Posted inଖେଳ

ବର୍ମିଂହାମ ଟେଷ୍ଟ: ଦୃଢ଼ ସ୍ଥିତରେ ଭାରତ

ବର୍ମିଂହାମ, ୫।୭: ଅଧିନାୟକ ଶୁବମନ ଗିଲ୍‌ଙ୍କ କ୍ରମାଗତ ଶତକ ଏବଂ ଲୋକେଶ ରାହୁଲ, ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ବର୍ମିଂହାମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛି।

ଅଧିନାୟକ ଭାବେ ୪ ଇନିଂସରେ ୩ ଶତକ ହାସଲ କରି ଗିଲ୍‌ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଭାରତ ଏହାର ଦ୍ୱିତୀୟ ଇନିଂସକୁ ୪୨୭/୬ରେ ଘୋଷଣା କରିଛି। ଫଳରେ ଇଂଲଣ୍ଡ ସମ୍ମୁଖରେ ୬୦୮ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୧ ରନ ମଧ୍ୟରେ ୨ ଉଇକେଟ ହରାଇ ବିପଦରେ ପଡ଼ିଛି।

ତୃତୀୟ ଦିବସର ଅସମାପ୍ତ ସ୍କୋର ୬୪/୧ରୁ ଖେଳ ଆରମ୍ଭ କରିଥିଲା ଭାରତ। ଭଲ ଆରମ୍ଭ କରିଥିବା କରୁଣ ନାୟାର ୨୬ ରନକରି ଆଉଟ ହୋଇଥିବାବେଳେ ଅର୍ଦ୍ଧଶତକ ହାସଲ କରିଥିଲେ ଲୋକେଶ ରାହୁଲ। ତେବେ ସେ ୫୫ ରନ କରି ଜୋଶ୍‌ ଟଙ୍ଗ୍‌ଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ। ଗିଲ୍‌ଙ୍କ ସହ କ୍ରିଜ୍‌ରେ ଯୋଗଦେଇ ରିଷଭ ପନ୍ତ ଦ୍ରୁତ ହାରରେ ରନ ସଂଗ୍ରହ ସହ ଭାରତୀୟ ଇନିଂସକୁ ଆଗେଇ ନେଇଥିଲେ। ୪ର୍ଥ ଉଇକେଟରେ ଦୁହେଁ ଶତକୀୟ ଭାଗୀଦାରି ଗଢ଼ିଥିଲେ। ୧୦୩ ବଲ୍‌ରୁ ୧୧୦ ରନ ସଂଗ୍ରହ ପରେ ପନ୍ତ ୫୮ ବଲ୍‌ରୁ ୬୫ ରନକରି ଆଉଟ ହୋଇଥିଲେ। ଏହାପରେ ଗିଲ୍‌ ଓ ରବୀନ୍ଦ୍ର ଜାଡେଜାଙ୍କ ଯୋଡ଼ି ୫ମ ଉଇକେଟରେ ଶତକୀୟ ପାର୍ଟନରଶିପ୍‌ ଗଢ଼ିଥିଲେ। ଏହି ଅବସରରେ ଗିଲ୍‌ ଶତକ ହାସଲ କରିଥିଲେ। ସୁନୀଲ ଗାଭାସ୍କର ଓ ବିରାଟ କୋହଲିଙ୍କ ପରେ ଭାରତର ତୃତୀୟ ଅଧିନାୟକ ଭାବେ ସେ ଟେଷ୍ଟର ଉଭୟ ଇନିଂସରେ ଶତକ ହାସଲ କରିଥିଲେ। ଏହା ବ୍ୟତୀତ ଅଧିନାୟକ ଭାବେ ନିଜ ପ୍ରଥମ ୨ ଟେଷ୍ଟରେ ୩ ଶତକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ହୋଇଥିଲେ।

ପୂର୍ବରୁ ବିରାଟ କୋହଲି ଏହି ରେକର୍ଡର ଅଧିକାରୀ ଥିଲେ। ସେହିପରି ଗୋଟିଏ ଟେଷ୍ଟରେ ସର୍ବାଧିକ ରନ କରିବାରେ ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଥିଲେ ଗିଲ୍‌। ଗାଭାସ୍କର ୧୯୭୧ରେ ପୋର୍ଟ ଅଫ୍‌ ସ୍ପେନ୍‌ ଟେଷ୍ଟରେ ୩୪୪ ରନ କରି ରେକର୍ଡର ଅଧିକାରୀ ଥିଲେ। ପୂର୍ବ ଟେଷ୍ଟରେ ଇଂଲଣ୍ଡ ୩୭୧ ରନକୁ ସଫଳତାର ସହ ଚେଜ୍‌ କରିଥିବାରୁ ଗିଲ୍‌ ଦ୍ୱିତୀୟ ଇନିଂସରେ ଯଥା ସମ୍ଭବ ବଡ଼ ସ୍କୋର କରିବାକୁ ଉଦ୍ୟମ କରିଥିଲେ। ଶତକ ହାସଲ ପରେ ସେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଫଳରେ ଆଉଟ ହେବା ବେଳକୁ ସେ ୧୬୨ ବଲ୍‌ରୁ ୧୬୧ (୧୩ ଚୌକା, ୮ ଛକା) ରନ ସଂଗ୍ରହ କରିଥିଲେ। ପନ୍ତ ୬୫ ଓ ଜାଡେଜା ୬୯ ରନର ଇନିଂସ ଖେଳି ଭାରତର ବଡ଼ ସ୍କୋରେ ଉପଯୋଗୀ ଯୋଗଦାନ ଦେଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋଶ ଟଙ୍ଗ୍‌ ଓ ଶୋଏବ ବଶିର ୨ଟି ଲେଖାଏ ଏବଂ ବେର୍ଡନ କାର୍ସ ଓ ଜୋ ରୁଟ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରକାଶ ଯୋଗ୍ୟ ଯେ, ଗିଲ୍‌ ପ୍ରଥମ ଇନିଂସରେ ୨୬୯ ରନ ସ୍କୋର କରିଥିଲେ। ଏହି ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୫୮୭ ଓ ଇଂଲଣ୍ଡ ୪୦୭ ରନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?