ଇତିହାସ ପୁନରାବୃତ୍ତି ଲକ୍ଷ୍ୟରେ ବିଜେଡି

ଖଇରା, ୧୬।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଳାଇଛନ୍ତି । ବିଜେଡିରୁ ରଶ୍ମିତା ମହାପାତ୍ର, ଭାଜପାରୁ ରାଜେଶ କୁମାର ରାଉତ, କଂଗ୍ରେସରୁ ପ୍ରଶାନ୍ତ କୁମାର ପାତ୍ର, ସିପିଏମ୍‌ରୁ ପ୍ରଶାନ୍ତ କୁମାର ପରିଡା ଓ ବିଏସ୍‌ପିରୁ ରଞ୍ଜିତ କୁମାର ଦାସ ଲଢେଇରେ ସାମିଲ ହୋଇଛନ୍ତି। ଉକ୍ତ ଜୋନର ପୂର୍ବ ଇତିହାସକୁ ଦେଖିଲେ ୧୯୯୭ରେ ଜଗତାନନ୍ଦ ମହାପାତ୍ର, ୨୦୦୨ରେ ଜୟନ୍ତୀ ମହଲା, ୨୦୦୭ରେ ରାଧାକାନ୍ତ ପାତ୍ର, ୨୦୧୨ରେ ଭାସ୍କର ଦାସ ଏବଂ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଲୋପାମୁଦ୍ରା ଧର ଜିଲା ପରିଷଦ ସଭ୍ୟା ଭାବେ କ୍ଷମତାରେ ରହିଛନ୍ତି । ୧୯୯୭ରେ ସିପିଏମ୍‌ ଦଳର ଜଗତାନନ୍ଦ ମହପାତ୍ର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜୟୀ ହୋଇଥିବା ସମସ୍ତ ଜିଲାପରିଷଦ ସଭ୍ୟ ବିଜେଡିର। ଗତ ୨୦୧୭ ନିର୍ବାଚନରେ ବିଜେଡିର ଲୋପାମୁଦ୍ରା ଧର ଭାଜପାର ତପସ୍ବିନୀ ରାଉତଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ। ଏଣୁ ଚଳିତ ନିର୍ବାଚନରେ ବିଜେଡି ଇତିହାସ ପୁନରାବୃତ୍ତି ଘଟାଇବା ଲକ୍ଷ୍ୟରେ ପ୍ରଚାରକୁ ସେହିଭଳି ଢଙ୍ଗରେ କୌଶଳପୂର୍ଣ୍ଣ ଭାବେ ପ୍ରସ୍ତୁତି ଚଳାଇଛି। ବିଜେଡର ରଶ୍ମିତା ଏକମାତ୍ର ମହିଳା ପ୍ରାର୍ଥତ୍ନୀ ହୋଇଥିବାରୁ ଏବଂ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମହିଳା ସଙ୍ଗଠନ ସଭାପତି ରହିଥିବାରୁ ଏହି ଜୋନରେ ଥିବା ହାରାହାରି ୯୩୧ ସ୍ବୟଂ ସହାୟିକା ଗୋଷ୍ଠୀର ୮୦ଭାଗ ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ସପକ୍ଷରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ପ୍ରଚାର କରୁଥିବା ବେଳେ ୩ଦିନ ତଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଖଇରା ଅଞ୍ଚଳରେ ଜଣେ ଟାଣୁଆ ଯୁବନେତା ଭାବେ ପରିଚିତ ରାଧାକାନ୍ତ ପାତ୍ର ତାଙ୍କ ସମର୍ଥନରେ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଡୁଙ୍ଗୁରା, ଅମରିଆ, ନହଙ୍ଗ ଓ ଗୋଳିହା ଭଳି ପଞ୍ଚାୟତରେ ଦଳ ଭିତରେ ଅସନ୍ତୋଷ ତାଙ୍କ ନିଶ୍ଚିତ ଜିତିବାରେ ବାଧା ସୃଷ୍ଟି କରିଛି । ଚଳିତବର୍ଷ ଭାଜପା ଜଣେ ଯୁବନେତା ତଥା ମଣ୍ଡଳ ସଭାପତି ରାଜେଶ କୁମାର ରାଉତଙ୍କୁ ପ୍ରାର୍ଥୀ କରି ବିଜେଡି ବିଜୟଧାରାରେ ବ୍ରେକ ଲଗାଇବାକୁ ଲକ୍ଷ୍ୟ ରଖିଛି । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁଅ ନୀଳମାଧବ ତାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଯୁବ ତଥା ନୂତନ ଭାବେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ଭୋଟରଙ୍କ ସମର୍ଥନ ତାଙ୍କୁ ମିଳିବାର ସମ୍ଭାବନା ଅଛି । ସାମାଜିକ ଗଣମାଧ୍ୟମକୁ ସର୍ବାଧିକ ବ୍ୟବହାର କରୁଥିବା ରାଜେଶ ବିଜେଡିର ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସର ପ୍ରଶାନ୍ତ ପାତ୍ରଙ୍କ ପାଇଁ ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ ଓ ସିପିଏମ୍‌ର ପ୍ରଶାନ୍ତ ପରିଡାଙ୍କ ପାଇଁ ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ଜଗତାନନ୍ଦ ମହାପାତ୍ର ସଭା ଓ ରାଲି କରି ନିଜ ଦଳର ଭୋଟ ହାର ବଢାଇବାକୁ ଆଶା ବାନ୍ଧିଛନ୍ତି। ପ୍ରଶାନ୍ତଙ୍କ ପାଇଁ ଏହା ବ୍ୟତିତ ବିଏସ୍‌ପିର ରଞ୍ଜିତ ଦାସ ଦଳର ଉପସ୍ଥିତ ଜାହିର କରିବା ଲକ୍ଷ୍ୟରେ ପ୍ରଚାର ଚଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri