ୍ଦ୍ର ଓ ଅନ୍ୟ ୨ ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରାଯିବ ବୋଲି ଉପାଧ୍ୟକ୍ଷ କହିଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇ ଥିବାବେଳେ ବିଜେଡି ଓ ଭାଜପା କାଉନସିଲରମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଓ ସମନ୍ବୟର ଅଭାବ ଯୋଗୁ ପୌରାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri