ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ଉଠା ଦୋକାନୀମାନଙ୍କୁ ଥଇଥାନ ପାଇଁ ପୌରସଂସ୍ଥା ପକ୍ଷରୁ ନିର୍ମିତ ଭେଣ୍ଡିଂ ଜୋନ୍‌ ବଣ୍ଟନ ନେଇ ଏହି ଘଟଣା ଘଟିଥିଲା। ପୌରସଂସ୍ଥାରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଭାଜପାର ହୋଇଥିବା ବେଳେ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁହଁର ବିଜେଡି। ସେହିପରି ମୋଟ୍‌ ୨୩ କାଉନସିଲରଙ୍କ ମଧ୍ୟରୁ ୧୪ ବିଜେଡିର ଏବଂ ୯ ଜଣ କାଉନସିଲର ଭାଜପାର। ପୌରସଂସ୍ଥା ୨ ନମ୍ବର ଓ୍ବାର୍ଡରେ ନିର୍ମିତ ଭେଣ୍ଡିଂ ଜୋନ୍‌ରେ ଉକ୍ତ ଅଞ୍ଚଳର ଉଠାଦୋକାନୀଙ୍କୁ ଥଇଥାନ ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସ୍ଥାନୀୟ ବିଜେଡି କାଉନସିଲରଙ୍କୁ ଅଣଦେଖା କରାଯାଇଥିଲା ବୋଲି ସେ ନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ। ଏହି ସମୟରେ ଉପାଧ୍ୟକ୍ଷଙ୍କ ସମେତ ବିଜେଡି କାରନସିଲରମାନେ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ। ନିର୍ବାହୀ ଅଧିକାରୀ ଘଟଣା ସମ୍ପର୍କରେ ଜାଣିବା ପାଇଁ ଭେଣ୍ଡିଂ ଜୋନ୍‌ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଡାକିଥିଲେ। କର୍ମଚରୀ ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ପୌରାଧ୍ୟକ୍ଷାଙ୍କ ସ୍ବାମୀ ଭାଜପା ନେତା ରାମଚନ୍ଦ୍ର ପାତ୍ରଙ୍କ ତାଲିକା ପ୍ରସ୍ତୁତ ହୋଇଛି କହିବା ପରେ ଉପାଧ୍ୟକ୍ଷ ଓ ବିଜେଡି କାଉନସିଲରମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ। ସେହି ସମୟରେ ପୌରାଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ବସିଥିବା ତାଙ୍କ ସ୍ବାମୀ ରାମଚନ୍ଦ୍ରଙ୍କୁ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠକୁ ଡକା ଯାଇଥିଲା। ସେଠାରେ ପ୍ରଥମେ ବିଜେଡି ୨ ନମ୍ବର କାଉନସିଲର ଓ ରାମଚନ୍ଦ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁହଁର, ପୌରାଧ୍ୟକ୍ଷା ହେଉଛନ୍ତି ଜୟନ୍ତୀ ପାତ୍ର, ତାଙ୍କ ସ୍ବାମୀ ରାମଚନ୍ଦ୍ର ପାତ୍ର ଏଠି କିଏ? ସେ କାହିଁକି ସବୁବେଳେ କାର୍ଯ୍ୟାଳୟକୁ ଆସି ସବୁ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ବୋଲି ବଡ଼ ପାଟିରେ ପ୍ରତିବାଦ କରିବାରୁ ରାମଚନ୍ଦ୍ର ଲୋକଙ୍କ ସେବା କରୁଥିବାରୁ ଆମେ ସବୁଠିକୁ ଯାଇପାରିବୁ ବୋଲି କହିଥିଲେ। ଏହି ଘଟଣା ନେଇ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବିଜେଡି ଓ ଭାଜପା କାଉନସିଲର ମୁହଁାମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ଉଭୟ ଗୋଷ୍ଠୀ ପରସ୍ପରକୁ ଗାଳିଗୁଲଜ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ବୁଝାଶୁଝା କରି ପ୍ରକୋଷ୍ଠରୁ ବାହାର କରିଥିଲେ। ଉପାଧ୍ୟକ୍ଷ ପୌରାଧ୍ୟକ୍ଷାଙ୍କ ଉଦ୍ଦେଶ୍ୟରେ ଆଶାଳୀନ ମନ୍ତବ୍ୟ ଦେଇଛନ୍ତି ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାମଚନ୍ଦ୍ର ଓ ଅନ୍ୟ ୨ ଜଣଙ୍କ ନାମରେ ଟାଉନ ଥାନାରେ ଅଭିଯୋଗ କରାଯିବ ବୋଲି ଉପାଧ୍ୟକ୍ଷ କହିଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇ ଥିବାବେଳେ ବିଜେଡି ଓ ଭାଜପା କାଉନସିଲରମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ବିବାଦ ଓ ସମନ୍ବୟର ଅଭାବ ଯୋଗୁ ପୌରାଞ୍ଚଳରେ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାକୁ କମିଲେ ବିଦେଶାଗତ ପକ୍ଷୀ: ଏହି କାରଣରୁ ଆସିଲେନି ୧୦,୦୦୦

ଭୁବନେଶ୍ୱର,୨୯ା୧୨: ଚଳିତ ବର୍ଷ ଚିଲିକା ହ୍ରଦକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହ୍ରାସ ପାଇଛି। ଏଥିପାଇଁ ଜଳବାୟୁ ପରିବର୍ତ୍ତନ ବା ‘କ୍ଲାଇମେଟ୍ ଚେଞ୍ଜ’କୁ ମୁଖ୍ୟ କାରଣ ବୋଲି...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri