ଇତିହାସ ପୁନରାବୃତ୍ତି ଲକ୍ଷ୍ୟରେ ବିଜେଡି

ଖଇରା, ୧୬।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୪ନଂ. ଖଇରା ଜୋନରେ ଚଳିତ ପଞ୍ଚାୟତ ନିର୍ବାଚନରେ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଳାଇଛନ୍ତି । ବିଜେଡିରୁ ରଶ୍ମିତା ମହାପାତ୍ର, ଭାଜପାରୁ ରାଜେଶ କୁମାର ରାଉତ, କଂଗ୍ରେସରୁ ପ୍ରଶାନ୍ତ କୁମାର ପାତ୍ର, ସିପିଏମ୍‌ରୁ ପ୍ରଶାନ୍ତ କୁମାର ପରିଡା ଓ ବିଏସ୍‌ପିରୁ ରଞ୍ଜିତ କୁମାର ଦାସ ଲଢେଇରେ ସାମିଲ ହୋଇଛନ୍ତି। ଉକ୍ତ ଜୋନର ପୂର୍ବ ଇତିହାସକୁ ଦେଖିଲେ ୧୯୯୭ରେ ଜଗତାନନ୍ଦ ମହାପାତ୍ର, ୨୦୦୨ରେ ଜୟନ୍ତୀ ମହଲା, ୨୦୦୭ରେ ରାଧାକାନ୍ତ ପାତ୍ର, ୨୦୧୨ରେ ଭାସ୍କର ଦାସ ଏବଂ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଲୋପାମୁଦ୍ରା ଧର ଜିଲା ପରିଷଦ ସଭ୍ୟା ଭାବେ କ୍ଷମତାରେ ରହିଛନ୍ତି । ୧୯୯୭ରେ ସିପିଏମ୍‌ ଦଳର ଜଗତାନନ୍ଦ ମହପାତ୍ର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜୟୀ ହୋଇଥିବା ସମସ୍ତ ଜିଲାପରିଷଦ ସଭ୍ୟ ବିଜେଡିର। ଗତ ୨୦୧୭ ନିର୍ବାଚନରେ ବିଜେଡିର ଲୋପାମୁଦ୍ରା ଧର ଭାଜପାର ତପସ୍ବିନୀ ରାଉତଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଥିଲେ। ଏଣୁ ଚଳିତ ନିର୍ବାଚନରେ ବିଜେଡି ଇତିହାସ ପୁନରାବୃତ୍ତି ଘଟାଇବା ଲକ୍ଷ୍ୟରେ ପ୍ରଚାରକୁ ସେହିଭଳି ଢଙ୍ଗରେ କୌଶଳପୂର୍ଣ୍ଣ ଭାବେ ପ୍ରସ୍ତୁତି ଚଳାଇଛି। ବିଜେଡର ରଶ୍ମିତା ଏକମାତ୍ର ମହିଳା ପ୍ରାର୍ଥତ୍ନୀ ହୋଇଥିବାରୁ ଏବଂ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମହିଳା ସଙ୍ଗଠନ ସଭାପତି ରହିଥିବାରୁ ଏହି ଜୋନରେ ଥିବା ହାରାହାରି ୯୩୧ ସ୍ବୟଂ ସହାୟିକା ଗୋଷ୍ଠୀର ୮୦ଭାଗ ଭୋଟ ତାଙ୍କ ସପକ୍ଷରେ ଯାଇପାରେ ବୋଲି ଅନୁମାନ କରାଯାଉଛି । ତାଙ୍କ ସପକ୍ଷରେ ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ପ୍ରଚାର କରୁଥିବା ବେଳେ ୩ଦିନ ତଳେ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ଖଇରା ଅଞ୍ଚଳରେ ଜଣେ ଟାଣୁଆ ଯୁବନେତା ଭାବେ ପରିଚିତ ରାଧାକାନ୍ତ ପାତ୍ର ତାଙ୍କ ସମର୍ଥନରେ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଡୁଙ୍ଗୁରା, ଅମରିଆ, ନହଙ୍ଗ ଓ ଗୋଳିହା ଭଳି ପଞ୍ଚାୟତରେ ଦଳ ଭିତରେ ଅସନ୍ତୋଷ ତାଙ୍କ ନିଶ୍ଚିତ ଜିତିବାରେ ବାଧା ସୃଷ୍ଟି କରିଛି । ଚଳିତବର୍ଷ ଭାଜପା ଜଣେ ଯୁବନେତା ତଥା ମଣ୍ଡଳ ସଭାପତି ରାଜେଶ କୁମାର ରାଉତଙ୍କୁ ପ୍ରାର୍ଥୀ କରି ବିଜେଡି ବିଜୟଧାରାରେ ବ୍ରେକ ଲଗାଇବାକୁ ଲକ୍ଷ୍ୟ ରଖିଛି । ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ତାଙ୍କ ପୁଅ ନୀଳମାଧବ ତାଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ଯୁବ ତଥା ନୂତନ ଭାବେ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ଭୋଟରଙ୍କ ସମର୍ଥନ ତାଙ୍କୁ ମିଳିବାର ସମ୍ଭାବନା ଅଛି । ସାମାଜିକ ଗଣମାଧ୍ୟମକୁ ସର୍ବାଧିକ ବ୍ୟବହାର କରୁଥିବା ରାଜେଶ ବିଜେଡିର ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସର ପ୍ରଶାନ୍ତ ପାତ୍ରଙ୍କ ପାଇଁ ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ ସେଠୀ ଓ ସିପିଏମ୍‌ର ପ୍ରଶାନ୍ତ ପରିଡାଙ୍କ ପାଇଁ ପ୍ରାକ୍ତନ ଜିଲା ପରିଷଦ ସଦସ୍ୟ ଜଗତାନନ୍ଦ ମହାପାତ୍ର ସଭା ଓ ରାଲି କରି ନିଜ ଦଳର ଭୋଟ ହାର ବଢାଇବାକୁ ଆଶା ବାନ୍ଧିଛନ୍ତି। ପ୍ରଶାନ୍ତଙ୍କ ପାଇଁ ଏହା ବ୍ୟତିତ ବିଏସ୍‌ପିର ରଞ୍ଜିତ ଦାସ ଦଳର ଉପସ୍ଥିତ ଜାହିର କରିବା ଲକ୍ଷ୍ୟରେ ପ୍ରଚାର ଚଳାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri