ଆଜି ହଟିପାରେ ମେଣ୍ଟ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୪।୩(ସୁନିତ୍‌ ମିଶ୍ର) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ସେକଥାର ସ୍ପଷ୍ଟ ଚିତ୍ର ଏ ପର୍ଯ୍ୟନ୍ତ ଆସି ନ ଥିଲେ ମଧ୍ୟ କିଛି ଘଟଣାକ୍ରମ ଦେଖିଲେ ଏହି ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇ ନ ପାରେ। ଭାଜପା ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବୁଧବାର ପ୍ରକାଶ ପାଇସାରିଥିବା ବେଳେ ସେଥିରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନ ରହିବା ଏବଂ ବିଜେଡି ପକ୍ଷରୁ ସବୁ କାର୍ଯ୍ୟକ୍ରମ ଏକ ପ୍ରକାର ସ୍ଥଗିତ ରଖାଯିବା ଘଟଣାରୁ ମେଣ୍ଟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେହିପରି ଭାଜପା ରାଜ୍ୟ ନେତୃବୃନ୍ଦ ସାଧାରଣ ନିର୍ବାଚନ ସମ୍ପର୍କିତ ଆଲୋଚନା ପାଇଁ ୩ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ବେଳେ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବିଳମ୍ବିତ ସାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଏବଂ ଆଉ କେତେଜଣ ରାଜ୍ୟର ବରିଷ୍ଠ ନେତା ମେଣ୍ଟ ବାବଦରେ ଶାହାଙ୍କ ସହ ଚୂଡ଼ାନ୍ତ ଆଲୋଚନା କରିଥିବା ସୂଚନା ମିଳିଛି। ହେଲେ ଆଲୋଚନା ହେଲା ସେକଥା ରିପୋର୍ଟ ପ୍ରସ୍ତୁତି ଯାଏ ବାହାରକୁ ଆସିନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନ ସାଢେ ୪ଟାରେ ବିଜେଡିର କେତେଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକିଥିବା ସୂଚନା ମିଳିଛି। କିଛିଦିନ ତଳେ ନବୀନ ଦଳର ଯେଉଁ ବରିଷ୍ଠ ନେତାମାନଙ୍କୁ ଡାକି ମେଣ୍ଟ ବାବଦରେ ଆଲୋଚନା କରିଥିଲେ, ସେମାନେ ହିଁ ଏହି ବୈଠକରେ ସାମିଲ ହେବେ। ମୁଖ୍ୟତଃ ଯେଉଁମାନେ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ ନବୀନ ନିବାସରୁ ଟେଲିଫୋନ ଯାଇଥିବା ସୂଚନା ମିଳିଛି। ମେଣ୍ଟର ଚୂଡ଼ାନ୍ତ ଘୋଷଣା ବୋଧହୁଏ ନବୀନ ଏହି ସମୟରେ କରିପାରନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ମେଣ୍ଟକୁ ନେଇ ବିଜେଡି ଭିତରେ ନେତା ଏବଂ କର୍ମୀମାନଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ୍ୱ ବଢ଼ିଯାଇଥିବାରୁ ଏହି ପ୍ରସଙ୍ଗକୁ ଆଉ ବିଳମ୍ବିତ କରିବା ପାଇଁ ଦଳର ସୁପ୍ରିମୋ ଚାହୁଁ ନ ଥିବା ମଧ୍ୟ ଶୁଣିବାକୁ ମିଳୁଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି-ଭାଜପା ମେଣ୍ଟ ନେଇ ଗତ ୬ ତାରିଖରୁ ରାଜ୍ୟରେ ବ୍ୟାପକ ଚର୍ଚ୍ଚା ଆଲୋଚନା ଲାଗିରହିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଡାକି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ଏ ବାବଦରେ ଆଲେଚନା କରିବା ପରଠାରୁ ହିଁ ମେଣ୍ଟ ଆଲୋଚନା ବଢ଼ିଥିଲା। ସେହିପରି ସମାନ ଦିନ ଭାଜପା ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡାକି ଏ ବାବଦରେ ଆଲୋଚନା କରାଯାଇଥିବା ଭାଜପା ଏମ୍‌ପି ଜୁଏଲ ଓରାମ କହିବା ପରେ ମେଣ୍ଟ ଚର୍ଚ୍ଚାକୁ ଅଧିକ ବଳ ମିଳିଥିଲା। ଏହା ପରଠାରୁ ମେଣ୍ଟ ହେବା ନେଇ ସେଭଳି କିଛି ସ୍ପଷ୍ଟ ଚିତ୍ର ନ ଆସିବା ଯୋଗୁ ଏହି ପ୍ରସଙ୍ଗରେ ବିଭିନ୍ନ ମହଲରେ ପ୍ରବଳ ଚର୍ଚ୍ଚା, ଆଲୋଚନା ବଢ଼ିଯାଇଥିଲା। ଠିକ୍‌ ଖବର କାହା ପାଖରେ ନ ରହିବା କାରଣରୁ ନାନା ପ୍ରକାର ଆକଳନ ଏହାକୁ ନେଇ ଚାଲିଛି। ଆସନ ବୁଝାମଣା ହୋଇ ନ ପାରିବା ଯୋଗୁ ବିଳମ୍ବ ହେଉଛି ବୋଲି ଅନେକେ ମତ ରଖୁଥିବା ବେଳେ ଭାଜପା ରାଜ୍ୟ ନେତୃତ୍ୱ କୁଆଡେ ମେଣ୍ଟ ପାଇଁ ରାଜି ହେଉ ନ ଥିବା କଥା ମଧ୍ୟ ପ୍ରଚାର କରାଗଲା। ବିଳମ୍ବ ହେବା ଯୋଗୁ ମେଣ୍ଟ ହେବନାହିଁ ବୋଲି ମଧ୍ୟ ଅନେକ ସ୍ଥାନରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ହେଲେ ଭାଜପା ଦେଶର ପ୍ରାୟ ସବୁ ରାଜ୍ୟରେ ମେଣ୍ଟ କରିବାରେ ଲାଗିପଡ଼ିଛି। ମହାରାଷ୍ଟ୍ର ଏବଂ ବିହାର ଭଳି ରାଜ୍ୟରେ ଭାଜପାର ମେଣ୍ଟ ଅଙ୍କ ଛିଣ୍ଡି ନ ଥିବା କାରଣରୁ ଏଥିରେ ବିଳମ୍ବ ହେଉଥାଇପାରେ। ଗତ ୩ ଦିନ ହେବ ରାଜ୍ୟ ଭାଜପା ନେତାମାନେ ଦିଲ୍ଲୀ ଗସ୍ତ କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ବୁଧବାର ଭେଟିବାକୁ ସମୟ ପାଇଛନ୍ତି। ଅର୍ଥାତ୍‌ ଶାହାଙ୍କ ଏହା ଭିତରେ ଓଡ଼ିଶା ନେତୃତ୍ୱଙ୍କ ସହ ଆଲୋଚନା ନ ହୋଇଥାଇପାରେ ବୋଲି କୁହାଯାଉଛି।
ଅନ୍ୟପଟେ ମେଣ୍ଟ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ଭାଜପା ପ୍ରଥମ ପର୍ଯ୍ୟାୟରେ ଦେଶର ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ସେଥିରେ ଓଡ଼ିଶାର କେହି ନ ଥିଲେ। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ସେଥିରେ ମଧ୍ୟ ଓଡ଼ିଶା ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପରେ ପରେ ଓଡ଼ିଶା ରାଜ୍ୟ ନେତାମାନଙ୍କ ସହ ଶାହାଙ୍କ ବୈଠକ ହେଉଛି। ଏଥିରୁ ସ୍ପଷ୍ଟ ଯେ, ମେଣ୍ଟ ନେଇ ଶାହା ଯାହା କିଛି ଏହି ବୈଠକରେ ଚୂଡ଼ାନ୍ତ କରିପାରନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗୁରୁବାର ବୈଠକ କରିବା କଥା ସଙ୍କେତ ଦେଉଛି ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନ ହେବ ସେକଥା ଆଉ ଅଧିକ ସମୟ ଅଟକାଇ ରଖାଯାଇ ନ ପାରେ। ସେହିପରି ଖୁବ୍‌ଶୀଘ୍ର ହେବାକୁ ଥିବା ଏନ୍‌ଡିଏ ବୈଠକରେ ସବୁ ସହଯୋଗୀ ଦଳକୁ ଭାଜପା ଏକାଠି କରିବାକୁ ଚାହୁଁଥିବାରୁ ଓଡ଼ିଶା ମେଣ୍ଟ ବିଷୟ ମଧ୍ୟ ଆଉ ବେଶି ବିଳମ୍ବ କରାଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏନ୍‌ଡିଏ ବୈଠକ କେବେ ବସିବ ସେକଥା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍ଏ ବଟିକା

ଭୁବନେଶ୍ୱର, ୨୭।୪: ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ଆଇରନ୍ ଓ ଫଲିକ୍ ଏସିଡ୍ (ଆଇଏଫ୍ଏ) ବଟିକା ବାଣ୍ଟିବେ ଶିକ୍ଷକ ଶିକ୍ଷୟିତ୍ରୀ। ଆନେମିଆ (ରକ୍ତହୀନତା) ମୁକ୍ତ ଲକ୍ଷ୍ୟ ଅଭିଯାନ...

ଭୁବନେଶ୍ୱରରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ରାହୁଲ ଦିଲ୍ଲୀରୁ ଆସି ଆଜି ଭୁବନେଶ୍ୱର ବିମାନବନ୍ଦରରେ...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ଟ୍ବିନ୍‌ ସିଟିକୁ ରେଡ୍‌ ଆଲର୍ଟ

ଭୁବନେଶ୍ୱର,୨୮ା୪(ଅସମାପିକା ସାହୁ): ତାତିରେ ସିଝୁଛି ସାରା ଓଡ଼ିଶା। ରାଜ୍ୟବାସୀଙ୍କୁ କଲବଲ କରୁଛି ଅସହ୍ୟ ତାତି । ସ୍ଥିତି ଏମିତି ହେଲାଣି ଯେ, ବାହାରକୁ ବି ବାହାରିବା...

ରାସେଶ୍ୱରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର, ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଥିଲେ ରାସେଶ୍ୱରୀ

ସମ୍ବଲପୁର,୨୮ା୪: ଓଡ଼ିଶା ରାଜନୀତିରେ ସମ୍ବଲପୁର ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ଏହାରି ମଧ୍ୟରେ ରବିବାର ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା...

କେଉଁ ଦଳକୁ ଯିବେ ସୌମ୍ୟରଞ୍ଜନ, ଆସିଲା ବଡ଼ ପ୍ରତିକ୍ରିୟା

ଭୁବନେଶ୍ୱର,୨୮।୪: ପୂର୍ବତନ ଖଣ୍ଡପଡା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri