ପକ୍ଷୀଙ୍କ ଜୀବନ ନେଉଛି ବେଆଇନ ଚିଙ୍ଗୁଡ଼ି ଘେରି

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚିଲିକା ହ୍ରଦକୁ ରାମସର ସାଇଟ୍‌ ମାନ୍ୟତା ମିଳିବା ପରେ ତାହାକୁ ଚିଙ୍ଗୁଡ଼ି ଘେରିମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ହାଇକୋର୍ଟ ମଧ୍ୟ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଆଦେଶ ଦେଇଥିଲେ। କିନ୍ତୁ ଜିଲା ଓ ସ୍ଥାନୀୟ ପ୍ରଶାସନ ଏହି ଆଦେଶକୁ ଠିକ୍‌ ଭାବେ ପାଳନ କରୁ ନ ଥିବାରୁ ଏବେବି ଚିଲିକା ଭିତରେ ଶହ ଶହ ବେଆଇନ ଚିଙ୍ଗୁଡ଼ି ଘେରି ସେମିତି ଚାଲିଛି। ବୁଧବାର ଚିଲିକାରେ ପକ୍ଷୀ ଗଣନାବେଳେ ସାତପଡ଼ା ରେଞ୍ଜ ଅଞ୍ଚଳରେ ଗଣନାକାରୀ ଟିମ୍‌ ଏଭଳି ଚିଙ୍ଗୁଡ଼ି ଘେରି ଦେଖିବାକୁ ପାଇଥିଲେ। ଖାଲି ସେତିକି ନୁହେଁ, ଚିଙ୍ଗୁଡ଼ି ଘେରି ତିଆରି ହୋଇଥିବା ଜାଲରେ ପାଣିକୁଆ ସମେତ ଅନ୍ୟ ପକ୍ଷୀଗୁଡ଼ିକ ଫସି ଯାଉଥିବା ମଧ୍ୟ ଜାଣିବାକୁ ପାଇଥିଲେ। କେନ୍ଦ୍ରାପଡ଼ା ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସ୍ନେକ୍‌ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା, ଅରଖକୁଦା ଫରେଷ୍ଟର ଦୁର୍ଗା ଚରଣ ଟୁଡୁ ପ୍ରମୁଖ ପକ୍ଷୀ ଗଣନା କରୁଥିବାବେଳେ ମାଣିକ ପାଟଣା ନିକଟରେ ଏକ ଚିଙ୍ଗୁଡ଼ି ଘେରି ଭିତରେ ପାଣିକୁଆ (Little cormorant) ମାଛ ଖାଇବା ଆଶାରେ ପଶିଯିବା ପରେ ଆଉ ଫେରି ନ ପାରି ଜାଲରେ ଛନ୍ଦି ହୋଇ ଛଟପଟ ହେଉଥିବା ଦେଖିଥିଲେ। ପରେ ସମସ୍ତେ ମିଶି ଚିଙ୍ଗୁଡି ଘେରିର ବାଉଁଶକୁ ଓପାଡ଼ି ଯତ୍ନର ସହିତ ପାଣିକୁଆଟିକୁ ଉଦ୍ଧାର କରିଥିଲେ। ପକ୍ଷୀଟି ଦେହରେ ବିଶେଷ ଆଘାତ ନ ଥିବାରୁ ସେହି ସ୍ଥାନରେ ହିଁ ତାକୁ ମୁକ୍ତ କରିଦିଆଯାଇଥିଲା। ଏନେଇ ଲଳିତ କହିଛନ୍ତି, ଉଦ୍ଧାରବେଳେ ପାଣିକୁଆଟିର ପଞ୍ଝା ବାଜି ମୋ ହାତ ଟିକେ ଆଞ୍ଚୁଡି ହୋଇଥିଲା ସତ, ହେଲେ ପକ୍ଷୀଟି ମୋ ହାତରୁ ଉଡ଼ିଯିବାବେଳେ ଯେଉଁ ଖୁସି ମିଳିଥିଲା ତାହା ଯନ୍ତ୍ରଣାକୁ ଲାଘବ କରି ଦେଇଥିଲା।

ସେପଟେ ପକ୍ଷୀ ଗଣନାବେଳେ ଡଙ୍ଗା ବାରଣ କରାଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କ ଡଙ୍ଗା ବୁଲୁଥିବା ଦେଖିଥିଲେ। ବୁଧବାର ପକ୍ଷୀ ଗଣନା ପାଇଁ ସକାଳବେଳା ଚିଲିକାରେ ମଙ୍ଗଳାଯୋଡ଼ି, ରମ୍ଭା ଆଦି ଅଞ୍ଚଳରେ ପର୍ଯ୍ୟଟକ ଡଙ୍ଗାକୁ ବାରଣ କରାଯାଇଥିବାବେଳେ ସାତପଡ଼ାରେ କିନ୍ତୁ ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ୱ ଡଙ୍ଗା ଭିତରେ ପର୍ଯ୍ୟଟକଙ୍କୁ ବୁଲାଉଥିଲା। ଏନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ରାଜ୍ୟରେ ସବୁ ସ୍ଥାନରେ ପକ୍ଷୀ ଗଣନା ପାଇଁ ସକାଳବେଳା ପର୍ଯ୍ୟଟନ ବନ୍ଦ ରଖାଯାଇଥାଏ। କାରଣ ଡଙ୍ଗା ପଶିଲେ ପକ୍ଷୀମାନେ ଉଡ଼ିଯିବେ। ସେହିପରି ସାତପଡ଼ାରେ ପର୍ଯ୍ୟଟକଙ୍କ ମାତ୍ରାଧିକ ସମାଗମ ଓ ଡଙ୍ଗା ଚଳାଚଳ ହେତୁ ଚିଲିକାରେ ଡଲଫିନ ସଂଖ୍ୟା ଦୀର୍ଘ ୧୫ବର୍ଷ ହେଲା ବଢ଼ିପାରୁନି। ଯଦିଓ ଚିଲିକାରେ ଅଧିକ ସଂଖ୍ୟକ ଡଲଫିନ ରହିବା ପାଇଁ ସ୍ଥାନର ଅଭାବ ନାହିଁ, ମାତ୍ର ବନ ବିଭାଗର ନିଷ୍କ୍ରିୟତା ଏବଂ ଅବିଚାରିତ ପର୍ଯ୍ୟଟନ ପାଇଁ ଡଲଫିନ ବଂଶ ଶୀଘ୍ର ଲୋପ ପାଇବ। ସେହିପରି ବେଆଇନ ଚିଙ୍ଗୁଡି ଘେରି ପାଇଁ ଡଲଫିନ୍‌ ବାସସ୍ଥାନ ଗୁରୁତର ପ୍ରଭାବିତ ହେଉଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସାତପଡ଼ାରେ ଖାଲି ଚିଙ୍ଗୁଡ଼ି ଘେରି ପକ୍ଷୀ ବା ଡଲ୍‌ଫିନଙ୍କ ପାଇଁ ବିପଦ ଆଣୁଛି ତାହା ନୁହେଁ, ମାତ୍ରାଧିକ ପର୍ଯ୍ୟଟନ ମଧ୍ୟ ଡଲଫିନଙ୍କ ବଂଶ ବିସ୍ତାର କରିବା ଦିଗରେ ଅନ୍ତରାୟ ସୃଷ୍ଟି କରୁଛି। ଡଲଫିନଙ୍କ ପଛରେ ପର୍ଯ୍ୟଟକ ଡଙ୍ଗା ଦିନ ତମାମ ଗୋଡ଼େଇବା ଫଳରେ ସେମାନଙ୍କର ପ୍ରଜନନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି ବୋଲି ବିଶ୍ୱଜିତ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri